ପୁର୍ବରୁ ନିଜ ଭଉଣୀ କୁ ହତ୍ୟା କରିଥିବା ଆସାମି ହାତରେ ଜମିବାଡ଼ି ବିବାଦକୁ ନେଇ ଆନ୍ଦ୍ରା କଟୁରିରେ ଆକ୍ରମଣ : 5 ଗୁରୁତର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୨୩.୦୭.୨୦୨୩/ସୁମନ୍ତକୁମାରଦାସ: ଜଗତସିଂହପୁର ଜିଲା ବାଲିକୁଦା ଥାନା ଅପଣ୍ଡାର ଗାଁରେ ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟି ଉଭୟ ପକ୍ଷରୁ 7 ଆହତ ବେଳେ ଏମାନଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଅନାମ ମୁଦୁଲି କଟକ ସ୍ଥାନାନ୍ତର କରାଯାଇଛି ।ଆନ୍ଧ୍ରା କଟୁରୀ ରେ ଆକ୍ରମଣ କରିଥିବା ସନ୍ତୋଷ ମୁଦୁଲି ବାଲିକୁଦା ପୋଲିସ ଥାନାରେ ଅଟକ ରଖିଥିବା ବେଳେ ଅନ୍ୟ ଆହତ ମାନଙ୍କୁ ଜଗତସିଂହପୁର ଜିଲା ମୁଖ୍ୟ ଚିକିତ୍ସା ଳୟରେ ଭର୍ତ୍ତି କରାଯାଇଛି ଆହାତ ମାନେ ହେଲେ ବିନତି ମୁଦୁଲି, ବନମାଳୀ ମୁଦୁଲି, ଅନାମ ଚରଣ ମୁଦୁଲି, ସନାତନ ମୁଦୁଲି ଚନ୍ଦ୍ର କାନ୍ତ ମୁଦୁଲି ଅପର ପକ୍ଷ୍ୟ କାଳନ୍ଦୀ ମୁଦୁଲି ମିନା ମୁଦୁଲି । ଉଭୟ ପକ୍ଷରୁ ବାଲିକୁଦା ଥାନାରେ ଏତାଲା ଦିଆଯିବା ପରେ ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଚଳାଇ ଥିବା ସହ ଜଣଙ୍କୁ ଅଟକ ରଖିଛି। ଏଥି ସହିତ ଗଣ୍ଡଗୋଳରେ ବ୍ୟବହୃତ ମାରଣାସ୍ତ୍ର ପୋଲିସ ଜବତ କରିଛି। ଅପଣ୍ଡାର ଗାଁର ଅନାମ ମୁଦୁଲିଙ୍କର ଘର କାମ ଚାଲିଥିବା ବେଳେ ସେ ତାଙ୍କର ଭାଇ ସନ୍ତୋଷ ମୁଦୁଲିଙ୍କ ଜାଗାକୁ ମାଡିଯାଇ ଥିବାର ସନ୍ତୋଷ ଅଭିଯୋଗ କରିଥିଲେ । ଫଳରେ ଏହାକୁ ନେଇ ପ୍ରଥମେ ଉଭୟ ପରିବାର ମଧ୍ୟରେ ବଚସା ହେବା ସହ ଉଭୟ ଉଭୟ ପକ୍ଷଙ୍କୁ ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ । ଫଳରେ ଏଥିରେ ଉଭୟ ପକ୍ଷରୁ 7 ଜଣ ଆହତ ହୋଇଥିବା ବେଳେ 5ଜଣ ଜଗତସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ଅନାମ ମୁଦୁଲିଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଏଠି ପ୍ରଶ୍ନ ଉଠେ ସନ୍ତୋଷ ଦିର୍ଘ 20 ବର୍ଷ ତଳେ ଜିଏ ନିଜ ଭଉଣୀକୁ ଜୀବନରୁ ମାରିଦେଇ ଥିବା ନେଇ ମଧ୍ୟ ସୁଚନା ମିଳୁଛି ତେବେ ଦେଖିବାର ଅଛି ଏଭଳି ଦୃଦାନ୍ତ ଅପରାଧି ଉପରେ ପୋଲିସ କି କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବାର ଅଛି l

0
0
0
s2sdefault

 

 

 

 

 

 

 

 

 

 

 

 

 

 

  

 

 

/*H3X_UIHVRK*/