ଟିପିଏସ୍‌ଓଡିଏଲ୍ ପକ୍ଷରୁ ଜିଆଇଏସ୍ ମୋବାଇଲ୍ ଆପ୍ ଆରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବ୍ରହ୍ମପୁର: ଟିପିଏସ୍‌ଓଡିଏଲ୍ ପକ୍ଷରୁ ଅଂଶୀଦାରମାନଙ୍କୁ ସଶକ୍ତ କରିବା ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣ କରାଯାଇଛି । କଂପାନି ପକ୍ଷରୁ ଏକ ନୂଆ ମୋବାଇଲ୍ ଆପ୍ ଉନ୍ମୋଚନ କରାଯାଇଛି ଯାହାକୁ ଭୌଗୋଳିକ ସୂଚନା ବ୍ୟବସ୍ଥା (ଜିଆଇଏସ୍‌) ଅପ୍‌ଡେଟ୍ କରିବା ଲାଗି ଡିଜାଇନ୍ କରାଯାଇଛି ।

ବାସ୍ତବ ସମୟ ଭିତ୍ତିରେରେ ଜିଆଇଏସ୍ ଡାଟାବେସ୍ ଅପ୍‌ଡେଟ୍ କରିବା ଲାଗି ଜିଆଇଏସ୍ ମୋବାଇଲ୍ ଆପ୍‌ରେ ବହୁ ପ୍ରକାର ସୁବିଧାସୁଯୋଗ ରହିଛି । ବ୍ୟବହାରକାରୀମାନେ ଠିକଣା, ସଂପତି କୋଡ୍‌, କାର୍ଯ୍ୟ ଆଇଡି କିମ୍ବା ଲୋକେସନ (ସ୍ଥାନ) ଆଧାରରେ ସଂପତିକୁ ସନ୍ଧାନ କରିପାରିବେ ।

ବ୍ୟବହାରକାରୀମାନେ ସଂଚାରଣ ନେଟ୍‌ୱର୍କ, ଜମି କିମ୍ବା ବଂଟନ ନେଟ୍‌ୱର୍କ ଭଳି ଏକ କିମ୍ବା ଏକାଧିକ ଜିଆଇଏସ୍ ସ୍ତରକୁ ଚୟନ କରି ସ୍କ୍ରିନ୍‌ରେ ବହୁ ବିବରଣୀ ପ୍ରଦାନ ନକରି ସଂପତି/ କ୍ଷେତ୍ର ସ୍ଥିତି ଅପ୍‌ଡେଟ୍‌/ ରିପୋର୍ଟ କରିପାରିବେ । ବାସ୍ତବ ସମୟ ରେଡ୍‌ଲାଇନିଂ ସୁବିଧାରେ ଜିଇ ସ୍ମଲ ୱାର୍ଲଡ୍ ଡାଟାବେସ ଓ ସିମ୍ବଲୋଜିକୁ ବ୍ୟବହାର କରି ଏଚ୍‌ଟି, ଏମ୍‌ଭି କିମ୍ବା ଏଲ୍‌ଟି ନେଟ୍‌ୱର୍କରେ ପରିବର୍ତନ କରିବା ସହିତ ବିଦ୍ୟୁତ ଖୁଂଟ, ଟ୍ରାନ୍ସଫରମର, ସର୍ଭିସ୍ ଲାଇନ୍‌, କୋଠା ଓ ଢ଼ାଂଚା ଆଦି ଭଳି ପ୍ରସ୍ତାବିତ ପରିବର୍ତନ ନିରବଚ୍ଛିନ୍ନ ଭାବେ କରିପାରିବେ । ଏଥି ସହିତ ଏହି ଆପ୍ ଗୁଗୁଲ୍ ମ୍ୟାପ୍‌ରେ ପ୍ରଭାବୀ ନାଭିଗେସନ ଓ ପଥ (ରୁଟିଂ) ବିକଳ୍ପ ପ୍ରଦାନ କରୁଛି, ଯଦ୍ୱାରା ବ୍ୟବହାରକାରୀମାନେ ଦୁଇ କିମ୍ବା ଏକାଧିକ ସ୍ଥାନ ମଧ୍ୟରେ ଦୂରତାକୁ ମାପିପାରିବେ ।

