ହେଡଲାଇନସ୍:

ଜଘନ୍ୟ ଅପରାଧରେ ସଂପୃକ୍ତ ବିଜେପି ନେତା ଅପରାଧ ସଂପର୍କରେ ପ୍ରବଚନ ଦେବା ବିଡ଼ମ୍ବନା: ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ରାଜ୍ୟ ବିଜେପିର ଅନେକ ବଡ଼ ବଡ଼ ନେତାଙ୍କ ଅପରାଧର ଚିଠା ଖୁବ୍ ଲମ୍ବା

  •  ଛତ୍ରପୁର ହତ୍ୟା ମାମଲାରେ ସଂପୃକ୍ତ କୁହାଳିଆ ନେତା ଗିରଫ ଭୟରେ ଶୌଚାଳୟରେ ଲୁଚିଥିଲେ

  •  ହତ୍ୟା ଓ ମରଣାନ୍ତକ ଆକ୍ରମରେ ସଂପୃକ୍ତ ଦୁଇ ଅଭ୍ୟାସଗତ ଅପରାଧୀଙ୍କୁ ବିଜେପି ବଡ଼ବଡ଼ ପଦରେ ବସାଇଛି


ଭୁବନେଶ୍ୱର : ହତ୍ୟା ମାମଲାଠୁ ଆରମ୍ଭ କରି ସବୁପ୍ରକାର ଗୋଲକଧନ୍ଦାରେ ସଂପୃକ୍ତ ଓଡ଼ିଶା ବିଜେପିର ଜଣେ କୁହାଳିଆ ନେତା କିଭଳି କଳଙ୍କିତ ଚରିତ୍ରର ବ୍ୟକ୍ତି, ତାହା ସମସ୍ତଙ୍କୁ ଜଣା। ରାଜ୍ୟ ବିଜେପିର ବଡ଼ବଡ଼ ପଦପଦବିରେ ବସିଥିବା ଏଭଳି ଅଭ୍ୟାସଗତ ଅପରାଧୀମାନେ ଅପରାଧ ସଂପର୍କରେ ପ୍ରବଚନ ଦେବାଠାରୁ ବଡ଼ ବିଡ଼ମ୍ବନା ଆଉ କ’ଣ ହୋଇପାରେ ବୋଲି ଆଜି ବିଜୁ ଜନତା ଦଳ ପ୍ରଶ୍ନ କରିଛି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା କହିଛନ୍ତି ଯେ ରାଜ୍ୟ ବିଜେପିର ମୁଖପାତ୍ର ଥିବା ଜଣେ କଳଙ୍କିତ ନେତା ଆଜି ଅପରାଧ ସଂପର୍କରେ ନୀତିବାଣୀ ଶୁଣାଉଛନ୍ତି। ଛତ୍ରପୁର ହତ୍ୟା ମାମଲାରେ ସଂପୃକ୍ତି ପଦାକୁ ଆସିବା ପରେ ଏହି ନେତା ଜଣକ ଗିରଫ ହେବା ଭୟରେ ଓଡ଼ିଶାରୁ ଲୁଚି ପଳାଇଥିଲେ। ପରେ ପୁଲିସ ଯେବେ ତାଙ୍କୁ ଜେରା ପାଇଁ ଡାକିଥିଲା, ସେ କିପରି ଶୌଚାଳୟ ଭିତରେ ପଶିଥିଲେ ଏବଂ ପୁଲିସର ଗୋଡ଼ ଧରି ଭୋଭୋ କାନ୍ଦିଥିଲେ, ତାହା କାହାକୁ ଅଛପା ନାହିଁ।
ଶ୍ରୀ ପଣ୍ଡା ଆହୁରି କହିଛନ୍ତି ଯେ ରାଜ୍ୟ ବିଜେପିର ଅନେକ ସାନବଡ଼ ନେତାଙ୍କ ଅପରାଧର ଚିଠା ବେଶ୍ ଲମ୍ବା। ଆମେ ଏଠି କେବଳ ଦୁଇ ଜଣ ନେତାଙ୍କ ଉଦାହରଣ ଦେବାକୁ ଚାହିଁବୁ। ହତ୍ୟା ଓ ମରଣାନ୍ତକ ଆକ୍ରମଣରେ ସଂପୃକ୍ତ ହୋଇ ଜେଲ୍ ଯାଇଥିବା ଜୟନାରାୟଣ ମିଶ୍ରଙ୍କୁ ରାଜ୍ୟ ବିଜେପି ବିରୋଧୀ ଦଳର ନେତା ଭଳି ସାମ୍ବିଧାନିକ ପଦରେ ବସାଇଛି। ଆଉ ଜଣେ ଅଭ୍ୟାସଗତ ଅପରାଧୀ ଈରାଶିଷ ଆଚାର୍ଯ୍ୟ ଏବେ ବିଜେପି ଯୁବମୋର୍ଚ୍ଚାର ସଭାପତି। ହତ୍ୟା, ଗୁଣ୍ଡାଗର୍ଦ୍ଦିରେ ସଂପୃକ୍ତ ଈରାଶିଷ କିଛି ମାସ ତଳେ ରାଜଧାନୀରେ କିଭଳି କାଣ୍ଡ କରିଥିଲେ, ତାହା ଓଡ଼ିଶାବାସୀ ଦେଖିଛନ୍ତି। ତେଣୁ ରାଜ୍ୟ ବିଜେପିର ବଡ଼ବଡ଼ ପଦପଦବିରେ ବସିଥିବା ଏଭଳି ଅଭ୍ୟାସଗତ ଅପରାଧୀମାନେ ଅପରାଧ ସଂପର୍କରେ ପ୍ରବଚନ ଦେବା ପୂର୍ବରୁ ପ୍ରଥମେ ଆଇନାରେ ନିଜ ମୁହଁ ଦେଖି ନିଅନ୍ତୁ।

0
0
0
s2sdefault