ହେଡଲାଇନସ୍:

"ଓଡ଼ିଶାର ଗର୍ବ ଓ ଗୌରବ ନାଲକୋର ବିଦ୍ୟୁତ ସଙ୍କଟ ବିପଦଜନକ ପରିସ୍ଥିତିରେ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର ତା. ୨୨/୦୭/୨୦୨୩ :ଭାରତ ବର୍ଷର ଆଲୁମିନିୟମ ଉତ୍ପାଦନ କ୍ଷେତ୍ରରେ କାର୍ଯ୍ୟରତ ଏକମାତ୍ର ନବରତ୍ନ ରାଷ୍ଟ୍ରାୟତ ଉଦ୍ୟାଗ ନାଲକୋ ଆଜି ଘୋର ବିଜୁଳି ସଙ୍କଟରେ ପହଂଚିଛି । ନାଲ୍କୋର ଉତ୍ପାଦନ ଆରମ୍ଭରୁ ନାଲ୍କୋ ପର୍ଯ୍ୟାପ୍ତ ଲାଭ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଜକୋଷକୁ ସହାୟ ହେଉଥିବାବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନାଲ୍କୋକୁ ଘୋର ଅବହେଳା କରୁଛନ୍ତି । ଯାହାଦ୍ୱାରା ଆଗାମୀ ଦିନରେ ନାଲ୍କୋ ଏକ ରୁଗ୍ଣ ଶିଳ୍ପାନୁଷ୍ଠାନରେ ପରିଣତ ହେବାକୁ ଏଡ଼ାଇ ଦିଆନଯାଇପାରେ । ଦୀର୍ଘ ଦିନ ପ୍ରତିକ୍ଷା ପରେ ନାଲ୍କୋରୁ ନିଷ୍କାସିତ ପାଂଉଷ ପାଣିକୁ ମହାନଦୀ କୋଲଫିଲଡ ଦ୍ୱାରା ପରିତ୍ୟକ୍ତ କୋଇଲା ପୋଖରୀରେ ଭର୍ତି କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା । ବର୍ତମାନ କିଛି ସ୍ବାର୍ଥାନ୍ବେଷୀ ରାଜନେତାଙ୍କ ଚକ୍ରାନ୍ତ ଫଳରେ ଦୀର୍ଘ ୧୦ ଦିନ ହେଲା ଉକ୍ତ ପାଉଁଶ ପାଣି ନିଷ୍ପାସନ ଓ ଭର୍ତି କରିବା ବ୍ୟବସ୍ଥା ସଂପୂର୍ଣ୍ଣ ବନ୍ଦ ହୋଇଛି । ଯାହାଦ୍ୱାରା ନାଲକୋ କର୍ତୃପକ୍ଷ ବାଧ୍ୟ ହୋଇ ୧୨୦ ମେଗାୱାଟ ବିଶିଷ୍ଟ ୪ ଟି ୟୁନିଟ୍କୁ ବନ୍ଦ କରିଛନ୍ତି । ନାଲ୍କୋର ଆବଶ୍ୟକୀୟ ୭୭୩ ମେଗାୱାଟ ବିଦୁ୍ୟତ ଶକ୍ତିକୁ ଭରଣା କରିବା ପାଇଁ ରାଜ୍ୟ ସରକାରଙ୍କ ଠାରୁ ଅତ୍ୟଧିକ ମୂଲ୍ୟରେ ନାଲ୍କୋ ୩୦୦ ମେଗାୱାଟ ବିଦୁ୍ୟତ କିଣୁଛି । ଯାହାର ପ୍ରଭାବ ନାଲକୋ୍ର ଚଳିତ ବର୍ଷ ଲାଭାଂଶକୁ ନିଶ୍ଚୟ ପ୍ରଭାବିତ କରିବ । ଅନ୍ୟପକ୍ଷରେ ନାଲକୋର ଲାଭାଂଶର ହିସାବ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଅନ୍ତି । ଉକ୍ତ କ୍ଷତିଯୋଗୁଁ ଉଭୟ ସରକାରଙ୍କ ପ୍ରାପ୍ୟ କମିବା ସହିତ ଏହା ଏକ ଜାତୀୟ କ୍ଷତି କହିଲେ ଅତ୍ୟୁକ୍ତି ହେବ ନାହିଁ । ଅନ୍ୟପକ୍ଷରେ ନାଲକୋକୁ ଆବଶ୍ୟକୀୟ କୋଇଲା ମଧ୍ୟ ଏମ୍.ସି.ଏଲ କର୍ତୃପକ୍ଷ ବିଭିନ୍ନ ଆଳ ଦେଖାଇ ଦେଉନାହାନ୍ତି । ତା’ ସହିତ ବର୍ତମାନ ଏମ୍.ସି.ଏଲ. ନାଲ୍କୋକୁ ଦେଉଥିବା କୋଇଲାର ଗୁଣାତ୍ମକମାନ ଯଥେଷ୍ଟ ହ୍ରାସ ହୋଇଛି । ଯାହା ପ୍ରଭାବରେ ମଧ୍ୟ ଉତ୍ପାଦକତା ହ୍ରାସ ହେଉଛି ।
