ଭୁବନେଶ୍ୱର: ଗତ ୨୦ ତାରିଖରେ ଓଡ଼ିଶା ମିଲେଟ୍ସ ମିଶନ (ଓଏମ୍ଏମ୍), ଏମ୍ସ ଭୁବନେଶ୍ୱର ସହଭାଗୀତାରେ ଏମ୍ସ ପରିସରରେ ମିଲେଟ ବା ପୁଷ୍ଟିସାରର ପ୍ରୋତ୍ସାହନ ପାଇଁ ଏକ ମିଲେଟ କିଓସ୍କର ଉଦ୍ଘାଟନ ହୋଇଯାଇଛି । ଏମ୍ସର କର୍ମଚାରୀ ଓ ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ହିତ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଏହି ଉଦ୍ଘାଟନ ଉତ୍ସବରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମୁଖ୍ୟ ସଚିବ ଏବଂ ଏମ୍ସର କାର୍ଯ୍ୟକାରୀ ନିଦେ୍ର୍ଧଶକ ତଥା କୃଷି ବିଭାଗ ଓ ଏମ୍ସର ବରିÂ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ଏହି କିଓସ୍କ ଜୁଲାଇ ୨୨ ତାରିଖ ପର୍ଯ୍ୟନ୍ତ ଏମ୍ସ କର୍ମଚାରୀ ଓ ସାଧାରଣ ଜନତାଙ୍କ ପାଇଁ ଖୋଲା ରହିବ । ମିଶନ ଶକ୍ତି ମହିଳାମାନଙ୍କ ଦ୍ୱାରା ପରିଚାଳିତ ଏହି କିଓସ୍କରେ ପୁଷ୍ଟିସାର ବା ମିଲେଟରୁ ନିର୍ମିତ ବିଭିନ୍ନ ଖାଦ୍ୟ ସାମଗ୍ରୀ ଯଥା ଖୁରୁମା, କୁକିଜ୍, ମିକ୍ସଚର, ଗୋଟା ଶସ୍ୟ, ପେଷା ଶସ୍ୟ ଇତ୍ୟାଦି ମିଳିବ । ସଚେତନତା ବୃଦ୍ଧିପାଇଁ ଡାକ୍ତର, ନର୍ସ ଓ ଜନ ସାଧାରଣଙ୍କୁ ପ୍ରଚାର ପତ୍ର ବଣ୍ଟନ ସହ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମାନ ଆୟୋଜିତ ହେଉଛି । ମିଲେଟ ଆଧାରିତ ଖାଦ୍ୟ ତିଆରି କରିବାରେ ଲୋକଙ୍କ ଆଗ୍ରହ ବୃଦ୍ଧି କରିବାପାଇଁ ବ୍ୟବସ୍ଥା କରାଯାଇଥିଲା ।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମୁଖ୍ୟ ସଚିବ ଡଃ ଅରବିନ୍ଦ କୁମାର ପାଢୀ ଓଡ଼ିଶା ମିଲେଟ୍ସ ମିଶନ ସଫଳତା ପାଇଁ ରାଜ୍ୟ ସରକାରଙ୍କ ରଣନୀତି ବିଷୟରେ ଆଲୋକପାତ କରିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଯଥା ମିଶନ ଶକ୍ତି, କ୍ରୀଡା, ସ୍ୱାସ୍ଥ୍ୟ, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଗୁଡିକ ସହ ସାମୁହିକ ଭାବରେ ଓଡ଼ିଶା ମିଲେଟ୍ସ ମିଶନ କାର୍ଯ୍ୟ କରୁଛି । ଏମ୍ସ ଓ ଆପେଡା ଭଳି କେନ୍ଦ୍ରୀୟ ଅନୁଷ୍ଠାନମାନଙ୍କ ସହଭାଗୀତାରେ ଏହି କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ବେସରକାରୀ ଅନୁଷ୍ଠାନ, ସଂସ୍ଥା ଏବଂ ଓଡ଼ିଶା ହୋଟେଲ ଓ ରେଷ୍ଟୁରାଣ୍ଟସଂଘ ମାନଙ୍କୁ ଏହି ଆନେ୍ଦାଳନ ସହ ଜଡିତ କରାଯାଇ ମିଲେଟ ସଚେତନତା ଯଥେଷ୍ଟ ମାତ୍ରାରେ ବୃଦ୍ଧି କରାଯାଉଛି ।
