ନବ ନିଯୁକ୍ତ ପିଜିଟିମାନଙ୍କର ଛଅଦିନିଆ ପ୍ରବେଶକାଳୀନ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,୨୫/୦୭/୨୦୨୩: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ଆର.ଆଇ.ଇ ଭୁବନେଶ୍ୱର ଓ ଓସେପା ମିଳିତ ପ୍ରୟାସରେ ଆୟୋଜିତ ନବନିଯୁକ୍ତ ପିଜିଟିମାନଙ୍କର ଛଅଦିନିଆ ପ୍ରବେଶକାଳୀନ ପ୍ରଶିକ୍ଷଣ ଶିବିର ଆର.ଆଇ.ଇ ଭୁବନେଶ୍ୱର ଠାରେ ଉଦ୍ଘାଟିତ ହୋଇଯାଇଛିା
ଏଥିରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ ଛାତ୍ରଛାତ୍ରୀମାନଙ୍କ ଆଧ୍ୟାତ୍ମିକ ଓ ନୈତିକ ଶିକ୍ଷା ଉପରେ ଧ୍ୟାନ ଦେବା ପାଇଁ ତଥା ଅବଦମିତ ଇଚ୍ଛାଶକ୍ତି ବଳରେ ଆଗେଇ ଯିବା ପାଇଁ ପରାମର୍ଶ ଦେଇଥିଲୋ ଛାତ୍ରଛାତ୍ରୀମାନଙ୍କ ଲୁକ୍କାୟିତ ପ୍ରତିଭାକୁ ସାମ୍ନାକୁ ଆଣିବା ଶିକ୍ଷକମାନଙ୍କର ପ୍ରଧାନ କର୍ତ୍ତବ୍ୟ ବୋଲି ସେ କହିଥିଲୋ
ଆର.ଆଇ.ଇ ର ଅଧକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରଓ୍ୱାଲ ଆତ୍ମସମୀକ୍ଷା କରି ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏକ ଆଦର୍ଶ ରୋଲ ମଡେ଼ଲ ହେବା ପାଇଁ ପ୍ରଶିକ୍ଷାର୍ଥୀଙ୍କୁ ଆହ୍ୱାନ ଦେଇଥିଲୋ
ଆର.ଆଇ.ଇ ର ପ୍ରଫେସର ଏଲିଜାବେଥ ଗମାଇଙ୍ଗ କାର୍ଯ୍ୟକ୍ରମ ସଂଯୋଜିକା ହିସାବରେ ନବନିଯୁକ୍ତ ପିଜିଟିମାନଙ୍କୁ ଶୁଭେଛା ଜଣାଇବା ସହ ନିଜର କର୍ତ୍ତବ୍ୟ ନିଷ୍ଠାପର ଭାବରେ ପାଳନ କରିବା ପାଇଁ କହିଥିଲୋ
ପ୍ରାରମ୍ଭରେ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆର. ଆୟାର ସମସ୍ତ ଅତିଥି ଓ ଅଂଶ୍ରଗହଣକାରୀମାନଙ୍କୁ ସ୍ୱାଗତ ଜଣାଇବା ସହ ତାଲିମ୍ ଶିବିରର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲୋ ପ୍ରଶିକ୍ଷାର୍ଥୀମାନଙ୍କୁ ନିଜର ଉତ୍ତମ ପ୍ରଦର୍ଶନ ପାଇଁ ସେ ଆହ୍ୱାନ ଦେଇଥିଲୋ
ଯୁଗ୍ମ ନିର୍ଦ୍ଦେଶକ ଡ. ସନାତନ ପଣ୍ଡା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ବିଭିନ୍ନ ନିର୍ଦ୍ଦେଶାଳୟ ତଥା କାର୍ଯାଳୟର କାର୍ଯ୍ୟାବଳୀ ତଥା ଓଡ଼ିଶା ଲିଭ୍ ରୁଲ୍ ବିଷୟରେ ଧାରଣା ପ୍ରଦାନ କରିଥିଲୋ
ଆର.ଆଇ.ଇ ର ପ୍ରଫେସର ଶ୍ରୀ ରମାକାନ୍ତ ମହାଲିକ ଆଇ.ସି.ଟି ମାଧ୍ୟମରେ ଶିକ୍ଷାଦାନ ପ୍ରଣାଳୀ ସମ୍ବନ୍ଧରେ ଆଲୋଚନା କରିଥିଲୋ
ଦିଲ୍ଲୀ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଉଦୟନାଥ ଦାସ ଶିକ୍ଷକମାନଙ୍କର ସମାଧାନକାରୀ ଭୂମିକା ସମ୍ବନ୍ଧରେ ସାରଗର୍ଭକ ଆଲେଚନା କରିଥିଲୋ ଚିରାଚରିତ ଶ୍ରେଣୀ ଶିକ୍ଷାଦାନ ସହ ଜୀବନକୌଶଳ ଉପରେ ସେ ଗୁରୁତ୍ୱାରୋପ କରିଥିଲୋ
ଏନ୍.ସି.ଇ.ଆର୍.ଟି.ଇ ର ପ୍ରାକ୍ତନ ନିର୍ଦ୍ଦେଶକ ତଥା ଆର.ଆଇ.ଇ ର ପ୍ରଫେସର ହୃଷିକେଶ ସେନାପତି ଜାତୀୟ ଶିକ୍ଷାନୀତି -୨୦୨୦ ଉପରେ ଆଲୋକପାତ କରିଥିଲୋ
ଅଂଶଗ୍ରହଣକାରୀ ପ୍ରଶିକ୍ଷାର୍ଥୀ ପିଜିଟି ପ୍ରାଣୀବିଜ୍ଞାନ ଶ୍ରୀ ଶିବପ୍ରସାଦ ମିଶ୍ରଙ୍କ ସାବଲୀଳ ବେଦପାଠ ଓ ପିଜିଟି ଓଡ଼ିଆ ଶ୍ରୀ ପିତାମ୍ବର ବେହେରାଙ୍କ ଜଗନ୍ନାଥ ଜଣାଣ ଗାନ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ  କରିଥିଲାା ଯୁଗୁ ନିର୍ଦେଶକ ଡ. ସନାତନ ପଣ୍ଡା ପ୍ରଶିକ୍ଷଣ ଶିବିରକୁ ପରିଚାଳନା କରିଥିବାବେଳେ ସହକାରୀ ନିର୍ଦ୍ଦେଶିକା ଶ୍ରୀମତୀ ସୁନନ୍ଦା ମେକାପ ଧନ୍ୟବାଦ ଅର୍ପଣ କରିଥିଲୋ

0
0
0
s2sdefault