କେନାଲ ସଫେଇରେ ଘୋଟାଲା ଖର୍ଚ୍ଚ କମ୍, ଉପୁରୀ ବେଶୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୨୬.୦୭.୨୦୨୩/ସୁମନ୍ତ କୁମାର ଦାସ:ଜଳସମ୍ପଦ ବିଭାଗ,ଜଗତସିଂହପୁର ବିଭାଜନର ଅଧୀକ୍ଷଣ ଯନ୍ତ୍ରୀ ପ୍ରତାପ ଶତପଥୀ ଜଣେ ଡକାୟତଙ୍କ ସର୍ଦ୍ଦାର । କାରଣ କିପରି ବିଭାଗୀୟ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର କରି ସରକାରୀ ଟଙ୍କାକୁ ଲୁଟ କରାଯାଏ, ତାହା ତାଙ୍କୁ ବେଶ୍ ଜଣା । ଏକ ଉଦାହରଣ ନେବା, କେନାଲ ସଫାପାଇଁ ପ୍ରତିବର୍ଷ ଲକ୍ଷଲକ୍ଷ ଟଙ୍କା ଅନୁଦାନ ଆସୁଛି । ଖରାଦିନେ ପାଣି ଶୁଖୁଥିବା ସମୟରେ ଗଛପତ୍ର, ଅଳିଆ ଆଦି ସଫାକଲେ ଅଧିକ ଖର୍ଚ୍ଚ ହେବ । ତେଣୁ ବାବୁ ପ୍ରତାପ କେନାଲରେ ପାଣି ଆସିବାପରେ ବହୁ ଗଛ ପତ୍ର ଜଳରେ ଜୁଡି ଯାଇଥାଏ l ପରେ ଯାହା କିଛି ପାଣି ଉପରକୁ ଦେଖାଯାଉଥାଏ, ତାହାକୁ ହାତଗଣତି ମୂଲିଆଦ୍ଵାରା ସଫା କରନ୍ତି । ଏହାଦ୍ୱାରା ଅଧିକ ଅର୍ଥ ଖର୍ଚ୍ଚ ହୋଇଥିବା ଦର୍ଶାଇ ଡକାୟତ ଯନ୍ତ୍ରୀ ପ୍ରତାପ ମୋଟା ଅଙ୍କର ପିସି ପାଇଥାନ୍ତି । ଏନେଇ ଆମେ ବାବୁ ପ୍ରତାପଙ୍କୁ ଫୋନ କରିଥିଲୁ l କିନ୍ତୁ ପ୍ରଶ୍ନ ଶୁଣି ଡକାୟତ ଯନ୍ତ୍ରୀ ଜଣକ ବ୍ୟସ୍ତଥିବାର ଆଳ ଦେଖାଇଥିଲେ ।

0
0
0
s2sdefault

 

 

 

 

 

 

 

 

 

 

 

 

 

 

  

 

 

/*H3X_UIHVRK*/