ଚୋରା ବାଲିଗଲାଣ ଯୋଗୁଁ ନାବାଳକ କାଉଡ଼ିଆର ମୃତ୍ୟୁ , ବାଲିଘାଟପାଇଁ ଆଳିପିଙ୍ଗଳ ସେତୁ ଧ୍ୱଂସ ଆଶଙ୍କା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ତହସିଲ ଅଧୀନ ଦେବୀନଦୀର ଆଳିପିଙ୍ଗଳ ବାଲିଘାଟର ଏକ ଗର୍ଭରେ ପଡି ୧୪ ବର୍ଷର ନାବାଳକ କାଉଡିଆ ସୂର୍ଯ୍ୟକାନ୍ତ ପ୍ରଧାନ ମୃତ୍ୟୁବରଣ କରିବା ଘଟଣା ସମଗ୍ରଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି I ତେବେ ଆଳିପିଙ୍ଗଳ ବାଲିଘାଟ ଚଳିତବର୍ଷ ନିଲାମ ହୋଇନଥିବା ସ୍ଥଳେ ଦିବାନିଶି ଦୈନଦିନ ଏହି ବାଲିଘାଟରୁ ଶହଶହ ଟ୍ରିପ ବାଲି ଟ୍ରାକ୍ଟର ଓ ଟ୍ରମ୍ପର ଯୋଗେ କେତକେଶ୍ଵର ଘାଟର ସର୍ବ ସାଧାରଣ ରାସ୍ତାରେ ଆଳିପିଙ୍ଗଳ ସେତୁ ଉପରଦେଇ ଜଗତସିଂହପୁର ଜିଲ୍ଲାକୁ ଚାଲଣ ହେଉଅଛି । ଏହି ଚୋରା ବାଲି ଜଗତସିଂହପୁର ତହସିଲ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ଦେଇ ଜିଲ୍ଲାର ବିଭିନ୍ନ ବ୍ଲକକୁ ପ୍ରତିଯୋଗିତା ଭାବେ ଦିବାନିଶି ଚାଲଣ ହେଉଛି। ଏହି ଚୋରା ବାଲି ଚାଲଣକୁ ରୋକିବା ପରିବର୍ତ୍ତେ କିଛି ଲାଞ୍ଚୁଆ କର୍ମଚାରୀ ଦୁଇ ତିନିଦିନରେ ଥରେ ଆଳିପିଙ୍ଗଳ ବାଲିଘାଟରେ ପହଞ୍ଚି ଚୋରା ବାଲି ବ୍ୟବସାୟଙ୍କ ଠାରୁ ଦୂରରୁ ତିନିଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉତ୍କୋଚ ନେଇ ନିରବଦ୍ରଷ୍ଟା ସାଜୁଥିବାର ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ଏବଂ ଭିଡିଓ ରେକର୍ଡିଂରୁ ସ୍ପଷ୍ଟ ଜଣାପଡ଼ୁଛି । ତେବେ ମୋଟା ଅଙ୍କର ଅର୍ଥପାଇ ଜଗତସିଂହପୁର ପ୍ରଶାସନିକ ଅଧିକାରୀ ନିରବଦ୍ରଷ୍ଟା । ସାଜିଥିବାବେଳେ ଚୋରା ବାଲି ବ୍ୟବସାୟମାନେ ସମସ୍ତ ସରକାରୀ ନିୟମକୁ ଉଲଘନ କରି ନିର୍ଭୟରେ ଏହି ଘାଟରେ ଚାରୋଟି, ପାଞ୍ଚଟି ଡ୍ରୋଜର ପୁରାଇ ଦିବାନିଶି ଶହଶହ ଟ୍ରିପ ବାଲି ଚୋରା ଚାଲନ କରି ମଲାମାଲ ହେଉଥୁବାର ଅଭିଯୋଗ ହେଉଛି । ଦୈନିକ ମୋଟା ଅଙ୍କର ଅର୍ଥପାଇ ଚୋରା ବାଲି ବ୍ୟବସାୟମାନଙ୍କର ପ୍ରାର୍ଦୁଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବାଲି ଘାଟରୁ ଏକ ମିଟରୁ ଦୁଇ ମିଟର ପର୍ଯ୍ୟନ୍ତ ଖନନ କରିବା ପାଇଁ ସରକାରଙ୍କ ସ୍ଵତନ୍ତ୍ର ନିୟମ ଥିବା ବେଳେ ଚୋରା ବାଲି ବ୍ୟବସାୟୀମାନେ ମେସିନ ସାହାଯ୍ୟରେ ୩୦ ମିଟର ରୁ ୪୦ମିଟର ପର୍ଯ୍ୟନ୍ତ ଗର୍ତ୍ତ କରି ବାଲି ଉଠାଇବା ଏହି ଗର୍ତ୍ତପଡି ନାବାଳକ କାଉଁଡିଆ ମୃତ୍ୟୁ ବରଣ କରିବା ଚୋରା ବାଲିବ୍ୟବସାୟୀମାନେ ପୂର୍ବତନ ସରପଞ୍ଚଙ୍କ କମିଟିର ଯାଞ୍ଚ ରିପୋର୍ଟରେ ଜିଲ୍ଲାପ୍ରଶାସନକୁ ଦର୍ଶାଯାଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଫୋନରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ହତ୍ୟା