ଆବଶ୍ୟକୀୟ ବିଦୁ୍ୟତର ଅଭାବ ଯୋଗୁ ସ୍ମେଲ୍ଟର ପ୍ଲାଂଟରେ ଥିବା ଆଲୁମିନିୟମ ଉତ୍ପାଦନ କାରୀ ପଟ ଗୁଡ଼ିକ କମ୍ କଂରେଟ ଖର୍ଚ୍ଚରେ ଚାଲୁଛି ଏବଂ ଏ ପ୍ରକ୍ରିୟା ଜାରି ରହିଲେ ଆଗାମୀ ଦିନରେ ପର୍ଟ ଗୁଡ଼ିକ ବନ୍ଦ ହୋଇଯିବାକୁ ଏଡେ଼ଇ ନ ଦିଆଯାଇପାରେ । ସ୍ମେଲ୍ଟର ପଟ ଚାଲିବା ପାଇଁ ଆବଶ୍ୟକୀୟ କଂଚା ମାଲ୍ର ମଧ୍ୟ ଗୁଣାତ୍ମକ ମାନ ହ୍ରାସ ହେଉଛି । ରାଷ୍ଟ୍ରୀୟ ମଜୁଦର କଂଗ୍ରେସ ଦ୍ୱାରା ସହବନ୍ଧିତ ସଂଗଠନର ନେତାମାନେ ବିଭିନ୍ନ ସମୟରେ ନାଲ୍କୋ କର୍ତୃପକ୍ଷଙ୍କ ସହିତ ଆଲୋଚନା କଲେ ମଧ୍ୟ ନାଲ୍କୋ କର୍ତୃପକ୍ଷଙ୍କ ଖାମଖିଆଲି ମନଭାବ ଯୋଗୁଁ ସମାଧାନ ହୋଇପାରୁନାହିଁ । ହଠାତ୍ ବିଦୁ୍ୟତ୍ ଯୋଗାଣର ଅସୁବିଧାକୁ ଏଡେ଼ଇବା ପାଇଁ ନାଲକୋ କର୍ତୃପକ୍ଷ ଦୀର୍ଘ ୪୦ ବର୍ଷର ଟେକ୍ଲୋଲୋଜି ଦ୍ୱାରା ନିର୍ଦ୍ଧାରିତ କରେଂଟ୍ ହାର ୧୮୫ କିଲୋଆମ୍ପିୟରକୁ ୧୬୫ କିଲୋଆମ୍ପିୟର ଖସାଇ ଦେବାଟା ପଟ୍ ଗୁଡ଼ିକର ଜୀବନ ସହିତ ଖେଳ ଖେଳିବା ସହିତ ସମାନ । ଆଜି ଦିନରେ ନାଲ୍କୋର ମାନବ ସମ୍ଭଳ ସଂଖ୍ୟାରୁ ପାଖାପାଖି ୩ ହଜାର କର୍ମଚାରୀ ଅବସର ନେବା ଯୋଗୁଁ ୩ ହଜାର ପଦବୀ ଏବେ ବି ପୂରଣ ହୋଇପାରୁନାହିଁ । ଗୋଟିଏ ପଟେ ଆବଶ୍ୟକ କର୍ମଚାରୀଙ୍କ ଅଭାବ ଓ ନାଲ୍କୋ କର୍ତୃପକ୍ଷଙ୍କ ଖାମଖିଆଲି ନୀତି ଯୋଗୁଁ ପଦବୀ ପୂରଣ ହୋଇପାରୁନାହିଁ । ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ସହବନ୍ଧିତ ସଂଗଠନମାନେ ବାରମ୍ବାର ନାଲକୋ କର୍ତୃପକ୍ଷ ତଥା ସ୍ୱାଧିନ ନିର୍ଦ୍ଦେଶକମାନଙ୍କୁ ଅବଗତ କଲେ ବି ଏପର୍ଯ୍ୟନ୍ତ କୌଣସି ସୁଫଳ ପ୍ରାପ୍ତ ହୋଇ ନାହିଁ । ତେଣୁ ଆବଶ୍ୟକୀୟ କର୍ମଚାରୀଙ୍କ ଅଭାବରେ ଆଗାମୀ ଦିନରେ ନାଲ୍କୋର ଉତ୍ପାଦନ ହ୍ରାସ ହେବା ସହିତ କମ୍ପାନୀର ଯାନ୍ତ୍ରିକତ୍ରୁଟି ଓ ଲାଭର ହାର ମଧ୍ୟ କମିବାର ସମ୍ଭାବନା ଅଛି । ଏହା ପ୍ରମାଣ କରୁଛି ଯେ, ନାଲ୍କୋ କର୍ତୃପକ୍ଷ ଜାଣିଶୁଣି ସ୍ମେଲଟର ପ୍ଲାଂଟକୁ ବନ୍ଦ କରି ଘରୋଇ ସଂସ୍ଥା ହାତରେ ଟେକି ଦେବା ପାଇଁ ମସୁଧା କରୁଛନ୍ତି ।
