କେରଳ ଫିଲ୍ମ ଫେଷ୍ଟରେ ସ୍କ୍ରିନିଙ୍ଗ ପାଇଁ ‘ସି ଆଣ୍ଡ ସେଭେନ୍‍ ଭିଲେଜେସ୍‍’ ମନୋନୀତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଅଚ୍ୟୁତ ସାମନ୍ତଙ୍କ ନିବେଦିତ ଖ୍ୟାତି ସମ୍ପନ୍ନ ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଖଟୁଆଙ୍କ ନିର୍ଦ୍ଦେଶିତ ପ୍ରାମାଣିକ ଓଡ଼ିଆ ଚଳଚ୍ଚିତ୍ର ‘ସି ଆଣ୍ଡ ସେଭେନ୍‍ ଭିଲେଜେସ୍‍’ କେରଳରେ ଅନୁଷ୍ଠିତ ହେବାକୁ ଥିବା ୧୫ତମ ଅନ୍ତର୍ଜାତୀୟ ଡକ୍ୟୁମେଣ୍ଟାରୀ ଓ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶନ ପାଇଁ ମନୋନୀତ ହୋଇଛି । ଅଗଷ୍ଟ ୪ରୁ ୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମହୋତ୍ସବର ଦୀର୍ଘ ଡକ୍ୟୁମେଣ୍ଟାରୀ ପ୍ରତିଯୋଗିତା ବିଭାଗରେ ଏହା ସ୍ଥାନ ପାଇଛି । କେନ୍ଦ୍ରାପଡ଼ା ଜିଲ୍ଲା ସାତଭାୟା ଅଞ୍ଚଳରେ ହେଉଥିବା ସମୁଦ୍ର ପତ୍ତନ ବୃଦ୍ଧି, ସମୁଦ୍ର ପ୍ରଭାବରେ କିଭଳି ଉକକୂଳ କ୍ଷୟ ହେବାରେ ଲାଗିଛି, ବାରମ୍ବାର ଘୂର୍ଣ୍ଣିବଳୟ ଓ ଉପକୂଳବର୍ତ୍ତୀ ଜମିର ପରିଚାଳନାଗତ ତ୍ରୁଟି ଯୋଗୁଁ କିଭଳି ବଙ୍ଗୋପସାଗର ଏହି ଅଞ୍ଚଳର ସାତୋଟି ଗ୍ରାମକୁ ନଷ୍ଟ କରିଦେଇଛି ତା ଉପରେ ଶ୍ରୀ ଖଟୁଆ ଦୀର୍ଘ ଦିନ ଧରି ଗବେଷଣା କରିବା ସହ ଏହି ପ୍ରାମାଣିକ ଚଳଚ୍ଚିତ୍ର ପ୍ରସ୍ତୁତ କରିଛନ୍ତି । ଜଳବାୟୁ ପରିବର୍ତ୍ତନ ଓ ସାତଭାୟା ଅଞ୍ଚଳ ଉପରେ ଏହାର ପ୍ରଭାବ ଉପରେ ଏହି ପ୍ରାମାଣିକ ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଇଛି । ବିଶେଷ କରି ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏଠାରେ ବାସଗୃହ, ଚାଷଜମି ଓ ସମଗ୍ର ଜନବସତି କିଭଳି ନଷ୍ଟ ହୋଇଯାଇଛି ତାହା ବର୍ଣ୍ଣନା କରାଯାଇଛି । ସୂଚନାଯୋଗ୍ୟ, ଚଳଚ୍ଚିତ୍ର ନିର୍ମାତାମାନଙ୍କ ପାଇଁ ସେମାନଙ୍କ ସର୍ଜନାତ୍ମକ ଚିନ୍ତାଧାରା ଉପରେ ନୂଆ କିଛି କରି ଦେଖାଇବା ନିମନ୍ତେ କେରଳ ଚଳଚ୍ଚିତ୍ର ମହୋତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ । ଏହି ପ୍ରାମାଣିକ ଚଳଚ୍ଚିତ୍ରରେ ସାତାଭାୟା ଅଞ୍ଚଳର ଲୋକଙ୍କ ଜୀବନ ଓ ସଂଘର୍ଷର ବାସ୍ତବ ଚିତ୍ରକୁ ଉପସ୍ଥାପନ କରାଯିବା ସହ ଜଳବାୟୁର ପ୍ରଭାବ ଓ ସେଥିନେଇ ଅସୁରକ୍ଷିତ ସମ୍ପ୍ରଦାୟକଙ୍କ ସୁରକ୍ଷା ନେଇ ବିଶେଷ ଗୁରୁତ୍ୱ ଦିଆଯାଇଛି । କାଦମ୍ବିନୀ ମିଡ଼ିଆ ବ୍ୟାନରରେ ପ୍ରସ୍ତୁତ ଏହି ପ୍ରାମାଣିକ ଚଳଚ୍ଚିତ୍ରକୁ ଡ. ଇତି ସାମନ୍ତ ପ୍ରଯୋଜନା କରିଛନ୍ତି ।

0
0
0
s2sdefault

 

 

 

 

 

 

 

 

 

 

 

 

 

 

  

 

 

/*H3X_UIHVRK*/