ହେଡଲାଇନସ୍:

ନୃସିଂହନାଥ ପରିସରରେ 5T କାର୍ଯର ତଦାରଖ କଲେ ବିଧାୟିକା ଓ ଜିଲ୍ଲାପାଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଏକ ସପ୍ତାହ ମଧ୍ୟରେ ବିଧାୟିକା ଙ୍କର ଦୁଇଥର ନୃସିଂହନାଥ ମନ୍ଦିର ପରିସର ର କାର୍ୟ୍ଯ ତଦାରଖ

ବରଗଡ :- ବିଶ୍ୱ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତ ର ପାଦଦେଶରେ ବିରାଜମାନ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ପରିସର ର ଉନ୍ନତି କରଣ ସକାଶେ ଅନେକ ବଡ ବଡ ପ୍ରକଳ୍ପ ହାତକୁ ନେଇଛନ୍ତି ରାଜ୍ୟ ସରକାର । ସମ୍ପୂର୍ଣ୍ଣ ଭାବରେ ରାଜ୍ୟ ସରକାରଙ୍କ ପାଣ୍ଠି ରୁ ନିର୍ମାଣ ହେଉଥିବା ଏହି ପ୍ରକଳ୍ପ ର କାର୍ୟ୍ଯ ସମ୍ପୂର୍ଣ୍ଣ ହେବା ପରେ ଏହି ସ୍ଥାନକୁ ପର୍ଯଟକ ତଥା ତୀର୍ଥଯାତ୍ରୀ ଙ୍କର ସଂଖ୍ୟାରେ ବୃଦ୍ଧି ହେବା ସହିତ , ପର୍ଯଟକ ଓ ତୀର୍ଥଯାତ୍ରୀ ମାନଙ୍କ ନିମନ୍ତ୍ୱ ଅଧିକ ସୁବିଧା ଉପଲବ୍ଧ ହୋଇ ପାରିବ । ଗତ 21 ତାରିଖ ଦିନ ସର୍ବପ୍ରଥମେ ଆମେ ନୃସିଂହନାଥ ପରିଶେଷରେ ହେଉଥିବା ନିମ୍ନ ମାନର ନିର୍ମାଣ କାର୍ୟ୍ଯ ଉପରେ ଖବର ପ୍ରସାରଣ କରି ଲୋକଙ୍କ ତଥା ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିବାର ପ୍ରୟାସ କରିଥିଲୁ । ଆମର ଖବର ପ୍ରସାରଣ ହେବା କିଛି ସମୟ ଭିତରେ ପୂର୍ତ୍ତ ବିଭାଗର ବରିଷ୍ଟ ଅଧିକାରୀ ମାନେ ନୃସିଂହନାଥ ପହଂଛି ଘଟଣା ସ୍ଥଳ ପରିଦର୍ଶନ କରି , ଖବର ର ସତ୍ୟତା ଅନୁଭବ କରିଥିଲେ ଓ ନିର୍ମାଣ ଦାୟିତ୍ବ ରେ ଥିବା ଠିକା ସଂସ୍ଥାର କର୍ମଚାରୀ ମାନଙ୍କୁ ଅତି କଡା ଭାଷାରେ ସମାଲୋଚନା କରିବା ସହିତ ନିର୍ଦ୍ଧାରିତ ମାନ ଅନୁସାରେ କାର୍ୟ୍ଯ କରିବା ପାଇଁ ତାଗିଦ ମଧ୍ୟ କରିଥଲେ । ଏହି ଘଟଣା ବାବଦରେ ଜାଣିବା ପରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟିକା ତୁରନ୍ତ ବରଗଡ଼ ଜିଲ୍ଲାପାଳ ଙ୍କୁ ନିର୍ମାଣାଧୀନ କୋଠାଗୁଡିକରୁ ପାଣି ଝରୁଥିବା କଥା ଜଣାଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ କହିଥଲେ ।
ଆଜି ମାନ୍ୟବର ବିଧାୟିକା ପୁନର୍ବାର ନୃସିଂହନାଥ ମନ୍ଦିର ପରିସରରେ ଚାଲିଥିବା ସମସ୍ତ ନିର୍ମାଣ କାର୍ୟ୍ଯ କୁ ପରିଦର୍ଶନ କରି ବିଭାଗୀୟ ଅଧିକାରୀ ତଥା ନିର୍ମାଣ ସଂସ୍ଥା କୁ , 5 T ନିୟମ ମୁତାବକ ଓ ନିର୍ଦ୍ଧାରିତ ମାନରେ ନିର୍ଦ୍ଧାରିତ ସାମଗ୍ରୀ ବ୍ୟବହାର କରି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଠିକ ଭାବରେ ନିର୍ମାଣ କାର୍ୟ୍ଯ କରିବାକୁ ନିର୍ଦେଶ ଦେଇଥିଲେ ।
ସେହିଭଳି ବରଗଡ଼ ଜିଲ୍ଲାପାଳ ଶ୍ରୀମତୀ ମୋନିଶା ବାନାର୍ଜୀ ଙ୍କର ପରିଦର୍ଶନ ସମୟରେ କିଛି ଅନିୟମିତତା ତାଙ୍କର ଦୃଷ୍ଟି ଗୋଚର ହେବାରୁ ତଥା ବିଭାଗୀୟ ଅଧିକାରୀ ମାନଙ୍କ ମିଛ ଧରା ପଡିଯିବାରୁ , ଜିଲ୍ଲାପାଳ ଅଧିକାରୀ ମାନଙ୍କୁ କଡା ତଗିତ କରିବା ସହିତ , ଠିକାଦାର ଙ୍କୁ ମଧ୍ୟ ଠିକ ଭାବରେ କାର୍ୟ୍ଯ କରିବା ପାଇଁ ନିର୍ଦେଶ ଦେଇଥିଲେ । ତେବେ ଦେଖିବାକୁ ବାକି ରହିଲା ଯେ ଆଗକୁ ପୂର୍ତ୍ତ ବିଭାଗ ର ଅଧିକାରୀ ମାନେ ଠିକ ଭାବରେ କାର୍ଯ୍ୟ ତଦାରଖ କରିବେ ନା କିଛିଦିନ ପରେ ପୁଣି ଯେମିତି କୁ ସେମିତି ନିମ୍ନ ମାନର କାର୍ୟ୍ଯ କରି କାମ ଶେଷ କରି ଦିଆଯିବ ।

0
0
0
s2sdefault