ଅନ୍ୟପକ୍ଷରେ ଦୀର୍ଘ ଜାନୁୟାରୀ ୨୦୧୭ ମସିହାରୁ କର୍ମଚାରୀମାନଙ୍କ ନାର୍ଯ୍ୟପ୍ରାପ୍ୟ ବିଶେଷ କରି ଇନ୍ସେଂଟିଭ୍ / ପି.ଆର.ପି./ ଗ୍ରାଚୁ୍ୟରିଟି ଓ ବିଶେଷକରି କି ଷଷ୍ଠ ବେତନ ନିର୍ଦ୍ଧାରଣ ଚୁକ୍ତିନାମା ଅନୁସାରେ କନିଷ୍ଠ କର୍ମଚାରୀମାନଙ୍କର ପ୍ରମୋସନର ବାକିଆ ପାଉଣା ପୈଠ କରୁନାହାନ୍ତି । ଅତି ଲଜ୍ଜାଜନକ କଥା ଯେ, ଦୀର୍ଘ ୪ ବର୍ଷ ହେଲା କର୍ମଚାରୀମାନଙ୍କୁ ମିଳିଆସୁଥିବା ଗଣପୋଷାକ ଏପର୍ଯ୍ୟନ୍ତ ମିଳିନାହିଁ । ଯାହାପାଇଁ କର୍ତୃପକ୍ଷ ସଂପୂର୍ଣ୍ଣ ଦାୟୀ । ଆଶ୍ଚର୍ଯ୍ୟ କଥା ଯେ, ନାଲ୍କୋ ୨୦୧୯ ମସିହାରୁ ଷଷ୍ଠ ବେତନ ନିର୍ଦ୍ଧାରଣ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ ବି, ଉକ୍ତ ଚୁକ୍ତିନାମାରେ ଗୋଟିଏ ନୂତନ ଗ୍ରେଡ଼୍ ସୃଷ୍ଟି କରିଥିଲେ କିନ୍ତୁ ଏପର୍ଯ୍ୟନ୍ତ ୪ ବର୍ଷ ଅତିବାହିତ ହେଲା ପରେ ବି ଉକ୍ତ ପଦବୀର ଉପଯୁକ୍ତ ନାମକରଣ ତଥା ପଦନ୍ୱୋତିର କାଳାବଧି ନିର୍ଦ୍ଧାରଣ କରାଯାଇନାହିଁ । ଏ ସବୁ ପ୍ରମାଣ କରୁଛି ଯେ, ନାଲ୍କୋ କର୍ତୃପକ୍ଷ କେବଳ ନିଜର ସ୍ୱାର୍ଥ ସାଧନ କରିବା ବ୍ୟତିତ କର୍ମଚାରୀମାନଙ୍କ କୌଣସି ନ୍ୟାର୍ଯ୍ୟ ପ୍ରାପ୍ୟ ବା ଦାବିକୁ କର୍ଣ୍ଣପାତ କରୁନାହାନ୍ତି । ତେଣୁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ତରଫରୁ ନାଲକୋ କର୍ତୃପକ୍ଷଙ୍କ ଏତାଦୃଶ୍ୟହୀନ ମାନସିକତାକୁ ନିନ୍ଦା କରିବା ସହିତ ଏହାର ତୁରନ୍ତ ସମାଧାନ କରିବା ପାଇଁ କେନ୍ଦ୍ର ସରକାର ତଥା ଖଣିମନ୍ତ୍ରୀ, ରାଜ୍ୟ ମୁଖ୍ୟମନ୍ତ୍ରୀ, ରାଜ୍ୟ ମୁଖ୍ୟ ଶାସନ ସଚୀବ, ଖଣି ସଚୀବ ଓ କେନ୍ଦ୍ର ଶ୍ରମ ସଚୀବଙ୍କ ହସ୍ତକ୍ଷେପ କରିବାକୁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ରାଜ୍ୟ ସଭାପତି ତଥା ପ୍ରାନ୍ତକ ସାଂସଦ ଡଃ ରାମଚନ୍ଦ୍ର ଖୁଂଟିଆ, ସାଧାରଣ ସମ୍ପାଦକ କିଶୋର ଜେନା, ଉପସଭାପତି ମଦନ ମୋହନ ଧଳ, ଯୁଗ୍ମ ସାଧାରଣ ସମ୍ପାଦକ- ନିର୍ମଳ ସାମଲ, ସମ୍ପାଦନ - ପ୍ରଦୀପ ଦାସ, ବିଭବ ଜେନା, ବିମଳ ନାୟକ ଓ ସୋମନାଥ ମହାପାତ୍ର ପ୍ରଭୂତି ନେତୃବର୍ଗ ଦାବୀ କରିଛନ୍ତି ।

0
0
0
s2sdefault