ସୁନ୍ଦରଗଡ଼ /ରାଉରକେଲା (ବସନ୍ତ କୁମାର ଜେନା): ରାଉରକେଲା ସିଭିଲ୍ ଟାଉନ୍ ସିପ୍ ସ୍ଥିତ ଇଣ୍ଡିଆନ୍ ଟାଏକୋଣ୍ଡୋ ୟୁନିଅନ କାର୍ଯ୍ୟାଳୟରେ ରାଏବୋଗା ଥାନା ର ପୁଲିସ କର୍ମଚାରୀ ( ଡ୍ରାଇଭର୍) ଗୁରୁ ନାରାୟଣ ମୁଣ୍ଡା ଙ୍କୁ ଟାଇକଣ୍ଡୋ ରେ ମିଳିଲା ବ୍ଲକ୍ ବେଲ୍ଟ l ଗୁରୁ ଙ୍କୁ ଏହି ବ୍ଲlକ୍ ବେଲ୍ଟ କୁକିଓନ୍ ସାଉଥ୍ କୋରିଆ ତରଫରୁ ତାଇକଣ୍ଡୋ ର ଫାଷ୍ଟ ଡନ୍ ବ୍ଲlକ୍ ବେଲ୍ଟ ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି l ରାଉରକେଲା ସିଭିଲ୍ ଟାଉନ୍ ସିପ୍ ସ୍ଥିତ ଇଣ୍ଡିଆନ୍ ତାଇକଣ୍ଡୋ ୟୁନିଅନ୍ କାର୍ଯ୍ୟାଳୟ ରେ ସାଧାରଣ ସମ୍ପାଦକ ମାଷ୍ଟର ମୁକେଶ ସାହୁ ଙ୍କ ଦ୍ଵାରା ଗୁରୁ ମୁଣ୍ଡାଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା l ତେବେ ଗୁରୁ ମୁଣ୍ଡା ଙ୍କ ଏହି ସଫଳତା ପାଇଁ ସେ ମାଷ୍ଟର ମୁକେଶ କୁମାର ସାହୁ ଙ୍କୁ ଧନ୍ୟବାଦ ଜଣାଇଛନ୍ତି l
ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ରେ ଡ୍ରାଇଭର୍ ଭାବେ କାର୍ଯ୍ୟରତ ଗୁରୁ ମୁଣ୍ଡା ଙ୍କ ଏହି ସଫଳତା ଆଜି ସାରା ସୁନ୍ଦରଗଡ଼ ଜିଲ୍ଲା ରେ ଅନ୍ୟକୁ ପ୍ରେରଣା ଦେଇଛି l ସୂଚନା ଅନୁସାରେ ଗୁରୁ ଯେତେବେଳେ ପାଞ୍ଚ ବର୍ଷ ର ଥିଲେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଯାଇଥିଲା l ତା ପରେ ଗୁରୁ ଙ୍କ ମାଁ ବାହାରେ ଶ୍ରମିକ ଭାବେ କାମ କରି ଗୁରୁ ଙ୍କ ଭରଣପୋଷଣ କରିଥିଲେ l ପରେ ଗୁରୁ 18 ବର୍ଷ ବୟସରେ ଝାରଖଣ୍ଡ ରାଞ୍ଚି କୁ ଚାଲି ଯାଇଥିଲେ l ସେଠି ସେ 3 ବର୍ଷ ଏକ ରେଷ୍ଟୁରାଣ୍ଟ ରେ ରେ କାମ କରି ନିଜ ଗୁଜୁରାଣ ମେଣ୍ଟାଇବା ସହ ଟାଇକଣ୍ଡୋ ଆରମ୍ଭ କରିଥିଲେ l ସେଇଠୁ ଆରମ୍ଭ ହୋଇଥିଲା ଗୁରୁଙ୍କ କ୍ରୀଡା ପ୍ରତି ଉତ୍ସାହ l ସେଇଦିନ ଠୁ ସେ ତାଇକଣ୍ଡୋ ଖେଳୁ ଛନ୍ତି l ବର୍ତ୍ତମାନ ସମୟରେ ଗୁରୁ ମୁଣ୍ଡା ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ରେ ଡ୍ରାଇଭର୍ ଭାବେ କାର୍ଯ୍ୟ କରୁଛନ୍ତି l ତେବେ ଗୁରୁ ଙ୍କ ସୁଦୃଢ ଇଚ୍ଛା ଶକ୍ତି ଓ ମନୋବଳ ଯୋଗୁ ଆଜି ସେ ତାଇକଣ୍ଡୋ ରେ ବ୍ଲାକ୍ ବେଲ୍ଟ ହୋଇପାରିଛନ୍ତି l ତେବେ ଗୁରୁ ଙ୍କ ଇଚ୍ଛା ରହିଛି ତାଇକଣ୍ଡୋ ଖେଳରେ ସେ ଜାତୀୟ ଓ ଆନ୍ତର୍ଜାତୀୟ ଖେଳ ଖେଳି ଓଡିଶା ଓ ଭାରତ ର ନା ଗୌରବ କରିବେ
ରାଜ୍ୟ
ରାଏବୋଗା ଥାନା ଡ୍ରାଇଭରଙ୍କୁ ମିଳିଲା ଟାଇକଣ୍ଡୋ ରେ ବ୍ଲାକ୍ ବେଲ୍ଟ
- Hits: 263






