-
ବିକାଶର ପଥ ରେ ପଣ୍ଡଗୁଡା ପଂଚାୟତ ର ନଗ୍ନ ଚିତ୍ର!
-
ସରକାରୀ ଯନ୍ତ୍ରୀ ସହ ଟୁଙ୍ଗି ନେତା ଙ୍କ କମାଲ !
କୋଷାଗୁମୁଡା: ଅଶୋକ ସାହୁ, ଶାସକ ପ୍ରଶାସକ.ମୋସରକାର ବା 5ଟି ଯୁଗ ରେ ରାସ୍ତାଘାଟ ର ପ୍ରକୃତ ଦୃଶ୍ୟ ଯାହାକି ଖଲି ଦେଉଛି ବିକାଶ ର ବାସ୍ତବିକ ଚିତ୍ର | କୋଷାଗୁମୁଡା ବ୍ଲକ ପଣ୍ଡଗୁଡା ପଂଚାୟତ ରେ ଏବେ ସରକାରୀ ଯନ୍ତ୍ରୀ ସହ ଟୁଙ୍ଗି ନେତା ଙ୍କ କମାଲ କୁ ନେଇ ଚର୍ଚ୍ଚା ଜୋର ଧରିଛି| ସୂଚନା ମୁତାବିକ ପଣ୍ଡଗୁଡା ପଂଚାୟତ ଅନ୍ତର୍ଗତ ବିଜାଗୁଡା ଠୁଁ ଚାଉରୀୟା ମନ୍ଦିର ପର୍ଯ୍ୟନ୍ତ ରାସ୍ତା ମରାମତି କରିବା ପାଇଁ ସ୍ତିର କରାଯାଇଥିଲା ଯାହାର ୱର୍କ କୋଡ଼ ହେଉଛି (2430002018/RC/10568210)(2023-2024) ଏହି ରାସ୍ତା ମରାମତି ପାଇଁ 10 ଲକ୍ଷ୍ୟ ଟଙ୍କା ମଞ୍ଜୁରୀ ରହିଥିବା ସୂଚନା ମିଳିଛି | ରାସ୍ତା କାର୍ଯ୍ୟ ହଇଛି ସତ କିନ୍ତୁ ନୂତନ ରାସ୍ତା ଉପରେ ଚାଲିବା ସମ୍ଭବପର ହେଉନାହିଁ ବଲି ଗ୍ରାମବାସୀ ମତ ପ୍ରକାଶ କରୁଛନ୍ତି | ତରବରୀୟା ଭାବେ ମୁରୁମ ମାଟି ଢାଳି ଚାଲିଗଲେ ଠେକାଦାର ଏବେ ଅସୁବିଧା ଭଗୁଛନ୍ତି ବିଜାଗୁଡା ଗ୍ରାମବାସୀ ହେଲେ ସରକାରୀ ଯନ୍ତ୍ରୀ ଗଲେ କୁଆଡେ କଣ ଯନ୍ତ୍ରୀ ଙ୍କ ଅନୁପସ୍ଥିତି ରେ ହେଇଛି କି ରାସ୍ତା ମରାମତି କାର୍ଯ୍ୟ| ନା ଟୁଙ୍ଗି ନେତାଙ୍କ ସହ ମିଶି ଖେଳ ଖେଳୁଛନ୍ତି ସରକାରୀ ଯନ୍ତ୍ରୀ ତାହା ବଡ଼ ପ୍ରଶ୍ନ | ଗ୍ରାମବାସୀ ଙ୍କ କହିବା ଅନୁଯାୟୀ ପୂର୍ବ ରୁ ରାସ୍ତା ରେ ଯିବା ଆସିବା ଠିକ ରହିଥିଲା କିନ୍ତୁ ଅଚାନକ ବର୍ଷା ଆସିବା ପୂର୍ବ ରୁ ଟ୍ରାକ୍ଟର ମାଧ୍ୟମରେ ଦିନ ରାତି ମୁରୁମ ମାଟି ବହି ରାସ୍ତା ରେ ଢାଳି ଚାଲିଗଲେ ଠେକାଦାର| ମୁରୁମ ଢାଳି ଲା ପରେ ଠିକ ସେ ଖେଳାଇଲେ ମଧ୍ୟ ନାହିଁ ନା ରାସ୍ତା କୁ ଠିକସେ ରୋଲର ମାଧ୍ୟମରେ ଚାପ ଦେଲେ| ଯାହାଫଳ ରେ ଏବେ ଗୋରୁ ଗାଈ ଚାଲିବା ବି ଅସମ୍ଭବ ବଲି ଅସନ୍ତସ ଗ୍ରାମବାସୀ | ବର୍ଷା ମାସ ଯଦି ଗ୍ରାମ ରେ ଆମ୍ବୁଲାନ୍ସ ଯିବ ନାହିଁ ତ ରୋଗୀଙ୍କୁ ତିନି କିଲୋମିଟର ବହି ବା କୁ ପଡିବ ଯାହାକୁ ନେଇ ଏବେ ଚିନ୍ତା ରେ ବସିଛନ୍ତି ଗ୍ରାମବାସୀ କିନ୍ତୁ ଦୁଃଖ ବୁଝିବ କିଏ ତାହା ଅସ୍ପଷ୍ଟ | କଣ ପାଇଁ ନିରୀହ ଆଦିବାସୀ ଙ୍କୁ ସୁବିଧା ଯୋଗାଇବା ନା ରେ ଟଙ୍କା ଆତ୍ମ ସାତ କରାଯାଉଛି| ମନୋରେଗାଁ ନା ରେ ଯନ୍ତ୍ରୀ ଙ୍କ ସହ ଠେକାଦାର ଲକ୍ଷେ ଲକ୍ଷେ ଟଙ୍କା ଚଳୁ କୁରୁଥିବା ଦୃଶ୍ୟ ବାରମ୍ବାର ସାମ୍ନା କୁ ଆସିଲେ ମଧ୍ୟ କାହାର ବି ଟିକେ ଖାତିର ନାହିଁ | କୋଷାଗୁମୁଡା ବ୍ଲକ ରେ ଦିନ କୁ ଦିନ ମନୋରେଗାଁ ନା ରେ ଟଙ୍କା ଆତ୍ମାସାତ ହେଉଛି ତଥାପି ବ୍ଲକ ପ୍ରଶାସନ ର ନିଦ ଭାଙ୍ଗୁ ନାହିଁ | ପଖରୀ ଖଳା,ରାସ୍ତା ମରାମତି,ଟ୍ରେଞ୍ଚ ନିର୍ମାଣ, ଏଭଳି ଅନେକ କାର୍ଯ୍ୟ ରେ ହରିଲୁଟ ହେଉଛି ଟଙ୍କା | ଠେକାଦାର ହରିଲୁଟ କରି ଦିନ କୁ ଦିନ ପକେଟ ଗରମ କରୁଛନ୍ତି ଅନ୍ୟପଟେ ଗରିବ ନିରୀହ ଆଦିବାସୀଙ୍କ ଅବସ୍ତା ଯେମିତି କୁ ସେମିତି| କେବେ ହେବ ବିକାଶ ତାହା ଦେଖିବାର ବାକି ରହିଲା |











