ହେଡଲାଇନସ୍:

ଅଙ୍ଗନ ୱାଡି ସହଯୋଗୀ ଚୟନରେ ଅନିୟମିତତା କୁ ନେଇ ଅଙ୍ଗନ ୱାଡି କେନ୍ଦ୍ରରେ ତାଲା ପକେଇଲେ ଗ୍ରାମବାସୀ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସାରସକଣା ରୁ ଦିପୁ ମହାପାତ୍ର: ଅଙ୍ଗନ ୱାଡି ସହଯୋଗୀ ଚୟନରେ ଅନିୟମିତତା କୁ ନେଇ ଅଙ୍ଗନ ୱାଡି କେନ୍ଦ୍ର ରେ ତାଲା ପକେଇଲେ ଗ୍ରାମ ବାସୀ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ବାସଦା ଗ୍ରାମରେ । ସୂଚନା ଅନୁଯାୟୀ ଅଙ୍ଗନ ୱାଡି ଚୟନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଜ୍ଞପ୍ତି ଅନୁସାରେ ଯୋଗ୍ୟ ପ୍ରାଥିଙ୍କୁ ବାଦ ଦେଇ ଅଯୋଗ୍ୟ ପ୍ରାଥିଙ୍କୁ ଚୟନ ହେଇଥିବାକୁ ନେଇ CDPO ଙ୍କୁ ଅଭିଯୋଗ କରିଥିଲେ । ଅଭିଯୋଗର କୌଣସି ସମାଧାନ ନ ହେବାରୁ ଗ୍ରାମବାସୀ ମାନେ ଉତ୍ୟକ୍ତ ହୋଇ ଆଜି ଗ୍ରାମରେ ଥିବା ଅଙ୍ଗନ ୱାଡି କେନ୍ଦ୍ର ରେ ତାଲା ପକେଇ ଥିଲେ । ଅଙ୍ଗନ ୱାଡି କେନ୍ଦ୍ର କୁ ଆସିଥିବା କୁନି କୁନି ପିଲା ମାନେ ଘର ବାରଣ୍ଡା ରେ ବସି ପାଠ ପଡୁଥିବା ଦେଖିବାକୁ ମିଳିଥିଲା । ତେବେ ବିଜ୍ଞପ୍ତି ଅନୁଯାୟୀ ଯୋଗ୍ୟ ପ୍ରାଥିଙ୍କୁ ଚୟନ ନ କଲେ ଆଗାମୀ ଦିନରେ CDPO ଅଫିସ ଆଗରେ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

0
0
0
s2sdefault