ଏମ୍ସର କାର୍ଯ୍ୟକାରୀ ନିଦେ୍ର୍ଧଶକ ପ୍ରଫେସର ଡା. ଆଶୁତୋଷ ବିଶ୍ୱାସ ନିଜ ବକ୍ତବ୍ୟରେ ମିଲେଟର ବିଭିନ୍ନ ଉପକାରୀତା ବିଷୟରେ କହିଥିଲେ । ପୁରୁଣା ରୋଗରେ ଥିବା ରୋଗୀ, ଗର୍ଭବତୀ ଏବଂ ପ୍ରସୂତୀ ମହିଳାମାନଙ୍କ ପାଇଁ ମିଲେଟ ବିଶେଷ ଉପଯୋଗୀ ବୋଲି ଉଲ୍ଲେଖ କରିଥିଲେ । ନିକଟରେ ଏହାର କାର୍ଯ୍ୟକାରୀ ନିଦେ୍ର୍ଧଶକଙ୍କ ଲିଖିତ ଏବଂ ଭୁବନେଶ୍ୱର ଏମ୍ସ ପ୍ରକାଶିତ ମିଲେଟ ବୁକଲେଟରେ ମିଲେଟରେ ଥିବା ପୈାଷ୍ଟିକ ତତ୍ତ୍ୱ ଏବଂ ସ୍ୱାସ୍ଥ୍ୟ ଉପକାରୀତା ବିଷୟରେ ବିଶଦ ଭାବରେ ଉଲ୍ଲେଖ କରିଛନ୍ତି ।
ଏମ୍ସ ଦନ୍ତ ବିଭାଗର ପ୍ରଫେସର ଡା. ଅଶୋକ କୁମାର ଜେନା ମିଲେଟର ବ୍ୟବହାରକୁ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ବାଧ୍ୟତାମୂଳକ କରିବା ଏପରେ ଗୁରୁତ୍ୱାରୋପ କରିଥିଲେ । କ୍ୟାଲସିୟମ, ମାଙ୍ଗାନିଜ, ଫସଫେଟ, ଆଇରନ୍, ଏବଂ ଅନ୍ୟ ମାଇକ୍ରୋ ନ୍ୟୁଟ୍ରାଣ୍ଟସ୍ରେ ଭରଫୁର ମିଲେଟ ଦୁରୁହ ରୋଗରୁ ରକ୍ଷା କରିପାରିବ ବୋଲି ନିଜ ଅଭିମତ ରଖିଥିଲେ ।
ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଏମ୍ସ ଭୁବନେଶ୍ୱର ସହ ମିଳିତ ଭାବରେ ବିଭିନ୍ନ ଆବଶ୍ୟକୀୟ ପଦକ୍ଷେପମାନ ଗ୍ରହଣ କରୁଅଛି । ଏମ୍ସ କ୍ୟାଣ୍ଟିନ ଓ ହଷ୍ଟେଲ ଗୁଡିକରେ ମିଲେଟ ପ୍ରସ୍ତୁତ ଖାଦ୍ୟ ପରିବେଷଣ, ରୋଗୀମାନଙ୍କୁ ମିଲେଟ ପ୍ରସ୍ତୁତ ଖାଦ୍ୟ ଗ୍ରହଣ ପାଇଁ ଡାକ୍ତର, ଡାଏଟେସିଆନ ପରାମର୍ଶ ଦେବା ଏବଂ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏମ୍ସରେ ତାଲିମ ଦେବା ଭଳି ଅନେକ କାର୍ଯ୍ୟକ୍ରମ କରାଯିବାର ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ଏହି ସହଭାଗୀତା ମିଲେଟକୁ ଅଧିକରୁ ଅଧିକ ଲୋକାଦୃତ କରିବ । ମଧୁମେହ ରୋଗୀ, ଗର୍ଭବତୀ, ପ୍ରସୂତୀ ମହିଳା ଏବଂ ଶିଶୁ ମାନଙ୍କ ପାଇଁ ଏହା ବିଶେଷ ଉପକାରୀ । ଏମ୍ସ ମିଲେଟ କିଓସ୍କରେ ବହୁ ସଂଖ୍ୟାରେ ଡାକ୍ତର, ପୁଷ୍ଟି ବିଶେଷଜ୍ଞ, କର୍ମଚାରୀ ଏବଂ ସାଧାରଣ ଜନତାଙ୍କ ଭିଡ ଦେଖାଯାଉଛି ଏବଂ ସେମାନଙ୍କ ପ୍ରତିକ୍ରିୟା ସକରାତ୍ମକ ଓ ଉତ୍ସାବର୍ଦ୍ଧକ ରହିଛି ।
ରାଜ୍ୟ
ଓଡ଼ିଶା ମିଲେଟ୍ସ ମିଶନ ଓ ଏମ୍ସ ଭୁବନେଶ୍ୱର ମିଳିତ ଭାବରେ କରିବେ ମିଲେଟର ପ୍ରୋତ୍ସାାହନ
- Hits: 369






