ଅମଲା ତନ୍ତ୍ର ବିରୁଦ୍ଧରେ ବର୍ଷିଲେ ବିଜେପି କର୍ମୀ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଲଘୁଚାପ ଜନିତ ବର୍ଷା ସତ୍ତ୍ବେ ବି ବିଶାଳ ଗଣଧାରଣା

ସିମୁଳିଆ : ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରେ ସରକାରି କର୍ମଚାରି ଙ୍କ ଦ୍ୱାରା ପାତର ଅନ୍ତର ନୀତି ହେଉଥିବା ବେଳେ ବିଶେଷ କରି ଗୋଟିଏ ନିର୍ଦ୍ଧିଷ୍ଟ ଦଳ ର ଆଙ୍ଗୁଳି ନିର୍ଦ୍ଦେଶ ରେ ମନମୁଖି କାର୍ଯ୍ୟ ଚଳାଇ ସାଧାରଣ ଲୋକ ଙ୍କୁ ବହୁ ଅସୁବିଧା ରେ ପକାଉ ଥିବା ନେଇ ଆଜି ବିଜେପି ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ଙ୍କ ନେତୃତ୍ୱ ରେ ଏକ ବିଶାଳ ଗଣଧାରଣା ବ୍ଲକ ସମ୍ମୁଖ ରେ ଅନୁଷ୍ଠିତ ହୋଇ ଯାଇଛି।
ବିଶେଷ କରି ଆବାସ ଗୃହ ବଣ୍ଟନ ରେ ଉଚିତ୍ ହିତାଧିକାରୀ ଙ୍କୁ ଚୟନରେ ବଞ୍ଚିତ କରିବା ସହିତ ଅନେକ ଭତା ରୁ ବଞ୍ଚିତ ହେବା ଏବଂ ଅନେକ ଗୁଡିଏ ପଞ୍ଚାୟତ ଯେଉଁଠି ବିଜେପି ନିର୍ବାଚିତ ପି, ଆର୍ ମେମ୍ବର ଙ୍କୁ ଅଣଦେଖା କରାଯିବା ଏସବୁ କୁ ନେଇ ବିଜେପି ମହଲ ରେ ଅସନ୍ତୁଷ୍ଠ ପ୍ରକାଶ ପାଇଥିଲା। ଏସବୁ ଦୁର୍ନୀତି କୁ ନେଇ ବିଗତ ସାତ ଦିନ ପୂର୍ବରୁ ଏକ ସାତ ଦଫା ଦାବୀ ପତ୍ର ସିମୁଳିଆ ବି ଡି ଓ ଙ୍କୁ ଦିଆ ଯିବା ସହ ଏହାର ସମାଧାନ ନ ହୋଇପାରିଲେ ଧାରଣା ଦେବେ ବୋଲି ଚେତାବନୀ ଦେଇଥିଲେ। ଆଜି ପ୍ରବଳ ବର୍ଷା ହୋଇଥିଲେ ମଧ୍ୟ ବ୍ଲକ ସାମ୍ନା ରେ ବି ଜେ ପି ତରଫରୁ ଏକ ବିଶାଳ ଗଣଧାରଣା ଦେଇଥିଲେ। ସିମୁଳିଆ ବ୍ଲକ ରେ ଥିବା ବାଇଶି ଟି ପଞ୍ଚାୟତ ରୁ ବିଯେପୀ କର୍ମୀ, ମହିଳା ନେତ୍ରୁ ବୃନ୍ଦ ପଞ୍ଚାୟତ ସମିତି, ସରପଞ୍ଚ ମାନେ ଏହି ଧାରଣା ରେ ଉପସ୍ଥିତ ରହିବା ସହ ଆଗମୀ ଦିନ ରେ ଏହା ର ସମାଧାନ ର ବାଟ ନ ବାହାରିଲେ ସିମୁଳିଆ ବ୍ଲକ କୁ ସମ୍ପୂର୍ଣ ଅଚଳାବସ୍ଥା ସୃଷ୍ଟି କରିବାକୁ ସବୁ ତୁଙ୍ଗ କର୍ମୀ ନିଜ ବକ୍ତବ୍ୟ ରେ ରଖୀ ଥିଲେ। ଏହି ସଭା ର ଆୟୋଜକ ବିଜେପି ଚାଳିଶି ନମ୍ବର ଯୋନ ମଣ୍ଡଳ ଲୁନା ବେହେରା ସମେତ ପୁର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ଦୁଇ ପୁତ୍ର ଡକ୍ଟର ଅଣୁ ମାଧବ ପଣ୍ଡା, ଡକ୍ଟର ନୀଳ ମାଧବ ପଣ୍ଡା, ଚେୟାର ମ୍ୟାନ ବାବାଜି ଚରଣ ମଲିକ, ଜିଲ୍ଲା ପରିଷଦ ରମେଶ ଚନ୍ଦ୍ର ସାହୁ , ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠି, ଜିଲ୍ଲା ସେକ୍ରେଟାରୀ ଇଶ୍ଵର ବେହେରା, ଭଗବାନ୍ ପଣ୍ଡା, ପ୍ରଦୀପ ରାୟ, ରାଧା ରମଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଭା କୁ ଚେୟାର ମ୍ୟାନ ବାବାଜି ଚରଣ ମଲିକ ପରିଚାଲନା କରିଥିଲେ। ଭଦ୍ରକ ବିଜେପି ସାଂସଦ ପ୍ରାଥୀ ଅଭିମନ୍ୟୁ ସେଠୀ ମଧ୍ୟ ଉପସ୍ଥିତ ରହି କେନ୍ଦ୍ର ସରକାର ଙ୍କ ପ୍ରକଳ୍ପ ବିଷୟ ରେ ଅବଗତ କରାଇବା ସହିତ ଆଗାମୀ ନିର୍ବାଚନ ରେ ବିଜେପି ର ହାତ ମୁଠା ମଜବୁତ୍ କରିବା ସହିତ ହେଉଥିବା ଅନ୍ୟାୟ ବିରୋଧ ରେ ସ୍ୱର୍ ଉତ୍ତୋଳନ କରିବା କୁ ଅନୁରୋଧ କରିଥିଲେ।

0
0
0
s2sdefault

 

 

 

 

 

 

 

 

 

 

 

 

 

 

  

 

 

/*H3X_UIHVRK*/