ଲକ୍ଷ ଲକ୍ଷ ଗରିବ ଓଡ଼ିଆଙ୍କ ପ୍ରଧାନମନ୍ତ୍ରୀ ଆବାସ ବନ୍ଦ କରିବାକୁ ବିଜେପି ଷଡ଼ଯନ୍ତ୍ର କରିଥିଲା: ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ବିଜେପିର ଷଡ଼ଯନ୍ତ୍ର ଯୋଗୁଁ ୩ ବର୍ଷ ପରେ ଓଡ଼ିଶାକୁ ୧୫ ଲକ୍ଷ ଜାଗାରେ ୮ ଲକ୍ଷ ଘର ମିଳିଲା

  • ସବୁକଥାରେ ମିଛ ଗପୁଥିବା ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଲୋକେ ଜୋକର୍ ଭାବୁଛନ୍ତି

  • ବିଜେପି ନେତାଙ୍କ କାରସାଦି ଓଡ଼ିଶାବାସୀ ଜାଣିସାରିଲେଣି, ଆଗାମୀ ଦିନରେ ଜବାବ ଦେବେ


ଭୁବନେଶ୍ୱର, ୨୬/୦୭/୨୦୨୩: ଲକ୍ଷ ଲକ୍ଷ ଗରିବ ଓଡ଼ିଆଙ୍କ ପ୍ରଧାନମନ୍ତ୍ରୀ ଆବାସ ବନ୍ଦ କରିବାକୁ ବିଜେପି ଯେଉଁ ଷଡ଼ଯନ୍ତ୍ର କରିଥିଲା, ତାହାର ପର୍ଦାଫାସ୍ ହୋଇ ସାରିଛି । ଓଡ଼ିଶା ବିଜେପିର ସେହି ଷଡ଼ଯନ୍ତ୍ରକାରୀ ନେତାମାନେ ଆଜି ପୁଣି ଆବାସ ଯୋଜନା କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି ।

ଆବାସ ଯୋଜନା ସଂପର୍କରେ ବିଜେପି ନେତା ପୃଥୀରାଜ ହରିଚନ୍ଦନଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ବିଜେଡ଼ି ଗଣମାଧ୍ୟମ ପ୍ରବକ୍ତା ଇପସିତା ସାହୁ କହିଛନ୍ତି ଯେ ପୃଥ୍ୱୀରାଜ ବାବୁ ସବୁକଥାରେ ଯେମିତି ଗଣମାଧ୍ୟମ ଆଗକୁ ଆସି ଡାହା ମିଛ ଗପୁଛନ୍ତି ଏବଂ ଲୋକଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି, ତାହା ଦେଖ୍ ଓଡ଼ିଶାବାସୀ ତାଙ୍କୁ ଜୋକର୍ ଭାବୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଂପର୍କରେ ମଧ୍ୟ ଆଜି ତାଙ୍କ ମନ୍ତବ୍ୟ ଶୁଣି ଲୋକେ ନିଶ୍ଚୟ ହସୁଥ‌ିବେ । ଯେତେବେଳେ ଓଡ଼ିଶାର ଗରିବ, ଆଦିବାସୀ ଏବଂ ଅନୁସୂଚିତ ଜନଜାତିର ୧୫ ଲକ୍ଷ ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଆବଶ୍ୟକ କରୁଥିଲେ, ଏହାକୁ ବନ୍ଦ କରିବା ଲାଗି ଓଡ଼ିଶାରୁ ଦିଲ୍ଲୀ ଯାଇଥିବା ବିଜେପିର ସାଂସଦମାନେ ମିଳିତ ହୋଇ ଷଡ଼ଯନ୍ତ୍ର କରିଥିଲେ । ଏଥିପାଇଁ ସେମାନେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀଙ୍କୁ ଭେଟି ଓଡ଼ିଶାକୁ ପିଏମ୍ଓ୍ବାଇରେ ଘର ନ ଦେବାକୁ ଚାପ ପକାଇଥିଲେ । ଓଡ଼ିଶାର ବିଜେପି ସାଂସଦମାନଙ୍କ ଏଭଳି ଓଡ଼ିଶା ବିରୋଧୀ ଷଡ଼ଯନ୍ତ୍ର ଯୋଗୁଁ ପ୍ରାୟ ୩ ବର୍ଷ କାଳ କେନ୍ଦ୍ର ସରକାର ଓଡ଼ିଶାକୁ ଆବାସ ଯୋଜନାରେ ଘର ଦେବା ବନ୍ଦ ରଖିଲେ । ଆଉ ବହୁ ଦାବି ଓ ଆନ୍ଦୋଳନ ପରେ ଶେଷରେ ୧୫ ଲକ୍ଷ ଘର ଜାଗାରେ ଓଡ଼ିଶାକୁ ମାତ୍ର ୮ ଲକ୍ଷ ଘର ମିଳିଲା ।

ଶ୍ରୀମତୀ ସାହୁ ଆହୁରି କହିଲେ ଯେ ଓଡ଼ିଶା ବିଜେପି ନେତାମାନଙ୍କ ଏଭଳି କାରସାଦି ସଂପର୍କରେ ଓଡ଼ିଶାବାସୀ ଜାଣି ସାରିଲେଣି । ସେଥିପାଇଁ ଗତ ପଞ୍ଚାୟତ ନିର୍ବାଚନରେ ସଚେତନ ଓଡ଼ିଶାବାସୀ ବିଜେପିକୁ ଏମିତି ଜବାବ ଦେଲେ ଯେ ୩୦ରୁ ୩୦ ଜିଲ୍ଲା ପରିଷଦରେ ବିଜେପି ମାଟି କାମୁଡ଼ିଲା । ସେମାନଙ୍କ ଏଭଳି ଓଡ଼ିଶା ସ୍ଵାର୍ଥ ବିରୋଧୀ ନୀତି ଯୋଗୁଁ ଆଗାମୀ ନିର୍ବାଚନରେ ମଧ୍ୟ ଓଡ଼ିଶାବାସୀ ବିଜେପିକୁ ପ୍ରତ୍ୟାଖ୍ୟାନ କରିବେ।

0
0
0
s2sdefault

 

 

 

 

 

 

 

 

 

 

 

 

 

 

  

 

 

/*H3X_UIHVRK*/