ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଭୁବନେଶ୍ୱର ମ୍ୟୁଜିକ ସର୍କଲ (ଭୁବନେଶ୍ୱର) ଦ୍ବାରା ଆୟୋଜିତ ଓଡିଶୀ ସଂଗୀତ ସନ୍ଧ୍ୟାରେ ଗୁରୁ ରଘୁନାଥ ପାତ୍ର ଓ ଛାତ୍ରଛାତ୍ରୀଙ୍କ ଦ୍ଵାରା ''ଓଡିଶୀ ସଂଗୀତ ସନ୍ଧ୍ୟା'' ପରିବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଡ଼ଃ.ଅରବିନ୍ଦ ବେହେରା , ଡ଼ଃ.ସଞ୍ଜୀବ ହୋତା , ଗୁରୁ ଲକ୍ଷ୍ମୀକାନ୍ତ ପାଲତ , ଅନୁଷ୍ଠାନର ସମ୍ପାଦକ କ୍ଷୀରୋଦ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରି ଗୁରୁ ରଘୁନାଥ ପାତ୍ରଙ୍କ ଭୂୟସୀ ପ୍ରଶଂସା କରିଥିଲେ।
ଗୁରୁ ଶ୍ରୀ ପାତ୍ରଙ୍କ ସମେତ ଛାତ୍ରଛାତ୍ରୀ ଆଶୁତୋଷ ମିଶ୍ର , ଡ଼ଃ.ଚନ୍ଦନ ଗନ୍ତାୟତ , ଆକାଂକ୍ଷ ପାଟ୍ଟଯୋଶୀ ପୁରାତନ ରାଗ ଉପରେ ଆଧାରିତ ଓଡିଶୀ ସଂଗୀତ ଗାନ କରିଥିବା ବେଳେ ମର୍ଦ୍ଦଳରେ ଶ୍ରୀ ସୀତାକାନ୍ତ ଜେନା ଓ ବଂଶୀରେ ସୌମ୍ୟ ରଞ୍ଜନ ଯୋଶୀ ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ କଳାକାର ଓ ସଂଗୀତ ପ୍ରେମୀ ଯୋଗ ଦେଇଥିଲେ।
ଗୁରୁ ଶ୍ରୀ ପାତ୍ରଙ୍କ କାର୍ଯ୍ୟକ୍ରମର ସଫଳତା ପାଇଁ ପାରଳା-ଗଜପତି ବିକାଶ ମଞ୍ଚର ସମ୍ପାଦକ ଶ୍ରୀ ରାଜକିଶୋର ପାଣିଗ୍ରାହୀ , କ୍ରିଏଟିଭ ଆର୍ଟସ୍ ର ସଭାପତି ଶ୍ରୀ ନୃସିଂହ ଚରଣ ପଟ୍ଟନାୟକ , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ପ୍ରଭୃତି ଶୁଭେଚ୍ଛା ଜଣାଇଥିବା ବେଳେ ମୀରା ପଣ୍ଡା ଉକ୍ତ କାର୍ଯ୍ୟକ୍ରମର କଳାକାର ମାନଙ୍କ ପରିଚୟ ଓ ଆନୁଷ୍ଠାନିକ ଧନ୍ୟବାଦ ଦେଇଥିଲେ।
ରାଜ୍ୟ
ରବୀନ୍ଦ୍ର ମଣ୍ଡପ ଠାରେ ଗୁରୁ ରଘୁନାଥ ଓ ସାଥୀଙ୍କ ଦ୍ଵାରା ''ଓଡିଶୀ ସଂଗୀତ ସନ୍ଧ୍ୟା''
- Hits: 421








