ପଦ୍ମପୁର /ଶିବାଶିଷ ପଟ୍ଟନାୟକ:- ପାଇକମାଲ ବିଜୁ ଯୁବ ଜନତା ଦଳ ତରଫରୁ ନବ ନିଯୁକ୍ତ ବିଜେଡି ଜିଲ୍ଲା ସଭାପତି ଶ୍ରୀ ପ୍ରଭାସ କୁମାର ସିଂ ଙ୍କୁ ସ୍ଵାଗତ କରି ସମ୍ବର୍ଦ୍ଧନା ଦିଆଯାଇଛି l ସ୍ଥାନୀୟ ଡାକବଙ୍ଗଳା ଠାରେ ବିଧାୟିକା ବର୍ଷା ସିଂ ବରିହା, ଜିଲ୍ଲା ସଭାପତି ଡଃ ପ୍ରଭାସ କୁମାର ସିଂ ପହଁଞ୍ଚିବା ପରେ ପାଇକମାଲ ବ୍ଳକ୍ ଯୁବ ବିଜେଡ଼ି ସଭାପତି ଗୌତମ ସିଂ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ଵାଗତ କରିଥିଲେ l ପରେ ଜିଲ୍ଲା ସଭାପତି ଶ୍ରୀ ସିଂ ଅଞ୍ଚଳର ବିକାଶ, ତଥା ଦଳର ସଂଗଠନ ସୁଦୃଢ କରିବା ପାଇଁ କର୍ମୀଙ୍କ ସହିତ ଆଲୋଚନା କରିବା ସହିତ ମିଶନ୍ ଶକ୍ତି କାଫେ ପରିଦର୍ଶନ କରିଥିଲେ l ଏହି କାର୍ଯ୍ୟକ୍ରମରେ ପାଇକମାଲ ବ୍ଳକ୍ ବିଜେଡ଼ି ସଭାପତି ରାଜେନ୍ଦ୍ର ରାଉତ, ହୃଦାନନ୍ଦ ବାରିକ, ବିଜୁ ସ୍ଵାଇଁ, ଭୋଜରାଜ ଭୋଇ ଏବଂ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ l
ରାଜ୍ୟ
ନବ ନିଯୁକ୍ତ ବିଜେଡି ଜିଲ୍ଲା ସଭାପତି ଙ୍କୁ ପାଇକମାଲ ଯୁବ ଜନତା ଦଳ ତରଫରୁ ସମ୍ବର୍ଦ୍ଧନା
- Hits: 675








