ବରଗଡ ଜିଲ୍ଲାରେ ପୁଣି ମାଓ ପୋଷ୍ଟର
ବରଗଡ :- ଦୀର୍ଘ ଦିନର ନୀରବତା ପରେ ଆଜି ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅଞ୍ଚଳ ରେ ପୁଣି ମାଓବାଦୀ ମାନେ ନିଜର ଉପସ୍ଥିତ ଜାହିର କରିଛନ୍ତି । ପାଇକମାଲ ବ୍ଲକ ଜାମସେଠ ମୁଖ୍ୟ ଛକ ନିକଟରେ ମାଓବାଦୀ ମାନେ ଗତ ରାତି ରେ ଦୁଇ ଗୋଟି ଲାଲ ବେନର ମାରି ଆସନ୍ତା 28 ତାରିଖ ରୁ ଅଗଷ୍ଟ 3 ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରିବା ପାଇଁ କହିଛନ୍ତି । ଗୋଟିଏ ବେନର ହିନ୍ଦୀ ଭାଷାରେ ଥିବା ବେଳେ ଅନ୍ୟ ଗୋଟିଏ ବେନର ଓଡ଼ିଆ ଭାଷାରେ ଥିବା ଦେଖିବାକୁ ମିଳିଛି । ଏଠାରେ ସୂଚନା ଯୋଗ୍ୟ ଯେ ପ୍ରାୟ ଏକ ଦଶନ୍ଧି ରୁ ଉର୍ଦ୍ୱ ସମୟ ହୋଇଗଲା ଗନ୍ଧମାର୍ଦ୍ଦନ ପର୍ବତ ଓ ଏହାର ଆଖପାଖ ଅଞ୍ଚଳରେ ମାଓବାଦୀ ମାନଙ୍କର ଗମନାଗମନ ରହିଛି । ତେବେ ଆଜି ସକାଳୁ ମାଓ ବେନର ର ଖବର ପାଇବା ପରେ ସ୍ଥାନୀୟ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଉଭୟ ବେନର କୁ ଜବତ କରିଥିବାର ସୂଚନା ରହିଛି ।








