
ରାଉରକେଲା (ବସନ୍ତ କୁମାର ଜେନା): ରାଉରକେଲା ସହରର ଅଗ୍ରଣୀ ତଥା ପୁରାତନ ସାହିତ୍ୟନୁଷ୍ଠାନ ଆଦର୍ଶ ପାଠାଗାର ର ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି। ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀ ଙ୍କ ସଭାପତିତ୍ବ,ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ଆବାହକତ୍ବ ତଥା ଅଶୋକ କୁମାର ବଳଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତଥା ମୁଖ୍ୟ ଆଲୋଚକ ଭାବେ ଇସ୍ପାତ ସ୍ବୟଂଶାସିତ ମହାବିଦ୍ୟାଳୟ ର ଅଧ୍ୟାପିକା ଡଃ ଲକ୍ଷ୍ମୀ ମାଝୀ ଯୋଗଦେଇ ଆଲୋଚ୍ୟ ବିଷୟ ' ବିଦ୍ୟୁତପ୍ରଭା ଙ୍କ କବିତାରେ ରାଷ୍ଟ୍ରୀୟ ଚେତନା 'ସଂପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ସାଧାରଣ ସଂପାଦକ ଶ୍ରୀଖୁଣ୍ଟିଆ ଅତିଥି ଙ୍କ ପରିଚୟ ସହ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିବା ପରେ ଅନୁଷ୍ଠାନର ଉପସଭାପତି ଡଃ ସନାତନ ପ୍ରଧାନ ବିଦ୍ୟୁତପ୍ରଭାଙ୍କ ସର୍ଜନା ସଂପର୍କରେ ଆଲୋକପାତ କରିଥିଲେ । ପରେ ମୁଖ୍ୟ ଆଲୋଚିକା ଡଃ ମାଝୀ ଆଲୋଚ୍ୟ ବିଷୟ ସଂପର୍କରେ ଆଲୋଚନା କରି କହିଲେ ଯେ ବିଦ୍ୟୁତପ୍ରଭାଙ୍କ କାବ୍ୟ କବିତା ବହୁମୁଖୀ ଥିଲା । ପ୍ରେମ କବିତା, ରାଷ୍ଟ୍ରପ୍ରେମ, ବିଭୁ ପ୍ରେମରେ ପରିପୃଷ୍ଟ ଥିଲା ତାଙ୍କ କବିତାବଳୀ। ସେ ଥିଲେ ଅଭୂଲା ପ୍ରତିମା। ମାଟିମନସ୍କ କବି ଭାବେ ଦେଶମାତୃକା ସହ ମାଟି, ପାଣି,ପବନ ପାଇଁ କଲମ ଚାଳନା କରିଛନ୍ତି। ପରେ ଗାଳ୍ପିକ ଆର୍ତ୍ତତ୍ରାଣ ମହାପାତ୍ର ଗଳ୍ପ'ପରିଣତି' ପଠନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବି କୁଞ୍ଜବିହାରୀ ରାଉତ ଓ ନିରୁପମା ପତି ଙ୍କ ସଂଯୋଜନାରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ରବୀନ୍ଦ୍ରନାଥ ମହାନ୍ତି, ଅଭିରାମ ପ୍ରଧାନ,ଉପେନ୍ଦ୍ର ବସ୍ତିଆ, ସାର୍ଥକ ସାହୁ,ଡଃ ଜୟନ୍ତୀ ପାଢୀ,ସସ୍ମିତା ପ୍ରଧାନ,ଆଶୁତୋଷ ଜ୍ୟୋତି ଷୀ,ଅଶୋକ ମହାନ୍ତି, ସାଗର ମହାନ୍ତି, ବ୍ରଜବିହାରୀ ଦାଶ,ସୁଶାନ୍ତ କୁମାର ନାୟକ,ବ୍ରଜେନ୍ଦ୍ର ଦାଶ,କରୁଣାକର ପାଟ୍ଟଶାଣୀ,ଅର୍ଚ୍ଚନା ପାତ୍ର, ତ୍ରିଲୋଚନ ସ୍ବାଇଁ,ଅଶୋକ କୁମାର ପଟ୍ଟନାୟକ, ସଂଜୀବ କୁମାର ଭୋଇ, ରଶ୍ମି ସାହୁ,ମୀନକେତନ ପଶାୟତ,କୁଞ୍ଜବିହାରୀ ରାଉତ, ନିରୁପମା ପତି ପ୍ରମୁଖ କବିତା ପାଠ କରିଥିଲେ । ପ୍ରାରମ୍ଭରେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଚିବ ପ୍ରବୋଧ ରାଉତଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଅଭୟ କୁମାର ଦାସ, ମନୋଜ କୁମାର ପଣ୍ଡା, ଜ୍ଞାନେନ୍ଦ୍ର କୁମାର ଦାଶ, ଜୟଶ୍ରୀ ଦାସ,ଜ୍ୟୋତି ରଂଜନ ମହାପାତ୍ର,ଡାକ୍ତର ବସନ୍ତ କୁମାର ଦାସ, ଟୁକୁଲା ପାଢୀ, ପଞ୍ଚାନନ ପାତ୍ର, ପ୍ରଦୀପ କୁମାର ପଟ୍ଟନାୟକ, ଗଗନ ବିହାରୀ ଧଳ, କାଶୀନାଥ ନନ୍ଦୀ, ରାଜୀବ ପାଣି, ନଳିନୀକାନ୍ତ ଧର,ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ଦୀନବଂଧୁ ରଥ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଶେଷରେ ବିଜୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର.
- Hits: 280






