
ଜଗତସିଂହପୁର,ତା-୨୫.୦୭.୨୦୨୩/ସୁମନ୍ତ କୁମାର ଦାସ: ସରକାରଙ୍କ 5t ଯୋଜନା ଅନୁସାରେ ପ୍ରତ୍ୟେକ ବିଦ୍ୟାଳୟର ନୂତନ ନବୀକରଣ କରାଯାଉଛି l ଜଗତସିଂହପୁର ଜିଲ୍ଲାରେ ୬୧୦ ସ୍କିମ୍ ର ୨୨ଟି ବିଦ୍ୟାଳୟ ଅଛି l ସେଗୁଡିକ 5t ଅଧିନକୁ ଯାଇ ବିଦ୍ୟାଳୟର ଭିତ୍ତିଭୂମିକୁ ସୁଦୃଢ କରିଥିବା ସତ୍ୱେ ମଧ୍ୟ ଏମିତି କେତେ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ଅନୁଯାୟୀ ଶିକ୍ଷକଙ୍କ ଅଭାବ ଦେଖାଯାଇଛି l ଯେଉଁଠି ବିଦ୍ୟାଳୟରେ କି ୨ ଜଣ ଆର୍ଟ୍ସ ଶିକ୍ଷକ, ୨ ଜଣ ବିଜ୍ଞାନ ଶିକ୍ଷକ, ଜଣେ ସଂସ୍କୃତ ଶିକ୍ଷକ, ଜଣେ ହିନ୍ଦୀ ଶିକ୍ଷକ ଜଣେ ଗଣିତ ଶିକ୍ଷକ ଓ ଜଣେ କ୍ରୀଡ଼ାବିତ ଶିକ୍ଷକ ରହିବା ନିହାତି ଆବଶ୍ୟକ ଥିବାବେଳେ ସ୍କୁଲକୁ ଚଳାଉଛନ୍ତି ଗୋଟିଏ କ୍ରୀଡ଼ାବିତ ଶିକ୍ଷକ ତାହା ଫୁଣି ପ୍ରଧାନଶିକ୍ଷକଙ୍କ ଦାଇତ୍ୱରେ l ଏହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ବ୍ଲକର ଓଡ଼ିଶୋ ପଞ୍ଚାୟତର କୁତାମଚଣ୍ଡୀ ବିଦ୍ୟାପୀଠ ବିଦ୍ୟାଳୟରେ l ବିଦ୍ୟାଳୟର ପ୍ରଧାନଶିକ୍ଷକ, ୨ ଜଣ ଆର୍ଟ୍ସ ଶିକ୍ଷକ, ୨ ଜଣ ବିଜ୍ଞାନ ଶିକ୍ଷକ, ଜଣେ ହିନ୍ଦୀ, ଜଣେ ସଂସ୍କୃତ, ଜଣେ ଗଣିତ ଶିକ୍ଷକ ଅବସର ନେଲା ପରେ ନୂତନ ଶିକ୍ଷକଙ୍କର ପୋଷ୍ଟିଂ ହେଇନାହିଁ l ସେଥିପାଇଁ କ୍ରୀଡା ଶିକ୍ଷକ ଦାଇତ୍ୱରେ ରହି ବିଦ୍ୟାଳୟ ଚଳାଉଛନ୍ତି l ବିଦ୍ୟାଳୟ ବନ୍ଦ ହୋଇଯିବା ଭୟରେ ଗ୍ରାମବାସୀ ପୁରାତନ ଅବସର ନେଇଥିବା ଶିକ୍ଷକ ଓ ସେହି ଅଞ୍ଚଳର ଜଣେ ବି.ଇ.