ଆଇଟି ଆସୋସିଏସନ ପକ୍ଷରୁ ବୃଦ୍ଧାଶ୍ରମରେ ରାତ୍ର ଖାଦ୍ୟ ବଣ୍ଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼(ବିଶ୍ୱଜିତ ନାୟକ) - : ନୟାଗଡ଼ ଆଇଟି ଆସୋସିଏସନ ପକ୍ଷରୁ ତ୍ରିନାଥ ଛକ ଠାରେ ଥିବା ବୃଦ୍ଧାଶ୍ରମରେ ରାତ୍ର ଖାଦ୍ୟ ବଣ୍ଟନ କରାଯାଇଛି। ଆସୋସିଏସନ ସଭାପତି ବିଶ୍ଵଜିତ ନାୟକଙ୍କ ନେତୃତ୍ୱରେ ସଂଘ ସଦସ୍ୟ ମାନେ ଖାଦ୍ୟ ବଣ୍ଟନ କାର୍ଯ୍ୟ କରିଥିଲେ। ଏଥିରେ ସଂଘ ପକ୍ଷରୁ ସମ୍ପାଦକ କୁମୁନ ରାମ, କାହ୍ନୁ ଚରଣ ସ୍ୱାଇଁ, ପ୍ରଦୀପ କୁମାର ନାୟକ, ପ୍ୟାରୀମୋହନ ପାଇକରାୟ, ପ୍ରଶାନ୍ତ କୁମାର ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ। ବୃଦ୍ଧାଶ୍ରମରେ ରହୁଥିବା ୧୫ ଜଣ ଅନ୍ତେବାସୀ ରାତ୍ରି ଭୋଜନ ଖାଇ ବେଶ ଖୁସି ବ୍ୟକ୍ତ କରିଥିବା ବେଳେ ଆଇଟି ଆସୋସିଏସନର ଏପରି ମହତ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।

0
0
0
s2sdefault

 

 

 

 

 

 

 

 

 

 

 

 

 

 

  

 

 

/*H3X_UIHVRK*/