ହେଡଲାଇନସ୍:

ଆଉ ଏକ ରେକର୍ଡ ସୃଷ୍ଟି କଲେ ନବୀନ ପଟ୍ଟନାୟକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳ କୁ ୧୩ ବର୍ଷ ୧୩୯ଦିନ ପୂରଣ ହେଲା। ଏହା ସହିତ ସେ ଭାରତ ବର୍ଷରେ ଅଧିକ ସମୟ ଶାସନ କରିଥବା ମୁଖ୍ୟମନ୍ତ୍ରୀ ରୂପେ ଦ୍ଵିତୀୟ ସ୍ଥାନ ଅଧିକାର କରି ରେକର୍ଡ ସୃଷ୍ଟି କରିଛନ୍ତି l ଏହା ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟର ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁ ୨୩ ବର୍ଷ ୧୩୮ ଦିନ ଶାସନ କରିବା ସହିତ ରେକର୍ଡ ସ୍ଥାପନ କରିଥିଲେ l ୧୯୯୯ ମସିହା ମହାବାତ୍ୟା ପରେ ୨୦୦୦ ମସିହାରେ ଅନୁଷ୍ଠିତ ରାଜ୍ୟ ବିଧାନସଭା ନିର୍ବାଚନରେ ନବୀନ ପଟ୍ଟନାୟକ ଙ୍କ ବିଜୁ ଜନତା ଦଳ ତତ୍କାଳୀନ କଂଗ୍ରେସ ସରକାରକୁ ଗାଦିଚ୍ୟୁତ କରି ମାର୍ଚ ମାସ ୫ ତାରିଖରେ ଓଡିଶା ର ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିଲେ ଓ ଓଡିଶା ରାଜ୍ୟ ର ଶାସନ ଭାର ନିଜ ହାତକୁ ନେଇଥିଲେ। ତାପର ଠାରୁ ଆଜି ପର୍ଯ୍ୟନ୍ତ ସେ ଓଡ଼ିଶା ରାଜ୍ୟର ୫ ଥର ମୁଖ୍ୟମନ୍ତ୍ରୀ ହୋଇସାରିଛନ୍ତି। ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଖାଦ୍ୟ ଶସ୍ଯରେ ବଳକା ରାଜ୍ୟ ରେ ପରିଣତ ହୋଇଛି l ମହିଳା ସଶକ୍ତିକରଣ, ମୁଣ୍ଡା ପିଛା ଆୟ ବୃଦ୍ଧି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ର ବିକାଶ ଘଟିଛି, ଯାହା ଫଳରେ ସେ ଆଜି ପର୍ଯ୍ୟନ୍ତ ଭାରତ ବର୍ଷ ରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ରୂପେ ନିଜ କୁ ପ୍ରତିଷ୍ଠିତ କରିପାରିଛନ୍ତି l

ସୂଚନାଯୋଗ୍ୟ , ସିପିଏମ୍ ନେତା ଜ୍ୟୋତି ବସୁ ଦୀର୍ଘ ୨୩ ବର୍ଷ ୧୩୮ ଦିନ ଧରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଥିଲେ । ୧୯୭୭ ମସିହାରୁ ୨୦୦୦ ମସିହା ପର୍ଯ୍ୟନ୍ତ କ୍ରମାଗତ ୫ ଟି ଟର୍ମ ସେ ଥିଲେ ମୁଖ୍ୟମନ୍ତ୍ରୀ । ଜ୍ୟୋତି ବସୁଙ୍କ ଏହି ରେକର୍ଡ ଭାଙ୍ଗିଛନ୍ତି ନବୀନ ପଟ୍ଟନାୟକ । ୨୦୦୦ ମସିହା ମେ ୫ ରେ ନବୀନ ପ୍ରଥମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । କ୍ରମାଗତ ପଞ୍ଚମ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ରହିଛନ୍ତି । ଆଜି ତାଙ୍କର ମୁଖ୍ୟମନ୍ତ୍ରୀତ୍ତ୍ୱକୁ ପୂରୁଛି ୨୩ ବର୍ଷ ୧୩୮ ଦିନ । ସିକିମ୍ ର ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଙ୍ଗଙ୍କ ଦେଶରେ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ଥିଲେ । ୧୯୯୪ ଡିସେମ୍ବର ୧୨ ରୁ ୨୦୧୯ ମେ ୨୭ ତାରିଖ ପର୍ଯ୍ୟନ୍ତ ସେ ଥିଲେ ମୁଖ୍ୟମନ୍ତ୍ରୀ । ତାଙ୍କ କାର୍ଯ୍ୟକାଳର ସମୟ ଥିଲା ୨୪ ବର୍ଷ ୧୬୬ ଦିନ । 

0
0
0
s2sdefault