ଗାଇସିଲାଟ/ମନ ଡନସନା- ସ୍ବାଧୀନତାର ସାତ ଦଶକ ପରେ ବି ଗ୍ରାମବାସୀଙ୍କୁ ମିଳିନାହିଁ ଭୋଟ ଦାନ କେନ୍ଦ୍ର । ନିଜ ଗାଁ ରେ ଭୋଟ ଦେବା ସୁଯୋଗରୁ ବଞ୍ଚିତ ଅଛନ୍ତି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡଙ୍ଗରମୁଣ୍ଡା ଗ୍ରାମବାସୀ । ଭାରତ ସ୍ୱାଧୀନ ହେବା ଠାରୁ ନିଜ ଗାଁ ରେ ଭୋଟ ନ ଦେଇ ଏଠାକାର ଭୋଟର ପ୍ରାୟ ୬ କି.ମି ଦୂର ତାଲପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସେମେଲମୁଣ୍ଡା ଗ୍ରାମକୁ ଯାଇଥାନ୍ତି ଭୋଟ ଦେବା ପାଇଁ । ବାର୍ଧ୍ୟକ୍ୟ ଅବସ୍ଥାରେ ଏତେ ଦୂରକୁ ଯିବା ସମ୍ଭବ ହେଉନଥିବାରୁ ଅନେକ ବୟସ୍କ ଲୋକ ଭୋଟ ଦେବାରୁ ବଞ୍ଚିତ ହେଉଥିବା ବେଳେ ସାଧାରଣ ଭୋଟର ମାନେ ବି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉକ୍ତ ଗ୍ରାମରେ ପ୍ରାୟ ୨୫୦ରୁ ଉର୍ଦ୍ଧ ଭୋଟର ଥିବାବେଳେ ସମାଜସେବୀ ସୁଶାନ୍ତ ପଣ୍ଡାଙ୍କ ନେତୃତ୍ୱରେ ଆଜି ଗ୍ରାମବାସୀମାନେ ପଦ୍ମପୁର ଭାରପ୍ରାପ୍ତ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇ ଆସନ୍ତା ସାଧାରଣ ନିର୍ବାଚନ ରେ ନିଜ ଗ୍ରାମରେ ଭୋଟଦାନ କେନ୍ଦ୍ର କରିବା ପାଇଁ ଅନୁରୋଧ କରିଛନ୍ତି । ସେମାନଙ୍କ ଦାବି ପୂରଣ ନ ହେଲେ ଭୋଟ ବର୍ଜନ କରିବା ପାଇଁ ନିଷ୍ପତି ନେଇଛନ୍ତି ।
ରାଜ୍ୟ
ଭୋଟ ଦାନକେନ୍ଦ୍ର କରିବା ପାଇଁ ଉପଜିଲ୍ଲପାଳଙ୍କୁ ଦାବୀ ପତ୍ର ଦେଲେ ଗ୍ରାମବାସୀ
- Hits: 244