“ଜିଆଇଏସ୍ ହେଉଛି ଏକ ସଦାସର୍ବଦା ପରିବର୍ତନ ହେଉଥିବା ପ୍ଲାଟଫର୍ମ ଯାହାର ପ୍ରଭାବକୁ ବଜାୟ ରଖିବା ଲାଗି ତାହାକୁ ନିୟମିତ ଅପ୍‌ଡେଟ୍ କରିବା ଜରୁରୀ । ସ୍ଥାନ, ନେଟ୍‌ୱର୍କ ସମ୍ପ୍ରସାରଣରେ ଜାରି ରହିଥିବା ପରିବର୍ତନ ସହିତ ନୂଆ ଗ୍ରାହକଙ୍କ ଯୋଗଦାନ ଯୋଗୁଁ ଜିଆଇଏସ୍ ଡାଟାବେସ୍‌କୁ ଅପ୍‌ଡେଟ୍ ରଖିବା ଅତ୍ୟନ୍ତ ଜରୁରୀ । ଆମ ନୂଆ ମୋବାଇଲ୍ ଆପ୍ଲିକେସନ୍ ଡାଟାକୁ ସରଳ କରୁଛି ଏବଂ ଆମ ଉତ୍ସର୍ଗୀକୃତ କର୍ମଚାରୀଙ୍କୁ ଏହି ସଶକ୍ତ ଟୁଲ୍ ପ୍ରଦାନ କରୁଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ ବୋଲି ଟିପିଏସ୍‌ଓଡିଏଲ୍‌ର ସିଇଓ ଶ୍ରୀ ଅମିତ ଗର୍ଗ କହିଛନ୍ତି ।’’

ରକ୍ଷଣାବେକ୍ଷଣ ଟିମ୍‌କୁ କ୍ଷେତ୍ର ସର୍ବେକ୍ଷଣ ବେଳେ ତାର ଯୋଡ଼ିହୋଇଥିବା, ଢାଂଚା ବଙ୍କା ହୋଇଥିବା, ବଜ୍ରପାତ ଆରେଷ୍ଟର୍ ନଥିବା କିମ୍ବା ଆଇସୋଲେଟର ବ୍ଲେଡ୍ ବଦଳାଇବାର ଥିବା ଆଦି ବିଷୟକୁ ରେକର୍ଡିଂ କରିବାରେ ଏହି ଜିଆଇଏସ୍ ମୋବାଇଲ୍ ଆପ୍ ସହାୟକ ହେଉଛି । ସେହି ରେକର୍ଡ ଉକ୍ତ ସଂପତିର ରକ୍ଷଣାବେକ୍ଷଣ କାର୍ଯ୍ୟର ଯୋଜନା ପ୍ରସ୍ତୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାରୁ ଦକ୍ଷତା ଓ ଭରସାଯୋଗ୍ୟତାକୁ ସୁନିଶ୍ଚିତ କରାଯାଇପାରୁଛି ।

ବିଦ୍ୟୁତ ବଂଟନ ସେବାରେ ଉନ୍ନତି ଆଣିବା, ଦକ୍ଷତା ବଢ଼ାଇବା ଏବଂ ଡାଟା ସଠିକତାକୁ ସୁନିଶ୍ଚିତ କରି ଗ୍ରାହକ ଅନୁଭୂତିରେ ଉନ୍ନତି ଆଣିବା ଲାଗି ଉନ୍ନତ ପ୍ରଯୁକ୍ତିକୁ ଗ୍ରହଣ କରିବା ପାଇଁ ଟିପିଏସ୍‌ଓଡିଏଲ୍‌ର ରହିଥିବା ପ୍ରତିବଦ୍ଧତାକୁ ଶୁଭାରମ୍ଭ କରାଯାଇଥିବା ନୂଆ ଜିଆଇଏସ୍ ମୋବାଇଲ୍ ଆପ୍ ସୁଦୃଢ଼ କରୁଛି । ଦକ୍ଷିଣ ଓଡ଼ିଶାରେ ଭରସାଯୋଗ୍ୟ ଓ ଉଚ୍ଚ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ପାଇଁ ରହିଥିବା ଲକ୍ଷ୍ୟ ଅନୁସାରେ ନବସୃଜନ ଓ ନିରନ୍ତର ଉନ୍ନତି ପ୍ରତି କଂପାନି ପ୍ରତିବଦ୍ଧ ରହିଛି ।

0
0
0
s2sdefault