ବରଗଡ :- ଭଟଲି ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ ସିଂ , ରାଜ୍ୟ ସରକାର ଙ୍କର ମନ୍ତ୍ରୀ ମଣ୍ଡଳ ରେ ଶ୍ରମ ମନ୍ତ୍ରୀ ଥିବା ସମୟରେ , ଏହି ବିଭାଗ ଦ୍ୱାର ଶ୍ରମିକ ମାନଙ୍କ ଆର୍ଥିକ ବିକାଶ ଓ ଉନ୍ନତି ପାଇଁ ଅନେଜ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଯାହାଦ୍ୱାରା ରାଜ୍ୟର ଅନେକ କୁଶଳୀ , ଅଣକୁସଲି ଶ୍ରମିକ ମାନଙ୍କୁ ଅନେକ ପ୍ରକାର ସହାୟତା ସରକାର ଙ୍କର ଦ୍ୱାର ପ୍ରଦାନ କରାଯାଉଛି । ଏହି କ୍ରମରେ ଆଜି ଭଟଲି ତଥା ପଦ୍ମପୁର ନିର୍ବାଚନ ମଣ୍ଡଳୀର 557 ଜଣ ହିତାଧିକାରୀ ଙ୍କୁ ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରାଯାଇଥିଲା ।
ଭଟଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହଳଦୀପାଳି ଠାରେ ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ ସିଂ ଓ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଙ୍କର ଉପସ୍ଥିତି ରେ ଶ୍ରମ ବିଭାଗ ର ବରଗଡ଼ ଅଫିସ ତରଫରୁ , 350 ଜଣଙ୍କୁ ବିବାହ ସହାୟତା ବାବଦକୁ ମୋର ଏକ କୋଟି 73 ଲକ୍ଷ ପଚାଶ ହଜାର , 175 ଜଣକୁ ଉଚ୍ଚଶିକ୍ଷା ପାଇଁ ନଅ ଲକ୍ଷ 46 ହଜାର , ଷୋହଳ ଜଣ ମୃତ ଶ୍ରମିକ ଙ୍କର ପରିବାର କୁ ବତ୍ତୀସ ଲକ୍ଷ ଓ ସେହି ଷୋହଳ ଜଣ ଙ୍କର ଅନ୍ତିମ ସଂସ୍କାର ର ଖର୍ଚ୍ଚ ବାବଦକୁ ଅସି ହଜାର , ଏହି ଭଳି ମୋର ଦୁଇ କୋଟି ପନ୍ଦର ଲକ୍ଷ 76 ହଜାର 600 ଟଙ୍କାର ସହାୟତା ଶ୍ରମିକ ମାନଙ୍କୁ ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ ସିଂ ଓ ବିଧାୟିକା ବର୍ଷା ସଂ ବରିହା ଦ୍ୱାର ପ୍ରଦାନ କରାଯାଇଥିଲା ।
ଏହି ଅବସରରେ , ପ୍ରଭାରୀ ବରଗଡ଼ ଶ୍ରମ ଆୟୁକ୍ତ ମାନଭଞ୍ଜନ ପ୍ରଶ୍ନ , ସହକାରୀ ଶ୍ରମ ଅଧିକାରୀ ପଦ୍ମାବତୀ ତାଣ୍ଡି , ବେଳଫେୟାର କିଅଡ଼ିନେଟର ସମ୍ୟରଂଜନ ସାହୁ , ପାଞ୍ଚାୟତ ସମିତି ଅଧ୍ୟକ୍ଷ, ଅମ୍ବାଭନା ଶ୍ରୀ କାର୍ତ୍ତିକ ଚନ୍ଦ୍ର ଦୁଅନ,ଭଟଲି ଅଧ୍ୟକ୍ଷ ଶ୍ରୀ ନିତ୍ୟାନନ୍ଦ ପ୍ରଧାନ ,ସୋହେଲା ବ୍ଲକ ଅଧ୍ୟକ୍ଷ ଶ୍ରୀମତି ବବି ପ୍ରଧାନ ,ସୁବ୍ରତ କୁମାର ବେହେରା , ରାଜୁ ଘିବେଳା , ଗୌରହରି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟ
ନିର୍ମାଣ ଶ୍ରମକ ମାନଙ୍କୁ ଦୁଇ କୋଟି 16 ଲକ୍ଷ ଟଙ୍କାର ବିଭିନ୍ନ ସହାୟତା ବଣ୍ଟନ
- Hits: 1325











