ଯୋଡ଼ା ପାଇଁ (ଟିସ୍କୋ) ଟାଟା କମ୍ପାନୀର ଶୋଷଣ ମନୋଭାବ ସହ ସାବତ ପୁଅ ଭଳି ବ୍ୟବହାର !
ଯୋଡ଼ା/ପାର୍ଥ ସାରଥୀ ଷଡ଼ଙ୍ଗୀ : ସମୟ ର ଆବର୍ତ୍ତମାନ ରେ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବିଧାନସଭା ଅନ୍ତର୍ଗତ ସବୁଠାରୁ ଧନୀ ଜିଲ୍ଲା ର ସବୁଠୁ ଅଧିକ ରାଜସ୍ବ ଦେଉଥିବା କୁବେର ପୁରୀ ର ଯୋଡ଼ା ଖଣି ଅଞ୍ଚଳ ର ଯୋଡ଼ା ସହର ର ଅଧିବାସୀ ଙ୍କ ଆର୍ତ୍ତ ଚିତ୍କାର ସହ ତାଙ୍କ ଅନ୍ତରାତ୍ମା ର କୋହ ଶୁଣିବାକୁ ନାରାଜ ଭାରତ ର ବଡ କମ୍ପାନୀ ( TATA ) । (କୁବେର ପୁରୀ ରେ ଆଜି ସୁଦାମା ଭଳି ଖଣି ଅଞ୍ଚଳ ବାସୀ)ଯୋଉ ଯୋଡ଼ା ଅଞ୍ଚଳ ରେ ଟାଟା କମ୍ପାନୀ ର ଏତେ ବର୍ଷ ର ଖଣି ଖାଦାନ କରି କେବଳ ଲୋକ ଦେଖାଣିଆ ଭାବେ ପ୍ରଶାସନ ଓ ପାୱାର କୁ ନେଇ ଶୋଷଣ ମନୋଭାବ ସହ ସାବତ ପୁଅ ଭଳି ବ୍ୟବହାର ପ୍ରତ୍ୟକ୍ଷ ନହେଲେ ବି ପରୋକ୍ଷ ଭାବେ ଯୋଡ଼ା ଅଞ୍ଚଳ ର ବିକାଶ ଚାହୁଁଥିବା ବରିଷ୍ଠ ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତିତ୍ଵ ଙ୍କ ସହ ନେତୃତ୍ୱ ନେଉଥିବା ବିଭିନ୍ନ ଦଳର ବରିଷ୍ଠ ଅଭିଜ୍ଞତା ସମ୍ପନ୍ନ ନେତାଙ୍କର ବି ସମର୍ଥନ ଅଛି। କେବଳ ଖଣି ସମ୍ପ୍ରସାରଣ ଲକ୍ଷ୍ୟରେ ଆଖି ବନ୍ଦ କରି ସହିଯିବା ଭୁଲ ହେଇଯିବ ଅଞ୍ଚଳ ପାଇଁ। ଖଣି ସପ୍ରସାରଣ ହେଉ ଖଣି ଅଞ୍ଚଳ ବାସୀ ସ୍ବାଗତ କରିବା ସହ ଧନ୍ୟବାଦ୍ ଦେବାକୁ ଇଚ୍ଛା ପ୍ରକାଶ କରିବେ ଯେତେ ବେଳେ ଏ ଧୂଳି, ଧୂଆଁ ରେ ପୀଡ଼ିତ ଅଧିବାସୀ ଉପକୃତ ହେବେ।ଯୋଡ଼ା ଅଞ୍ଚଳ ରୁ କଞ୍ଚା ମାଲ ନେଇ ଅନ୍ୟ ରାଜ୍ୟ ରେ ପ୍ଲାଣ୍ଟ କରି କିମ୍ବା ଏ ଆମ ଅଞ୍ଚଳ ରେ କରିଥିବା ପ୍ଲାଣ୍ଟ ରେ ନିଜ ଅଞ୍ଚଳ ଲୋକ ତ ଛାଡ ରାଜ୍ୟବାସୀ ଙ୍କ ଲୋକଙ୍କୁ ଛାଡ଼ି ଅନ୍ୟ ପଡୋଶୀ ରାଜ୍ୟ ର ଲୋକଙ୍କ ନିଯୁକ୍ତି ପ୍ରବେଶିକା ପାଇଁ ବିଜ୍ଞାପନ ପ୍ରକାଶ ପାଉଛି | କଣ୍ ଅଞ୍ଚଳ ଲୋକଙ୍କ ଭାବାବେଗ ସହ ପୁରୁଖା କମ୍ପାନୀ ର ଅଞ୍ଚଳ ବାସୀ ଙ୍କୁ କୁଠାରଘାତ ନୁହେଁ କି ?। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଖଣି ଅଞ୍ଚଳ ରେ କମ୍ପାନୀ ସମ୍ପ୍ରାସାରଣ କରୁ ମନା ନାହିଁ କିନ୍ତୁ ଏ ଅଞ୍ଚଳ ରେ ଷ୍ଟିଲ ପ୍ଲାଣ୍ଟ କରି ସ୍ଥାନୀୟ ଲୋକଙ୍କ ନିଯୁକ୍ତି ସହ ସ୍ଥାନୀୟ ଲୋକଙ୍କ ସ୍ବାସ୍ଥ୍ୟ, ଶିକ୍ଷା ଉପରେ ବିଶେଷ ଭାବେ ଧ୍ୟାନ ସହ ଯୁବା ବର୍ଗ ଙ୍କ ନିଯୁକ୍ତି ସହ ଆତ୍ମନିର୍ଭରଶଳିତା ଉପରେ ପଦକ୍ଷେପ ନେବା ଜରୁରୀ ହୋଇ ପଡ଼ିଛି। ପୁରୁଖା ଟାଟା କମ୍ପାନୀ ସହ ଖଣି ଅଞ୍ଚଳ ରେ ଖଣି ନେଇ ନିଜ ଖଣି, ଖାଦାନ,କମ୍ପାନୀ ରେ ସ୍ଥାନୀୟ ନିଯୁକ୍ତି ୧୦୦%ହେଲେ ଲୋକ ଉପକୃତ ହେଇ ପାରିବା ସହ ଅଞ୍ଚଳ ର ବିକାଶ ରେ ସହଭାଗିତା ବୃଦ୍ଧି ପାଇବ।
କ୍ରମଶଃ....








