ହେଡଲାଇନସ୍:

ରିଲାଏନ୍ସ ରିଟେଲ୍‌ର ପ୍ରଥମ ତ୍ରୈମାସିକ ନେଟ୍ ଲାଭ ୧୯ ପ୍ରତିଶତ ବୃଦ୍ଧି ପାଇ ୨,୪୪୮ କୋଟି ଟଙ୍କା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍‌ର ନେଟ୍ ଲାଭ ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ୧୯ ପ୍ରତିଶତ ବୃଦ୍ଧି ପାଇ ୨,୪୪୮ କୋଟି ଟଙ୍କା ହୋଇଛି । ଗ୍ରୋସରି, କଂଜ୍ୟୁମର ଇଲେକ୍ଟ୍ରୋନିକ୍ସ ଓ ଲାଇଫ୍‌ଷ୍ଟାଇଲ୍ ବର୍ଗରେ ଅଭିବୃଦ୍ଧି ପ୍ରଭାବରେ କଂପାନିର ଲାଭ ବୃଦ୍ଧି ପାଇଛି । ଗତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ରିଲାଏନ୍ସ ରିଟେଲ୍‌ର ନେଟ୍ ଲାଭ ୨,୦୬୧ କୋଟି ଟଙ୍କା ଥିଲା ।

୨୦୨୩ ଜୁନ୍ ୩୦ ସୁଦ୍ଧା ଶେଷ ହୋଇଥିବା ପ୍ରଥମ ତ୍ରୈମାସିକରେ ଗ୍ରୋସରି, କଂଜ୍ୟୁମର ଇଲେକ୍ଟ୍ରୋନିକ୍ସ ଏବଂ ଫେସନ୍ ଓ ଲାଇଫ୍‌ଷ୍ଟାଇଲ୍ ବର୍ଗର ଚମତ୍କାର ପ୍ରଦର୍ଶନ ବଳରେ କଂପାନି ୬୯୯୪୮ କୋଟି ଟଙ୍କାର ମୋଟ ରାଜସ୍ୱ ଆୟ କରିଛି ଯାହା ପୂର୍ବବର୍ଷ ତୁଳନାରେ ୧୯.୫ ପ୍ରତିଶତ ଅଧିକ ।

ରିଲାଏନ୍ସ ରିଟେଲ୍‌ରେ ଏହି ତ୍ରୈମାସିକରେ ସର୍ବକାଳୀନ ସର୍ବାଧିକ ୨୪.୯ କୋଟିରୁ ଅଧିକ ଲୋକ ପ୍ରବେଶ କରିଥିବା ବେଳେ ଏହି ତିନି ମାସରେ କଂପାନି ୫୫୫ ନୂଆ ଷ୍ଟୋର୍ ଯୋଡ଼ିଛି । ତ୍ରୈମାସିକ ଶେଷ ସୁଦ୍ଧା କଂପାନିର ମୋଟ୍ ଷ୍ଟୋର୍ ସଂଖ୍ୟା ୧୮,୪୪୬ରେ ପହଂଚିଛି । ପୂର୍ବବର୍ଷ ସମାନ ତ୍ରୈମାସିକ ଶେଷ ସୁଦ୍ଧା କମ୍ପାନୀର ମୋଟ ଷ୍ଟୋର୍ ସଂଖ୍ୟା ୧୫,୮୬୬ ରହିଥିଲା । ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ କଂପାନିର ପରିଚାଳନା ଅଧୀନରେ ଥିବା ଅଂଚଳ ୫୫.୫ ପ୍ରତିଶତ ବୃଦ୍ଧି ପାଇ ୭୦.୬ ନିୟୁତ ବର୍ଗଫୁଟ ହୋଇଛି ଯାହା ବର୍ଷକ ପୂର୍ବରୁ ଏହି ସମୟରେ ୪୫.୫ ନିୟୁତ ବର୍ଗଫୁଟ୍ ଥିଲା ।

କଂପାନିର ଡିଜିଟାଲ୍ କମର୍ସ ଓ ନୂଆ ବାଣିଜ୍ୟ (ନିଉ କମର୍ସ) ବ୍ୟବସାୟର ଅଭିବୃଦ୍ଧି ଜାରି ରହିଥିବା ବେଳେ କଂପାନିର ମୋଟ ଆୟ ପ୍ରତି ତାହାର ୧୮ ପ୍ରତିଶତ ଅବଦାନ ରହିଛି । ମେଟ୍ରୋ କ୍ୟାସ୍ ଆଣ୍ଡ୍ କ୍ୟାରି ଅଧିଗ୍ରହଣକୁ କଂପାନି ଏହି ତ୍ରୈମାସିକରେ ସମ୍ପାଦନ କରିଛି ଓ ରିଲାଏନ୍ସ ରିଟେଲ୍ ସହ ବ୍ୟବସାୟକୁ ସମନ୍ୱିତ କରିବା ପ୍ରକ୍ରିୟା ଜାରି ରହିଛି ।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କହିଛନ୍ତି ଯେ, “ଦ୍ରୁତ ଗତିରେ ଷ୍ଟୋର ସଂଖ୍ୟା ବୃଦ୍ଧି ଓ ଗ୍ରାହକଙ୍କ ପ୍ରବେଶରେ ଅଭିବୃଦ୍ଧି ଯୋଗୁଁ ରିଟେଲ୍ ବ୍ୟବସାୟର ଅଭିବୃଦ୍ଧି ବେଶ ଦୃଢ଼ ହୋଇପାରିଛି । ଡିଜିଟାଲ୍ ଓ ନୂଆ ବାଣିଜ୍ୟ କ୍ଷେତ୍ରର ଅବଦାନ ବୃଦ୍ଧି ପାଇଥିବା ବେଳେ ତାହା ଗ୍ରାହକଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରୁଛି ଏବଂ ବ୍ୟବସାୟୀ ସହଯୋଗୀଙ୍କୁ ମଧ୍ୟ ଲାଭ ପ୍ରଦାନ କରୁଛି ।”
ରିଲାଏନ୍ସ ରିଟେଲ୍ ଭେଂଚର୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଇଶା ଅମ୍ବାନି କହିଛନ୍ତି ଯେ, “ସବୁ ପ୍ରକାର ଉପଭୋକ୍ତା ବର୍ଗରେ ନିରନ୍ତର ବୃଦ୍ଧି ବଜାରରେ ଆମ ଅଗ୍ରଣୀ ସ୍ଥିତିକୁ ଆହୁରି ମଜଭୁତ କରିପାରିଛି । ଆମ ଗ୍ରାହକମାନଙ୍କ ସହିତ ସମ୍ପର୍କ ଅଧିକ ସୁଦୃଢ କରିବା ଦିଗରେ ଆମେ ଆମ ଷ୍ଟୋର୍ ଓ ଡିଜିଟାଲ୍ ପ୍ଲାଟଫର୍ମ ପାଇଁ କ୍ରମାଗତ ନବସୃଜନ ଓ ନିବେଶ ଜାରି ରଖିଛୁ ।’’

0
0
0
s2sdefault