ଉତ୍କଳ ସାମ୍ବାଦିକ ସଂଘ ଗଜପତି ଶାଖାର ଏକ ବୈଠକ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପୂର୍ତ୍ତ ବିଭାଗର ବଙ୍ଗଳାଠାରେ ଉତ୍କଳ ସାମ୍ବାଦିକ ସଂଘ ଗଜପତି ଶାଖାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉତ୍କଳ ସାମ୍ବାଦିକ ସଂଘ ରାଜ୍ଯ ଶାଖାର ନିର୍ଦ୍ଦେଶ କ୍ରମେ ଗଜପତି ଶାଖା ପକ୍ଷରୁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଉତ୍କଳ ସାମ୍ବାଦିକ ସଂଘ ଗଜପତି ଶାଖା ସଭାପତି ବିଧାନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମାନ୍ୟବର ମୁଖ୍ଯମନ୍ତ୍ରୀଙ୍କୁ ଧନ୍ଯବାଦ ଅର୍ପଣ କରାଯାଇଥିଲା। ଦୀର୍ଘ ଦିନରୁ ସାମ୍ବାଦିକଙ୍କ ପାଇଁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ରାଶି ୨ଲକ୍ଷରୁ ଉର୍ଦ୍ଧ୍ବକୁ ବୁଦ୍ଧି କରିବାକୁ ଯେଉଁ ଦାବୀ ରହିଥିଲା ତାହାକୁ ମୁଖ୍ୟମନ୍ତ୍ରୀ ଅବିଳମ୍ବେ ୫ଲକ୍ଷ କରି ପୂର୍ଣ୍ଣ କରିଥିବାରୁ ସଂଘ ପକ୍ଷରୁ ଅଶେଷ ଧନ୍ଯବାଦ ଅର୍ପଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ସଂଘର ସମସ୍ତ ସଭ୍ୟ ଉପସ୍ଥିତ ରହିଥିଲେ।

0
0
0
s2sdefault

 

 

 

 

 

 

 

 

 

 

 

 

 

 

  

 

 

/*H3X_UIHVRK*/