ଧମକ ଦେବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଅପରପକ୍ଷେ ଜଗତସିଂହପୁର ପୂର୍ଣ୍ଣବିଭାଗ ଅଧିନ ଆଳିପିଙ୍ଗଳ ସେତୁ ଜଗତସିଂହପୁର ଓ କଟକ ଜିଲ୍ଲାର ଶେଷ ସୀମାରେ ଅବସ୍ଥିତ। ୧୯୯୯ ମସିହା ପରଠାରୁ ଏହି ସେତୁଟି ପୁରୀରୁ ପାରାଦ୍ବୀପ ଓ କଟକ ଭୁବନେଶ୍ୱରକୁ ସିଧାସଳଖ ଭାବେ ସଂଯୋଗ କରୁଛି । ତେବେ ୭କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ଏହି ସେତୁଟି ଅସୁରକ୍ଷିତ ରହିଥିବାର ୨୦୧୫/୧୬ ବର୍ଷରେ ଏକ ବୈଷୟିକ ପରାମର୍ଶଦାତା ଆଳିପିଙ୍ଗଳ ସେତୁ ଅସୁରକ୍ଷିତ ବୋଲି ଘୋଷଣା କରାଯାଇଥିଲା। ମାନ୍ୟବର ଉଚ୍ଚନ୍ୟାୟାଳୟ ମଧ୍ଯ ଏହି ସେତୁ ଉପରଦେଇ ଭାରିଯାନ ଚଳାଚଳ ବନ୍ଦପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ କେଉଁଭଳି ଭାବେ ଆଳିପିଙ୍ଗଳ ବାଲିଘାଟ ନିଲାମ ହୋଇନଥିବା ବେଳେ ଏହି ବାଲିଘାଟରୁ ଦୈନିକ ଶହଶହ ଟ୍ରିପ ବାଲି ବୋଝେଇ ଟ୍ରମ୍ପର ଓ ଟ୍ରାକ୍ଟରର କେତକେଶ୍ଵର ବାଲିଘାଟ ରାସ୍ତାଦେଇ ଆଳିପିଙ୍ଗଳ ସେତୁ ଉପରେ ପ୍ରଥମେ ତହସିଲ କାର୍ଯ୍ୟାଳୟ ଓ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାଦେଇ ଦିବାନିଶି ଜିଲ୍ଲା ମଧ୍ୟକୁ ପ୍ରବେଶ କରୁଛି । ଏନେଇ ଜିଲ୍ଲା ପ୍ରଶାସନର କାର୍ଯ୍ୟକଳାପରେ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ଜିଲ୍ଲା ପ୍ରଶାସନର ଜ୍ଞାତ ସାଗରେ ଏହି ଚୋରା ବାଲି ଚାଲାଣ ହେଉଥିବାରୁ ସାଧାରଣ ରେ ଅଭିଯୋଗ ହୋଇଛି । ତେବେ ଆଳିପିଙ୍ଗଳ ସେତୁଟି ଅସୁରକ୍ଷିତ ଥବାବେଳେ ଚୋରା ବାଲି ବ୍ୟବସାୟୀ ମାନେ ଡ୍ରୋଜର ସାହାଯ୍ୟରେ ଏହି ସେତୁର ବଚ୍ଛସାଇଲୋ ମୁଣ୍ଡର ପିଲର ମୁଳରୁ କୋଡିଏ ମିଟରରୁ ୩୦ ମିଟର ପର୍ଯ୍ୟନ୍ତ ଖନନ କରି ବାଲିଖୋଳି ଚାଲିଥିଲେ ସୁଧା ଏଥ‌ିପ୍ରତି ନା ପୂର୍ତ୍ତବିଭାଗ କର୍ତ୍ତୃପକ୍ଷ ନା ଜିଲ୍ଲା ପ୍ରଶାସନ କାହାର ହେଲେ ବି ନିଘାନଥୁବା ଅଭିଯୋଗ ହୋଇଛି। ଏହି ଅସୁରକ୍ଷିତ ସେତୁ ଉପର ଦେଇ ଶହ ଶହ ବାଲି ବୋଝେଇ ଡମ୍ଫର ଓ ଟ୍ରାକ୍ଟର ଯାତାୟତ କରିବା ଓ ସେତୁର ପିଲର ମୁଣ୍ଡରୁ ମନମୁଖୀ ଭାବେ ଚୋରା ବାଲି ବ୍ୟବସାୟୀ ମାନେ ମେସିନ ସାହାଯ୍ୟରେ ବାଲିଖୋଳିବା ଯୋଗୁ ୭କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମିତ ଆଳିପିଙ୍ଗଳ ସେତୁ ଧ୍ୱଂସ ପାଇବାର ଆଶଙ୍କା ଦେଖାଦେଇଛି । ତେବେ ଏହି ଅସୁରକ୍ଷିତ ବିପଦ ସଂକୁଳ ଆଳିପିଙ୍ଗଳ ସେତୁ ଉପରଦେଇ ତୁରନ୍ତ ଭାରିଯାନ ଚଳାଚଳ ନକରିବା ପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାଵି ହୋଇଛି।

0
0
0
s2sdefault

 

 

 

 

 

 

 

 

 

 

 

 

 

 

  

 

 

/*H3X_UIHVRK*/