-
400 ବାସିନ୍ଦା ଉପକୃତ
-
ଯୋଡା ସହର ମୁଖ୍ୟ ପ୍ରବେଶ ତୋରଣ, ସୁନା ନଦୀ କୂଳ ସୌନ୍ଦର୍ଯ୍ୟକରଣ ର ଶିଳାନ୍ୟାସ
ଯୋଡା/ପାର୍ଥସାରଥୀ ଷଢଙ୍ଗି: ଯୋଡା ପୌରପାଳିକା ଅନ୍ତର୍ଗତ ଦୁଇଗୋଟି ୱାର୍ଡରେ ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସଏଫ) ଦ୍ଵାରା ନିର୍ମିତ ଜନହିତକର ପ୍ରକଳ୍ପ କୁ ଚମ୍ପୁଆ ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହାନ୍ତ ସୋମବାର ଉଦଘାଟନ କରିଛନ୍ତି I ଏତଦବ୍ୟତୀତ ଦୁଇଗୋଟି ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଛନ୍ତି I
ସ୍ଥାନୀୟ ଗୋପ ମହାନ୍ତି ହାଟିଂ (ୱାର୍ଡ ନଂ 9) ରେ ବହୁ ଦିନରୁ ଦାବି ହୋଇ ଆସୁଥିବା ଏକ ନବ ନିର୍ମିତ କମ୍ୟୁନିଟି ଶୌଚାଳୟ ଲୋକାର୍ପିତ ହୋଇଯାଇଛି I ସେହିପରିଭାବେ, ୱାର୍ଡ ନଂ 14 ଅନ୍ତର୍ଗତ ବିଚାକୁଣ୍ଡି ଅଞ୍ଚଳର ମୁଣ୍ଡା ସାହିରେ ରେ ମଧ୍ୟ ଏକ କମ୍ୟୁନିଟି ଶୌଚାଳୟ ଉଦଘାଟନ କରାଯାଇଛି I
ଏହି ଦୁଇଗୋଟି ପ୍ରକଳ୍ପ ଦ୍ଵାରା ପ୍ରାୟ 400 ଲୋକ ଉପକୃତ ହେବେ I
ଏଥିସହିତ, କଳାପାହାଡ ଠାରେ ଥିବା ଯୋଡା ମୁନିସିପାଲିଟି ର ମୁଖ୍ୟ ପ୍ରବେଶ ତୋରଣ ର ନବୀକରଣ ପାଇଁ ଶିଳାନ୍ୟାସ କରା ଯିବା ସହ ଯୋଡା ମହିଳା ମହାବିଦ୍ୟାଳୟ ନିକଟସ୍ଥ ସୁନା ନଦୀ କୂଳରେ ଏକ ନୂଆ ଉଦ୍ୟାନ କରିବା ପାଇଁ ଶିଳାନ୍ୟାସ କରାଯାଇଛି I
ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ମହାନ୍ତ ଙ୍କ ସହ ଡଃ ଜଗଦୀଶ ପ୍ରସାଦ ସାହୁ (ପୌରାଧକ୍ଷ ଯୋଡା ପୌରପାଳିକା ) ଶ୍ରୀ ରାଜେଶ କୁମାର (ମୁଖ୍ୟ ଟାଟା ଷ୍ଟିଲ ଯୋଡା )ସମସ୍ତ ୱାର୍ଡ଼ର କାଉନସିଲର ଏବଂ ସ୍ଥାନୀୟ ବାସିନ୍ଦା ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ I ଏହି ପ୍ରକଳ୍ପ ଗୁଡ଼ିକ ପାଇଁ ସ୍ଥାନୀୟ ଲୋକମାନେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି I ବିଶେଷକରି, ସୁନା ନଦୀ କୂଳରେ ଏକ ଉଦ୍ୟାନ ର ବହୁତ ଆବଶ୍ୟକତା ଥିଲା I ଆମୋଦ ପ୍ରମୋଦ ପାଇଁ ଏହାର ଏକ ନିତାନ୍ତ ଆବଶ୍ୟକତା ଥିଲା ବୋଲି ସ୍ଥାନୀୟ ବାସିନ୍ଦା ମତ ବ୍ୟକ୍ତ କରିଛନ୍ତି ଓ ଏଭଳି ନିତ୍ୟାନ୍ତ ଆବଶ୍ୟକ କାମ ଓ ସ୍ଥାନୀୟ ଅଞ୍ଚଳ ବିକାଶ କୁ କମ୍ପାନୀ ଆହୁରି ଅଧିକ ରୁ ଅଧିକ କ୍ରିୟାଶୀଳ କରିବାକୁ ସ୍ଥାନୀୟ ଅଞ୍ଚଳ ବାସୀ ମତବ୍ୟକ୍ତ କରିଛନ୍ତି।






