ଜନ ସଚେତନତା ରେ ହିଁ ସଂକୀର୍ତନ ସଂସ୍କୃତି ର ସୁରକ୍ଷା ସମ୍ଭବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜିଲ୍ଲା ସଂକୀର୍ତନ ସଂସ୍କୃତି ଜାଗରଣ ଉତ୍ସବ ରେ ମତ ପ୍ରକାଶ

ବରଗଡ :- ଭାବ ଭକ୍ତି ର ସମ୍ମିଶ୍ରଣ ହେଉଛି ସଂକୀର୍ତନ ମାତ୍ର ସମ୍ପ୍ରତି ସଂକୀର୍ତନ ଧୀରେ ଧୀରେ ଅପସଂସ୍କୃତି ଆଡକୁ ଠେଲି ହୋଇଯାଉଥିବା ବେଳେ ବରଗଡ଼ ଜିଲ୍ଲା ପାଇକମାଲ ନୃସିଂହନାଥ ପିଠ ରେ ଜିଲ୍ଲା ସଂକୀର୍ତନ ପରିଷଦ ଆନୁକୂଲ୍ୟ ରେ ଜିଲ୍ଲା ସ୍ତରୀୟ ସଂକୀର୍ତନ ସଂସ୍କୃତି ଜାଗରଣ ଉତ୍ସବ ର ଶୁଭାରମ୍ଭ ହୋଇଯାଇଛି ।ଜିଲ୍ଲା ସଂକୀର୍ତନ ପରିଷଦ ର କାର୍ଯ୍ୟକାରୀ ସଭାପତି ପ୍ରମୋଦ ଦାଶ ଙ୍କ ଅଧ୍ୟକ୍ଷତା ଓ ଆବାହକ ଗୋପବନ୍ଧୁ ପୁରୋହିତ ତଥା ଲିଙ୍ଗରାଜ ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପ୍ରାରଂଭ ରେ ବଲାଙ୍ଗୀର ର ପବିତ୍ର ହରିଶଙ୍କର ପୀଠ ରୁ ଏକ ଶୋଭାଯାତ୍ରାରେ ଆରମ୍ଭ ହୋଇ ବରଗଡ଼ ଜିଲ୍ଲା ନୃସିଂହ ନାଥ ପୀଠ ରେ ପହଞ୍ଚିଥିଲା । ଏକ ଶୋଭାଯାତ୍ରା ବାହାରି ନୃସିଂହନାଥ ପୀଠ ରେ ପ୍ରଭୁ ଙ୍କ ଦର୍ଶନ ପୂର୍ବକ କାର୍ଯ୍ୟ ଶୁଭାରମ୍ଭ ହୋଇ ସ୍ଥାନୀୟ ଆୟୋସିଏଲ ଅତିଥି ଭବନରେ ପହଞ୍ଚିଥିଲା । ସଂକୀର୍ତ୍ତନ ସଂସ୍କୃତ ଉତ୍ସବ ସଭାରେ ମୁଖ୍ୟ ଅତିଥି ଭାବେ ସଂକୀର୍ତନ ଗୁରୁ ନୃସିଂହ ଦାଶ ଯୋଗଦେଇ ଥିବା ବେଳେ ବିଶିଷ୍ଟ ଅତିଥି ଭାବେ ବିପ୍ଲବୀ କବି ନୀତିଶ ଆଚାର୍ଯ୍ୟ ଯୋଗଦେଇ ସଂକୀର୍ତନ ସଂସ୍କୃତି କିପରି ଅପସଂସ୍କୃତି କବଳରେ କବଳିତ ହେଉଛି ସେ ବିଷୟ ରେ ଏକ ଜନ ସଚେତନତା ଧର୍ମୀ କବିତା ମହିଳା ସଂକୀର୍ତନ ଲୋକାର୍ପିତ କରିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରଦୀପ ପଟ୍ଟନାୟକ ସାମାଜିକ କର୍ମୀ ଟିକେଲାଲ ନାଏକ,ସଂକୀର୍ତନ ଗୁରୁ ସୁଧର୍ମା ଦାଶ୍,ସଂକୀର୍ତନ ଗାୟକ ଗୋବିନ୍ଦ ଧରୁଆ,ଖଗେଶ୍ୱର ପୁରୋହିତ ,ଲଳିତ ମୋହନ ପଣ୍ଡା, ସଦାନନ୍ଦ ଦାଶ୍ ରାମଚନ୍ଦ୍ର ସାହୁ, ନୀଳ ଦେବତା ସୁଶୀଲ ଦାଶ୍ ପ୍ରମୁଖ ଯୋଗ ଦେଇ ଜନ ସଚେତନା ହିଁ ଅପସଂସ୍କୃତି କୁ ରୋକିପାରିବ ବୋଲି ଉଲ୍ଲେଖ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅରୁଣ ପ୍ରଧାନ ପଞ୍ଚାନନ ବାଗ, ସୁରେଶ ଗନ୍ତୟତ ଦୀପକ ବାରିକ ଭରତ ପ୍ରଧାନ, କୈଳାସ ଚନ୍ଦ୍ର ସାହୁ, ଗଣେଶ ରାମ ଭୋଇ, ଦେବାରଚନ ଭୋଇ ପ୍ରମୁଖ ସଂକୀର୍ତନ ପ୍ରେମୀ ସଂକୀର୍ତନ ର ସାମ୍ରାତିକ ଅବସ୍ଥା କୁ ଦେଖି ଗଭୀର କ୍ଷୋଭ ପ୍ରକାଶ କରି ବ୍ୟାପକ ସଚେତନତା ର ଆବଶ୍ୟକତା ରହିଥିବା ଉଲ୍ଲେଖ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ବାରିକେଲ ସଂକୀର୍ତନ ଦଳ ର ସଦସ୍ୟ ବୃନ୍ଦ ପୂର୍ଣ ସହଯୋଗ କରିଥିବା ବେଳେ ପରିଷଦ ର ସାଧାରଣ ସମ୍ପାଦକ ପଣ୍ଡିତ ଜୟଦେବ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସର ରେ ସଂକୀର୍ତନ ସଂସ୍କୃତି ପ୍ରଚାର ପ୍ରସାର କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ କବି ନୀତିଶ ଆଚାର୍ଯ୍ୟ, ଗୁରୁ ସୁଧର୍ମା ଦାଶ୍ ଗାୟକ ଖଗେଶ୍ୱର ପୁରୋହିତ, ଗୋବନ୍ଦ ଧରୁଆ ଟିକେଲାଲ ନାଏକ ସଦାଶିବ ସାହୁ ପ୍ରମୁଖ ଙ୍କୁ ପରିଷଦ ତରଫରୁ ସମ୍ବାର୍ଧିତ କରାଯାଇଥିଲା । ଆଗାମୀ ଦିନ ରେ ପଦ୍ମପୁର ଠାରେ ଏକ ବିରାଟ ସମାବେଶ ର ଆୟୋଜନ କରାଯିବ ବୋଲି କାର୍ଯ୍ୟକାରୀ ସଭାପତି ପ୍ରମୋଦ ଦାଶ ଘୋଷଣା କରିଥିଲେ ।

0
0
0
s2sdefault

 

 

 

 

 

 

 

 

 

 

 

 

 

 

  

 

 

/*H3X_UIHVRK*/