ବାସୁଦେବପର - ବାସୁଦେବପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛ ସାଥୀ ମାନଙ୍କୁ ନେଇ ସ୍ଥାନୀୟ ନୀଳମଣି ଟାଉନ ହଲ ପରିସର ରେ ବଢ଼ା ଖାନା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି। ପୌର ଅଧ୍ୟକ୍ଷା ନିବେଦିତା ବେହେରା, ପୌର ଅଧିକାରୀ ମାନସ କୁମାର ଦଣ୍ଡ ପାଟ, ଉପ ନଗର ପାଳ ଉତ୍ତମ ବାରିକ୍, କାଉନସିଲର ଭକ୍ତ ରଞ୍ଜନ ପଟ୍ଟନାୟକ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜଳନ କରି ଉଦ୍ ଘାଟନ କରିଥିଲେ। ପୌର ପରିଷଦ ର ସମସ୍ତ ୱାର୍ଡ କାଉନସିଲର ଉପସ୍ଥିତ ଥିଲେ।ଏହି ଅବସର ରେ ପୌର ପରିଷଦ ର ସମସ୍ତ ସ୍ୱଚ୍ଛ ସାଥୀ ଭାଇ ଭଉଣୀଓ ସମସ୍ତ କର୍ମ ଚାରି ଙ୍କୁ ବର୍ଷା ରୁ ରକ୍ଷା ପାଇବା ପାଇଁ ବର୍ଷ।ତି ପ୍ରଦାନ କରାଯାଇଛି। ପୌର ପରିଷଦ କାର୍ଯ୍ୟଳୟ ର ସମସ୍ତ କର୍ମ ଚାରି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇ ଥିଲେ।