ଡି ପାସ କରିଥିବା ବ୍ୟକ୍ତି ବିଶେଷ ଆସି ପାଠ୍ୟଦାନ କରୁଛନ୍ତି l ଅଧ୍ୟୟନ କରୁଥିବା ପିଲାମାନଙ୍କର ବହୁତ ଅସୁବିଧା ହେଉଛି l କେବଳ ଏହି ଗୋଟିଏ ସ୍କୁଲ ନୁହେଁ ଜଗତସିଂହପୁର ଜିଲ୍ଲାର ୨୦ ଟି ସ୍କୁଲର ଅବସ୍ଥା ଏହି ପରି ଦୟନୀୟ l ସେହି ବିଦ୍ୟାଳୟଗୁଡିକ ହେଲା କୁଞ୍ଜବିହାରୀ ହାଇସ୍କୁଲ(ଭୋକାଞ୍ଜି ) ରେ ଜଣେ ଶିକ୍ଷକ, ଗୋପାଳ ବିଦ୍ୟାପୀଠ (ସରାମ୍ବୋ) ରେ ଦୁଇ ଜଣ ଶିକ୍ଷକ, ପାର୍ବତୀ ବାଳିକା ଉଚ୍ଚ ବିଦ୍ୟାଳୟ(ଅଳସୁଧା)ଦୁଇ ଜଣ ଶିକ୍ଷକ, ଅଲାଣ୍ଡ ହାଇସ୍କୁଲ (ବିରିଡି)୨ ଜଣ, ଶ୍ରୀ ଜଗନ୍ନାଥ ବିଦ୍ୟାପୀଠ( ଗାରେଇ) ଦୁଇ ଜଣ, ପଦାରୁଆ ହାଇସ୍କୁଲ (ବାଲିକୁଦା) ଦୁଇ ଜଣ, ଗୋପବନ୍ଧୁ ସ୍ମାରକୀ ବିଦ୍ୟାଳୟ (ନହରଣା) ତିନି ଜଣ ଶିକ୍ଷକ, ବିବି ହାଇସ୍କୁଲ(ରାହାଣ)ଦୁଇ ଜଣ ଶିକ୍ଷକ, କୁଜଙ୍ଗ ବ୍ଲକର କେନ୍ଦ୍ର ହାଇସ୍କୁଲ (କୁଜଙ୍ଗ)ଦୁଇଜଣ ଶିକ୍ଷକ, ଆମ୍ବିକେଇ ହାଇସ୍କୁଲ ଦୁଇଜଣ, ବାଲିକଣି ହାଇସ୍କୁଲ, ସରଳପୁର ହାଇସ୍କୁଲ ଶିକ୍ଷକଙ୍କ ପଦପୀ ଖାଲି ପଡିଛି l 5ଟି ନିୟମ ଅନୁସାରେ ପ୍ରଥମେ ଶିକ୍ଷକ ପଦବୀ ପୂରଣ ହେବା କଥା କିନ୍ତୁ ତାହା ସରକାର ନ କରି କମ ଶିକ୍ଷକରେ ସରକାରୀ ବିଦ୍ୟାଳୟ ଚଳାଉଛନ୍ତି l ସମସ୍ତ ଗ୍ରାମବାସୀଙ୍କ ତରଫରୁ ସରକାରଙ୍କୁ ନିବେଦନ କରାଯାଇଛି ଯେ ତୁରନ୍ତ ଶିକ୍ଷକ ପଦବୀ ପୂରଣ କରାଗଲେ ଛାତ୍ରଛାତ୍ରୀ ପାଠ ପଢିବେ, ବଢିବେ ଓ ଶ୍ରେଷ୍ଠ ହୋଇ ଓଡିଶା ମାଟିର ନାମ ରଖିବେ l ଆଜିର ଛାତ୍ରଛାତ୍ରୀ କାଲିର ନାଗରିକ ହେବେ l ଯଦି ଶିକ୍ଷାର ଅବସ୍ଥା ଏମିତି ହେବ ତେବେ ଭବିଷ୍ୟତରେ ନାଗରିକଙ୍କ ଅବସ୍ଥା କିପରି ହବ l ବାକି ରହିଲା ପ୍ରଶାସନ କ'ଣ କରିବ, ଏହି ଦୟାନିୟ ଖବରର ପ୍ରସାରଣ ପରେ ସରକାରଙ୍କ ଦୁଷ୍ଟି ଗୋଚର ହେଲେ ଉକ୍ତ ସ୍କୁଲର ଅଧ୍ୟୟନ କରୁଥିବା ପିଲା ଗ୍ରାମବାସୀ ଓ ନିୟୁଜ ୱାନ ଓଡ଼ିଆ ଅଭାରୀ ରହିବ l












