ଜଗତସିଂହପୁର ବିଜୁଜନତା ଦଳ ପୌରାଞ୍ଚଳ ର ୱାର୍ଡ 8 ଓ 17 ର ବନ୍ଧୁ ମିଳନ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୨୩.୦୭.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ସ୍ଥାନୀୟ ସାରଦା ମଣ୍ଡପ ଠାରେ ଜଗତସିଂହପୁର ବିଜୁ ଜନତା ଦଳ ପୌରାଞ୍ଚଳ 8, ଓ 17 ୱାର୍ଡ ରେ ଅମରେନ୍ଦ୍ର ଦାସ ଙ୍କ ନେତୃତ୍ୱ ରେ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ପ୍ରାରମ୍ଭରେ ଦେଉଳିଗ୍ରାମେଶ୍ବର ଅନ୍ତର୍ଗତ ମା ରାଢ଼ିଆଣି ମନ୍ଦିର ପ୍ରାଙ୍ଗଣରୁ ଏକ ବିରାଟ ପଟୁଆର ରେ ଶୋଭାଯାତ୍ରା ବାହାରି ସାନ ବଜାର ଦେଇ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇ ଶୋଭାଯାତ୍ରା ଟି ସାରଦା ମଣ୍ଡପ ରେ ଶୋଭାଯାତ୍ରା ଟି ସାରଦା ମଣ୍ଡପ ରେ ପଂହଁଚି ଥିଲା l ଏହାପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l ଏହି ସଭା ରେ ପୂର୍ବତନ ପାରିଷଦ ସୁଶାନ୍ତ ରଞ୍ଜନ ସ୍ୱାଇଁ ଙ୍କ ସଭାପତିତ୍ବ ରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ବିଜୁ ଜନତା ଦଳ ପୂର୍ବତନ ଜିଲ୍ଲା ସଭାପତି ଅମରେନ୍ଦ୍ର ଦାସ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷ ପ୍ରସନ୍ନ ସ୍ୱାଇଁ, ପୂର୍ବତନ ଉପାଧ୍ୟକ୍ଷ ଲକ୍ଷ୍ମୀକାନ୍ତ ସ୍ୱାଇଁ, ପୂର୍ବତନ ପାରିଷଦ ସାହାଜାଦୀ ବିବି (ଗୋରୀ ବିବି ), ପୂର୍ବତନ ପାରିଷଦ କଳ୍ପନା ମହାନ୍ତି, ପୂର୍ବତନ ପାରିଷଦ ସୁଶୀଲ ଦାସ, ପୂର୍ବତନ ପାରିଷଦ ରବୀନ୍ଦ୍ର ସ୍ୱାଇଁ, ପୂର୍ବତନ ପାରିଷଦ କନକଲତା ସେଠି, ପୂର୍ବତନ ପାରିଷଦ ଦିଲ୍ଲୀପ ସ୍ୱାଇଁ, ପୂର୍ବତନ ପାରିଷଦ ଅନିତା ସ୍ୱାଇଁ, ପୂର୍ବତନ ପାରିଷଦ କମଲ କ୍ରିଷ୍ଣା ବେହେରା, ବିଜୁ ଜନତା ଦଳ ବରିଷ୍ଠ ନେତା ସୁରେଶ ନନ୍ଦ, ପୂର୍ବତନ ସରପଞ୍ଚ ସୁଶାନ୍ତ ମଲ୍ଲିକ, ତାପସ ଦାସ, ବରିଷ୍ଠ ନେତା ଯୁଝିଷ୍ଠିର ସ୍ୱାଇଁ, ପୌରାଞ୍ଚଳ ବିଜୁ ଜନତାଦଳ ବରିଷ୍ଠ ନେତା ସେକ ରକିବ୍ ଉଦ୍ଧିନ, ଶିକ୍ଷାବିତ ବିଦୂ ଭୂଷଣ ତ୍ରିପାଠୀ, ସଂଖ୍ୟାଲଘୁ ସେଲ ର ଫିରୋଜ ଖାଁ, ସାରଙ୍ଗ ପାଇଟାଳ, ସୁଶୀଲ ପଟ୍ଟନାୟକ, ବାବୁ ଜେନା, ସମୀର ସାହାଣୀ, ଦେବେନ୍ଦ୍ର ବେହେରା, ନରେନ୍ଦ୍ର ବେହେରା, ସ୍ୱାଧୀନ ସ୍ୱାଇଁ, ସେକ ଜାହିର ଉଦ୍ଧିନ,ଶାଳଜଙ୍ଗ ପୂର୍ବତନ ସମିତିସଭ୍ୟ ଉତ୍ତମ ଚରଣ ପୃଷ୍ଟି, ତୁମ୍ବା ଅଣ୍ଡେଇ ସାହି ପୂର୍ବତନ ସମିତିସଭ୍ୟ ଅଜିତ ଲେଙ୍କା ପ୍ରମୁଖ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ର ଜନ ହିତକର ଯୋଜନା ସମ୍ପର୍କ ରେ ଆଲୋକ ପାତ କରିଥିଲେ l ଓ ଆସନ୍ତା 2024 ସାଧାରଣ ନିର୍ବାଚନ ରେ କିପରି ଆମର ପ୍ରିୟ ମୁଖ୍ୟମନ୍ତ୍ରୀ କିପରି ଷଷ୍ଠଥର ମୁଖ୍ୟମନ୍ତ୍ରୀ ହୋଇ ସାରା ଭାରତ ରେ ଗୋଟିଏ ନୂଆ ରେକର୍ଡ କରିବେ ସମ୍ମlନୀତ ବକ୍ତା ମାନେ ବକ୍ତବ୍ୟ ରଖିଥିଲେ l ଏହି କାର୍ଯ୍ୟକ୍ରମ ରେ ବିଜୁ ଜନତା ଦଳ ର ବରିଷ୍ଠ କର୍ମୀ ସେକ ରକିବ ଉଦ୍ଧିନ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ଫୁଲମାଳ ପଡ଼ୁ ନାହିଁ ମଉଳା ମାଳ ଦେଖିବାକୁ ମିଳୁଛି ବୋଲି ଅମରେନ୍ଦ୍ର ଦାସ ଙ୍କ ନିକଟରେ ଦାବୀ କରିଥିଲେ l ବିଷ୍ଣୁ ଦାସ ଙ୍କ ସମୟରେ ଏହା ହେଉଥିଲା କିନ୍ତୁ ବିଷ୍ଣୁ ଦାସ ଙ୍କ ଦେହାନ୍ତ ପରେ ଏହା ହେଉନାହିଁ ବୋଲି କହିଥିଲେ l ଏହାପରେ ଅମରେନ୍ଦ୍ର ଦାସ ନିଷ୍ପତ୍ତି ନେଇଥିଲେ ଆସନ୍ତା କାଲି ଠୁ ସର୍ବଦା ପ୍ରତ୍ୟେକ ଦିନ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯିବ l ଆଉ କେବେ ବାସିଫୁଲ ମଉଳା ମାଳ ଦେଖିବାକୁ ମିଳିବ ନାହିଁ ବୋଲି ନିଷ୍ପତ୍ତି ନେଇ ଥିଲେ l
ଏହି କାର୍ଯ୍ୟକ୍ରମ ରେ ଜଗତସିଂହପୁର ଆଶ୍ରିବାଦ ସେବା ସଂଗଠନ ର ସଭାପତି ଜଗନ୍ନାଥ ବେହେରା ରାଜ୍ୟ ର ପ୍ରଖ୍ୟାତ ରାଜନେତା ବିଷ୍ଣୁ ଦାସ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ 5ଟି ସଚିବ ଙ୍କ ଦୃଷ୍ଟି ଆକର୍ଷଣ କରି ସଫଳ ହୋଇଥିବା ଏହାପରେ ସରକାରୀ ନିର୍ଦେଶ ନାମା ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ନିର୍ଦେଶନାମା ଜାରି ହୋଇଥିବାରୁ ଏହି ଉଲ୍ଲେଖନିୟ କାର୍ଯ୍ୟ ପାଇଁ ଜଗନ୍ନାଥ ବେହେରା ଙ୍କୁ ଅମରେନ୍ଦ୍ର ଦାସ ମାନପତ୍ର, ଉତ୍ତରୀୟ ଦେଇ ସମ୍ବର୍ଦ୍ଧତ କରିଥିଲେ l ଶେଷରେ ସଭାକାର୍ଯ୍ୟକ୍ରମ କୁ ଅଳସୁଧା ସରପଞ୍ଚ ଭମରବର ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ l

0
0
0
s2sdefault

 

 

 

 

 

 

 

 

 

 

 

 

 

 

  

 

 

/*H3X_UIHVRK*/