ଏସ୍ଏଫ୍ଆଇ ବାର୍ଷିକ ସାଧାରଣ ବୈଠକ
-
– ତୁଷାର ତ୍ରିବେଦୀ ସଭାପତି, ପ୍ରଶାନ୍ତ କେନି ସମ୍ପାଦକ ନିର୍ବାଚିତ
-
– ପରିଚାଳନା କମିଟିରେ ଓସ୍କାରୁ ସୁରେଶ ୱାଇଁ
ଅହମ୍ମଦାବାଦ: ‘ଫ୍ଲାଇଙ୍ଗ୍ ଶିଖ’ ମିଲଖା ସିଂ ଏବଂ ପି.ଟି ଉଷାଙ୍କୁ ୨୦୨୨ ବର୍ଷ ପାଇଁ ସମ୍ମାଜନକ ଏସ୍ଏଫ୍ଆଇ ମେଡାଲ ପ୍ରଦାନ କରାଯିବ। ଗୁଜରାଟର ସୋର୍ସ କ୍ଲବ୍ରେ ଆଜି ଆୟୋଜିତ ଏସ୍ଏଫ୍ଆଇ (ସ୍ପୋର୍ଟ ଜର୍ଣାଲିଷ୍ଟ ଫେଡେରେସନ୍ ଅଫ୍ ଇଣ୍ଡିଆ)ର ବାର୍ଷିକ ସାଧାରଣ ବୈଠକରେ ଏ ବିଷୟରେ ନିଷ୍ପଭି ହୋଇଥିଲା। ପୂର୍ବରୁ ବିଜୟ ଅମ୍ରିତରାଜ, ପ୍ରକାଶ ପାଦୁକନ ଏବଂ ସୁନୀଲ ଗାଭାସ୍କରଙ୍କୁ ଏହି ମେଡାଲ ପ୍ରଦାନ କରାଯାଇଛି।
କିମ୍ବଦନ୍ତୀ ମିଲଖା ସିଂ ୧୯୫୮ ଟୋକିଓ ଏସୀୟ କ୍ରୀଡ଼ା (୨୦୦ ଓ ୪୦୦ ମିଟର) ଏବଂ ୧୯୬୨ ଜାକର୍ତ୍ତା ଏସୀୟ କ୍ରୀଡ଼ାରେ (୪୦୦ ମିଟର ଏବଂ ୪ ଗୁଣା ୪୦୦ ମିଟର) ୪ଟି ସ୍ଵର୍ଣ୍ଣ ପଦକ ଜିତିଥିଲେ । ତାଙ୍କୁ ମରଣୋତ୍ତର ପୁରସ୍କାର ପ୍ରଦାନ କରାଯିବ।
ପିଟି ଉଷା ଏବେ ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ)ର ସଭାପତି ରହିଛନ୍ତି। ସେ ଏସୀୟ କ୍ରୀଡ଼ାରେ ୧୧ଟି ପଦକ ଜିତିଥିଲେ। ୧୯୮୬ କ୍ରୀଡ଼ାରେ ୪ଟି ସ୍ଵର୍ଣ୍ଣ ପଦକ (୨୦୦, ୪୦୦, ୪୦୦ ମିଟର ହର୍ଡଲ୍ ଏବଂ ୪ ଗୁଣା ୪୦୦ ମିଟର) ଜିତିବାରେ ସଫଳ ରହିଥିଲେ। କ୍ରୀଡ଼ାରୁ ଅବସର ନେବା ପରେ ସେ ଏକ ଆଥଲେଟିକ୍ ସ୍କୁଲ ଖୋଲିଛନ୍ତି। ଯାହାର ନାମ ରହିଛି ‘ଉଷା ସ୍କୁଲ ଅଫ୍ ଆଥଲେଟିକ୍ସ’।
ବାର୍ଷିକ ସାଧାରଣ ବୈଠକରେ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଥିଲେ। ତୁଷାର ଦ୍ବିବେଦୀ ସଭାପତି, ପ୍ରଶାନ୍ତ କେନି ସମ୍ପାଦକ, ପାର୍ଥ ଚକ୍ରବର୍ତ୍ତୀ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ଓସଯାର ଯୁଗ୍ମ ସମ୍ପାଦକ ସୁରେଶ କୁମାର ସ୍ବାଇଁ ପରିଚାଳନା କମିଟିର ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି ।
ସଭାପତି: ତୁଷାର ତ୍ରିବେଦୀ (ଗୁଜରାଟ); ଉପ ସଭାପତି: ବିକାଶ ପାଣ୍ଡେ (ଇନ୍ଦୋର), ମଞ୍ଜୁ ବିରାପ୍ପା (ବେଙ୍ଗାଲୁରୁ), ସରକୁ ଚକ୍ରବର୍ତୀ (ତ୍ରିପୁରା), ପରିତୋଷ ପ୍ରମାଣିକ (ନାଗପୁର); ସମ୍ପାଦକ: ପ୍ରକାଶନ୍ତ କେନି (ମୁମ୍ବାଇ), ଯୁଗ୍ମ ସମ୍ପାଦକ- ରମେଶ ଭରିକୁୱାଲା (ତେଲଙ୍ଗାନା) ; କୋଷାଧ୍ୟକ୍ଷ - ପାର୍ଥ ଚକ୍ରବର୍ତୀ (ଆସାମ); ପରିଚାଳନା କମିଟି ସଦସ୍ୟ - ସୁରେଶ କୁମାର ସ୍ୱାଇଁ (ଓଡ଼ିଶା), ରିପଲ କ୍ରିଷ୍ଟ୍ରୀ (ଗୁଜରାଟ), କେ. କିଥୁସନ (ତାମିଲନାଡୁ), ସୁପ୍ରଭାତ ଦେବନାଥ (ତ୍ରିପୁରା), ବିଦ୍ୟୁତ କଲିତା (ଆସାମ), ନିଲେଶ ଦେଶପାଣ୍ଡେ (ନାଗପୁର), ସବି ହୁସେନ ନକଭି (ଦିଲ୍ଲୀ)।








