ବାସୁଦେବପୁର - ବାସୁଦେବପୁର ବ୍ଲକ ଅନ୍ତର୍ଗତ ବୀଣାପଦା ନିରାକାର ସରକାରୀ ହାଇସ୍କୁଲ ର ଶିକ୍ଷକ ସୁଦର୍ଶନ ସାହୁ ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିବାରୁ ସୂଚନା ଅଧିକାର ଆଇନ ତଥ୍ୟ ରେ ଧରା ପଡ଼ିବା ପରେ ବାସୁଦେବପୁର ଗୋଷ୍ଟି ଶିକ୍ଷା ଅଧିକାରୀ ତାଙ୍କୁ ଚାକିରି ରୁ ନିଲମ୍ବିତ କରିବା ସହ ବାସୁଦେବପୁର ଥାନା ରେ ଏତଲା ଦେଇଛନ୍ତି। ବିନୋଦ କୁମାର ଧଳ ସାମନ୍ତ ନାମକ ସୂଚନା କର୍ମୀ ଆବେଦନ ଅନୁଯାୟୀ ତଥ୍ଯ ଆଧାର ରେ ତାଙ୍କର ସାର୍ଟି ଫିକେଟ ନକଲି ବୋଲି ଜଣା ପଡିଛି। ଜଣା ପଡ଼ିବା ପରେ ତାଙ୍କ ନାମ ରେ ଗୋଷ୍ଟି ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ ଏତଲା ଦେବା ସହ ଚାକିରି ରୁ ନିଲମ୍ବିତ କରିଛନ୍ତି। ବାସୁଦେବପୁର ଅଞ୍ଚଳ ରେ ଏହିଭଳି ତଦନ୍ତ ଓ ଯାଞ୍ଚ ହେଲେ ଅନେକ ସତ୍ୟ ଆଧାରିତ ତଥ୍ୟ ଲୋକ ଲୋଚନ କୁ ଆସି ପାରନ୍ତା ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି।
ରାଜ୍ୟ
ଧରା ପଡିଲେ ଜାଲ ଶିକ୍ଷକ, ନିଲମ୍ବିତ କଲେ ବିଇଓ।
- Hits: 347






