ମଳ ଉପଚାର କେନ୍ଦ୍ରର ସୁପରିଚାଳନା ନେଇ କର୍ମଶାଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା ୨୧ ଜୁଲାଇ ୨୦୨୩(ବସନ୍ତ କୁମାର ଜେନା):- ଶୁକ୍ରବାର ସ୍ଥାନୀୟ ହୋଟେଲ ପରିସରରେ ୫-ଟି ଉପକ୍ରମ ଅଧୀନରେ ଏକ କ୍ଳଷ୍ଟର ସ୍ତରୀୟ ଟିମ୍‌ ଗଠନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପୌରସଂସ୍ଥା ଓ ମଳ ଉପଚାର କେନ୍ଦ୍ର ମଧ୍ୟରେ କିଭଳି ସମନ୍ବୟ ରଖାଯାଇ କେନ୍ଦ୍ରର ସୁପରିଚାଳନା କରାଯିବ ସେ ନେଇ କର୍ମଶାଳାରେ ଆଲୋକପାତ କରାଯାଇଥିଲା । ରାଉରକେଲା ମହାନଗର ନିଗମ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ଝାରସୁଗୁଡ଼ା, ବୀରମିତ୍ରପୁର, ରାଜଗାଙ୍ଗପୁର, ସୁନ୍ଦରଗଡ଼ ପୌର ସଂସ୍ଥା ଓ ରାଉରକେଲା ମହାନଗର ନିଗମ କର୍ମଚାରୀ, ମଳ ଉପଚାର କେନ୍ଦ୍ର ପରିଚାଳନା ଦାୟିତ୍ବ ଥିବା ମିଶନ ଶକ୍ତି ସଦସ୍ୟାମାନେ ଯୋଗ ଦେଇଥିଲେ । ଏହି କର୍ମଶାଳାରେ ମହାନଗର ନିଗମ ଆୟୁକ୍ତ ଡ. ଶୁଭଙ୍କର ମହାପାତ୍ର ଯୋଗ ଦେଇ କର୍ମଶାଳାର ଲକ୍ଷ୍ୟ, ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରିବା ସହ ଆଜିର କର୍ମଶାଳା ମଳ ଉପଚାର କେନ୍ଦ୍ରର ସୁପରିଚାଳନାରେ ସହାୟକ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ । ମଳ ଉପଚାର କେନ୍ଦ୍ରର ପରିଚାଳନା ଦିଗରେ ଉପୁଜୁଥିବା ସମସ୍ୟା ଏବଂ ଏହାର ସମାଧାନ ବିଷୟରେ କର୍ମଶାଳାରେ ଆଲୋଚନା ହୋଇଥିବା ବେଳେ ପୌର ସଂସ୍ଥା ଏବଂ ପରିଚାଳନା ଦାୟିତ୍ବରେ ଥିବା ମିଶନ ଶକ୍ତି ମହିଳାଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ରଖାଯାଇ କେନ୍ଦ୍ରର କିଭଳି ସୁପରିଚାଳନା କରାଯିବ ସେ ନେଇ ପ୍ରଶିକ୍ଷକମାନେ ବିସ୍ତୃତ ଭାବେ ବୁଝାଇଥିଲେ । ସମସ୍ତେ ଏକଜୁଟ ହୋଇ ଏକ ଟିମ୍‌ ଭାବେ କିଭଳି କାର୍ଯ୍ୟ କରିବେ ସେ ଉପରେ ଗୁରୁତ୍ବାରୋପ କରାଯାଇଥିଲା । ଏତଦ୍‌ବ୍ୟତୀତ ମଳ ଉପଚାର କେନ୍ଦ୍ର ସମ୍ପର୍କରେ ଏକ କୁଇଜ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା । ଏଥିରେ ବୀରମିତ୍ରପୁର ଓ ସୁନ୍ଦରଗଡ଼ ପୌର ସଂସ୍ଥା ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ ।

ଏହି କର୍ମଶାଳାରେ ମହାନଗର ନିଗମ ଉପ ଆୟୁକ୍ତ ସୁଧାଂଶୁ ଭୋଇ, ସୀତାଦେବି ମାଝୀ, ସୁକାନ୍ତ କୁମାର ବେଉରା, ରୋନିତ କୁମାରଙ୍କ ସମେତ ସମସ୍ତ ୫ ପୌରାଞ୍ଚଳର କାର୍ଯ୍ୟ ନିର୍ବାହୀ ଅଧିକାରୀ, ପ୍ରକଳ୍ପ ନିର୍ଦ୍ଦେଶକ( ଜିଲ୍ଲା ସହରାଞ୍ଚଳ ଉନ୍ନୟନ ଏଜେନ୍ସି) କମ୍ୟୁନିଟି ଅର୍ଗନାଇଜର, ସାନିଟେସନ୍‌ ଏକ୍ସପର୍ଟ, ସିଟି ମ୍ୟାନେଜର, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ଏଜେନ୍ସି ଏକ୍ସପର୍ଟ, ମଳ ଉପଚାର କେନ୍ଦ୍ର ପରିଚାଳନା ଦାୟିତ୍ବରେ ଥିବା ମିଶନ ଶକ୍ତିର ସଦସ୍ୟମାନେ ଉପସ୍ଥିତ ଥିଲେ । ଫେକାଲ ସ୍ଳଜ୍‌ ମ୍ୟାନେଜମେଣ୍ଟର କର୍ମଚାରୀମାନେ ଆଜିର କର୍ମଶାଳାରେ ମଳ ଉପଚାର କେନ୍ଦ୍ରର ସୁପରିଚାଳନା ଦିଗରେ ବିସ୍ତୃତ ଭାବେ ବୁଝାଇଥିଲେ ।

0
0
0
s2sdefault

 

 

 

 

 

 

 

 

 

 

 

 

 

 

  

 

 

/*H3X_UIHVRK*/