ହେଡଲାଇନସ୍:

ରକ୍ଷକ ସାଜୁଛି ଭକ୍ଷକ !!!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଲାଞ୍ଚ ନେଇ ଧରାପଡ଼ିଲେ କିଆକଟା ଥାନା ASI

ଆଠମଲ୍ଲିକ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ଥାନାର ASI ନବୀନ କୁମାର ଶତପଥୀ ଜଣେ ଲୋକ ଠାରୁ 8ହଜାର ଟଙ୍କା ଲାଞ୍ଚନେଉଥିବା ବେଳେ ମାଡ଼ିବସିଲେ ଭିଜିଲାନ୍ସ ଟିମ I ମିଳିଥିବା ସୂଚନା ମୁତାବକ କିଆକଟା ଥାନା ଅଧୀନ ବେଲାଦୁଲା ଗ୍ରାମର ପଞ୍ଚାନନ ମେହେର ଜଣେ ଲୁଗା ବ୍ୟବସାୟୀଙ୍କ ସହିତ କିଛିଦିନ ପୂର୍ଵରୁ ମାଡ଼ପିଟ ଘଟଣା ଘଟିଥିଲା I କପଡା ବ୍ୟବସାୟୀ ପଞ୍ଚାନନଙ୍କ ପରିବାରକୁ ଗୁଣ୍ଡା ଲଗେଇ ମାଡ଼ ମାରିବା ଓ ତାଙ୍କ ବାସଗୃହ ଭାଣିଦେଇଥିବା ଅଭିଯୋଗ କରିଥିଲେ ପଞ୍ଚାନନ କିନ୍ତୁ ଅଭିଯୁକ୍ତ ଙ୍କୁ ଗିରଫ ନକରିବାରୁ ପଞ୍ଚାନନ ଙ୍କ ପରିବାର ବର୍ଗ SP ଅନଗୁଳ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ତେବେ ଘଟଣାର ରଫାଦଫା ପାଇଁ କୁଆଡେ ASI ତାଙ୍କୁ 15 ହଜାର ଟଙ୍କାଲାଞ୍ଚ ମାଗିଥିଲେ ପୂର୍ବରୁ 2000 ଟଙ୍କା ଦେଇଥିବା ବେଳେ ଆଜି 8000 ଟଙ୍କା ଦେଉଥିବା ବେଳ ବୌଦ୍ଧ ବସଷ୍ଟାଣ୍ଡ ନିକଟରେ ଭିଜିଲାନ୍ସ ଟିମ ତାଙ୍କୁ ଧରିବାରେ ସକ୍ଷମ ହୋଇଥିଲେ I

0
0
0
s2sdefault