ଜୀବନ୍ତ ବଜ୍ରକାପ୍ତା ଜବତ କରିଛି ରାଇଘର ବନବିଭାଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଉମରକୋଟ/ଜିତେନ୍ଦ୍ର ମହାନ୍ତି: ନବରଙ୍ଗପୁର ଜିଲ୍ଲା ରାଇଘର ବନ ବିଭାଗ କୁ ମିଳିଛି ବଡ଼ ସଫଳତା । ବଜ୍ରକାପ୍ତା ଚୋରା ଚାଲାଣ ହେଉଥିବା ଖବର ପାଇ ବନ ବିଭାଗ ର ଏକ ଟିମ୍ ଚାଲାଣକାରି କୁ ଧରିବାରେ ସଫଳ ହୋଇଛି । ଏକ ଜୀବନ୍ତ ବଜ୍ରକାପ୍ତା କୁ ଉଦ୍ଧାର କରିବା ସହ ଚୋରା ଚାଲାଣରେ ସଂପୃକ୍ତ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ ରାଇଘର ବନ ବିଭାଗ କର୍ମଚାରୀ କୌଣସି ସୂତ୍ର ରୁ ଖବର ପାଇ କୁନ୍ଦେଇ ଅଞ୍ଚଳ ରେ ପେଟ୍ରୋଲିଙ୍ଗ କରୁଥିବା ସମୟ ରେ ହାଟଭରଣ୍ଡି ନିକଟ ରେ ଦୁଇ ଜଣ ବ୍ୟକ୍ତି ଏକ ବାଇକ୍ ରେ ଏକ ବ୍ୟାଗ୍ ରେ କିଛି ନେଉଥିବା ସନ୍ଦେହ କରି ତାକୁ ପଚାରିବାରୁ ବ୍ୟାଗ୍ ରେ ବଜ୍ରକାପ୍ତା ଦେଖିବାକୁ ପାଇଥିଲେ । ବାଇକକୁ ଅଟକାଇଥିଲେ କିନ୍ତୁ ଘଟଣାସ୍ଥଳରୁ ଜଣେ ଲୋକ ଚମ୍ପଟ ମାରିଥିବା ବେଳେ ଜଣେ ବ୍ୟକ୍ତିକୁ ଧରିବାରେ ସଫଳ ହୋଇଥିଲେ । ଉକ୍ତ ବ୍ୟକ୍ତି ଙ୍କୁ ବଜ୍ରକାପ୍ତା ଚାଲାଣ ଅଭିଯୋଗରେ ରାଇଘର ରେଞ୍ଜ କାର୍ଯ୍ୟାଳୟକୁ ଆଣିଥିଲେ। ଚାଲାଣକାରୀ ଜଣକ କୋରାପୁଟ ଜିଲ୍ଲା ଦଶମନ୍ତପୁଟ ବ୍ଲକ୍ ଅନ୍ତର୍ଗତ ଡୁମାଗୁଡ଼ା ଗ୍ରାମର ସଂଜିତ କୁଲେସିକା ବୋଲି ଜଣାପଡ଼ିଛି । ବାଜ୍ରକାପ୍ତା କୁ ଗତ ୨୧ ତାରିଖ ଠାରୁ ଉଦ୍ଧାର କରା ଯାଇଥିବା ବେଳେ ଚାଲାଣକାରୀ କୁ ଗତ ୨୧ ତାରିଖ ଠାରୁ ଅଟକ ରଖା ଯାଇଥିଲେ ହେଁ ସମସ୍ତ କାଗଜପତ୍ର ପ୍ରସ୍ତୁତ ଓ ଅଭିଯୁକ୍ତ ଙ୍କ ସମ୍ପର୍କୀୟ ଆସି ନଥିଲେ ବୋଲି ତାକୁ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି କହିଛନ୍ତି ରାଇଘର ରେଞ୍ଜର । ବଜ୍ରକପ୍ତାଟି ଟି ମାଇ ବଜ୍ରକାପ୍ତା ଓ ଏହାର ଓଜନ 8.2 କିଲୋ ଗ୍ରାମ ରହିଛି । ବଜ୍ରକାପ୍ତା କୁ ଚିକିତ୍ସା କରା ଯାଇଛି ବୋଲି କହିଛନ୍ତି । ଅଭିଯୁକ୍ତ ହେଉଛନ୍ତି ସଂଜିତ କୁଲେଶିକା କୁ କୋର୍ଟ ଚାଲାଣ ନିମନ୍ତେ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ ସରିଛି । ଆଜି ତାକୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ରାଇଘର ରେଞ୍ଜର ।

0
0
0
s2sdefault

 

 

 

 

 

 

 

 

 

 

 

 

 

 

  

 

 

/*H3X_UIHVRK*/