ଜିଲ୍ଲା ପ୍ରଶାସନ ଦ୍ଵାରା କୁତ୍ରା ବ୍ଲକ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ଜିଲ୍ଲା ପ୍ରଶାସନ ଦ୍ଵାରା ଆଜି କୁତ୍ରା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି I ଏହି ଅଭିଯୋଗ ଶୁଣାଣି ରେ ଜିଲ୍ଲାପାଳ ଡା. ପରାଗ ଗଭାଲି ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତ୍ୟୁଷ ଦିବାକର ଯୋଗ ଦେଇ ଜନସାଧାରଣଙ୍କ ଅଭିଯୋଗ ର ଶୁଣାଣି କରିଥିଲେ I
ଆଜିର ଏହି ଜନ ଅଭିଯୋଗ ଶୁଣାଣି ରେ ମୋଟ 62 ଟି ଅଭିଯୋଗ ଆସିଥିଲା I ସେଥିମଧ୍ୟରୁ 27 ଗୋଟି ଅଭିଯୋଗ ବ୍ୟକ୍ତିଗତ ଜନିତ ହୋଇଥିବା ବେଳେ 37 ଗୋଟି ବିଭିନ୍ନ ସମସ୍ୟା ସମ୍ପକିର୍ତ ସାମୁହିକ ଅଭିଯୋଗ ଆଦି ରହିଥିଲା I ସେହିପରି 7 ଗୋଟି ଅଭିଯୋଗ ଗୁଡ଼ିକର ତତ୍ କ୍ଷଣାତ୍ ସମାଧାନ କରାଯାଇଥିଲା ଏବଂ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ରୁ ଆର୍ଥିକ ସହାୟତା ନିମନ୍ତେ 2 ଗୋଟି ଆବେଦନ ରହିଥିଲା I ଏହି ଅଭିଯୋଗ ଗୁଡିକ ମଧ୍ୟରେ ମୁଖ୍ୟତଃ ରାସ୍ତା ଘାଟ ମରାମତି, ରାସନ କାର୍ଡ ସମସ୍ୟା, ଭତ୍ତା, ବିଦ୍ୟାଳୟ ସମସ୍ୟା, ଆବାସ ଯୋଜନା, ଡ୍ରେନେଜ ସମସ୍ୟା ଆଦି ରହିଥିଲା I
ଆଜିର ଏହି ଯୁଗ୍ମ ଅଭିଯୋଗ ଶୁଣାଣି ରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ମନୋଜ ମହାଜନ, ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ, ଆଇ. ଟି. ଡି. ଏ., ସୁନ୍ଦରଗଡ଼ ର ପ୍ରକଳ୍ପ ପ୍ରଶାସକ ଶ୍ରୀ ରାମକୃଷ୍ଣ ଗଣ୍ଡ, କୁତ୍ରା ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ରବିନ୍ଦ୍ର ସେଠୀ ତଥା ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ I

0
0
0
s2sdefault