ହେଡଲାଇନସ୍:

ପ୍ଲାଟଫର୍ମର ସାଧାରଣ ଦ୍ଵିତୀୟ ଶ୍ରେଣୀ କୋଚ ନିକଟରେ ମିଳିବ ସ୍ୱଳ୍ପ ମୂଲ୍ୟର ଭୋଜନ ଏବଂ ସୁଲଭ ପ୍ୟାକେଜ୍ ପାନୀୟ ଜଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ସାଧାରଣ ଦ୍ଵିତୀୟ ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କ ପାଇଁ ଖୁଶି ଖବର ଆଣିଛି ରେଳ ମନ୍ତ୍ରଣାଳୟ | ସାଧାରଣ ଦ୍ଵିତୀୟ ଶ୍ରେଣୀ କୋଚ୍ ନିକଟରେ ପ୍ଲାଟଫର୍ମରେ ସ୍ଥାନିତ ବର୍ଦ୍ଧିତ ସେବା କାଉଣ୍ଟର ମାଧ୍ୟମରେ ସ୍ୱଳ୍ପ ମୂଲ୍ୟର ଭୋଜନ/ କାମ୍ବୋ ମିଲସ ଏବଂ ସୁଲଭ ପ୍ୟାକେଜ୍ ପାନୀୟ ଜଳ ସେବାକୁ ସୁଗମ କରିବା ପାଇଁ ରେଳ ମନ୍ତ୍ରଣାଳୟ ଗତ 27.06.2013 ତାରିଖରେ ଚିଠି ମାଧ୍ୟମରେ ନିର୍ଦ୍ଦେଶନାମା ଜାରି କରିଛି ଯାହା ଦ୍ୱାରା ସାଧାରଣ ଦ୍ଵିତୀୟ ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କ ପାଇଁ ସୁବିଧା ପ୍ରଦାନ ଯୋଗାଇଦେବ | ଟ୍ରେନର ସାଧାରଣ ଦ୍ଵିତୀୟ ଶ୍ରେଣୀ କୋଚ୍ ରେ ଏହି ସୁବିଧା ଉପଲବ୍ଧ ଆଇଆରସିଟିସି/IRCTC ର ରୋଷେଇ ୟୁନିଟ୍ ଏବଂ ଜନ ଆହାର କେନ୍ଦ୍ରରୁ ରୋଷାଇ ହୋଇଥିବା ଏହି ଖାଦ୍ୟ ଯୋଗାଇ ଦିଆଯିବ |

ଏହି କାଉଣ୍ଟରଗୁଡ଼ିକର ଅବସ୍ଥାନ ଜୋନାଲ ରେଳବାଇ ଦ୍ୱାରା ସ୍ଥିର ହେବ ଯାହା ଦ୍ୱାରା ଏହି କାଉଣ୍ଟରଗୁଡ଼ିକୁ ପ୍ଲାଟଫର୍ମରେ ସାଧାରଣ ଦ୍ଵିତୀୟ ଶ୍ରେଣୀ କୋଚର ଅବସ୍ଥାନ ନିକଟରେ ପ୍ରଦାନ କରାଯିବ | ପ୍ଲାଟଫର୍ମରେ ଏହି ବର୍ଦ୍ଧିତ ସେବା କାଉଣ୍ଟରଗୁଡ଼ିକର ବ୍ୟବସ୍ଥା 06 ମାସ ପାଇଁ ଏକ ପରୀକ୍ଷାମୂଳକ ଭିତ୍ତିରେ କରାଯାଇଛି |

ସୁଲଭ ମୂଲ୍ୟର ଏବଂ ସ୍ନାକ୍ ଭୋଜନ ସହିତ ସୁଲଭ ପ୍ୟାକେଜ୍ ପାନୀୟ ଜଳ ସହିତ ସାଧାରଣ ଦ୍ଵିତୀୟ ଶ୍ରେଣୀ କୋଚ୍ ଯାତ୍ରୀମାନଙ୍କୁ ସୁବିଧା ପ୍ରଦାନ ଯୋଗାଇ ଦେବା ପାଇଁ IRCTC ଜୋନ୍ ଗୁଡିକୁ ନିଜସ୍ୱ ରୋଷେଇ ୟୁନିଟ୍ ମାଧ୍ୟମରେ ସେବା କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦିଆଯାଇଛି | ଜୋନାଲ ରେଳବାଇ ସହିତ ଉଚିତ ସମନ୍ୱୟ ରକ୍ଷା କରି ଏହି କାର୍ଯ୍ୟକଳାପ କରିବାକୁ IRCTC ଜୋନ୍ ଗୁଡିକୁ ମଧ୍ୟ ପରାମର୍ଶ ଦିଆଯାଇଛି |

ବିଭିନ୍ନ ଷ୍ଟେସନରେ ସମ୍ପ୍ରସାରିତ ସେବା କାଉଣ୍ଟରଗୁଡ଼ିକୁ କାର୍ଯ୍ୟକ୍ଷମ କରାଯାଇଛି | ଷ୍ଟେସନଗୁଡିକର ତାଲିକା ନିମ୍ନରେ ଅଛି:

ଷ୍ଟେସନରେ ଆଇଆରସିଟିସି ରୋଷେଇ ୟୁନିଟ୍ ଦ୍ୱାରା ରନ୍ଧା ଖାଦ୍ୟ ଏବଂ ଜନ ଆହାରର ସେବା କାଉଣ୍ଟର ଯୋଗାଣ | ଓଡ଼ିଶାର ରାଉରକେଲା ଓ ଝାରସୁଗୁଡା ରେଳ ଷ୍ଟେସନକୁ ମିଶାଇ ସାରା ଭାରତରେ ଏପର୍ଯ୍ୟନ୍ତ ୬୪ ଟି ରେଳ ଷ୍ଟେସନରେ ଏହି ସେବା ଉପଲବ୍ଧ କରାଯାଇ ଅଛି | ଓଡ଼ିଶାର ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନ ସମେତ ଆହୁରି ଅନେକ ଷ୍ଟେସନ ଠାରେ ଏହି ସେବା ଉପଲବ୍ଧ କରାଇବା ପାଇଁ ଯୋଜନା ମଧ୍ୟ କରାଯାଇ ଅଛି |

ଭୋଜନ ପ୍ରକାର -1: ସ୍ୱଳ୍ପ ମୂଲ୍ୟ ଭୋଜନରେ 07 ଟି ପୁରୀ (175 ଗ୍ରାମ), ଶୁଖିଲା ଆଳୁ ମସଲା(150 ଗ୍ରାମ) ଏବଂ ୱାଚ୍ର (12 ଗ୍ରାମ) ର ମୂଲ୍ୟ ସମସ୍ତ ଦେୟ ସହିତ ଟ.20 / - ଧାର୍ଯ୍ୟ କରାଯାଇଅଛି |

ଭୋଜନ ପ୍ରକାର-2 - ସ୍ନାକ୍ ଭୋଜନ (350 ଗ୍ରାମ) ଦକ୍ଷିଣ ଭାରତୀୟ ଭାତ କିମ୍ବା ରାଜମା / ଛୋଲେ - ଭାତ କିମ୍ବା ଖିଚିଡି କିମ୍ବା କୁଲଚେ / ଛୋଲେ ଭାତୁରେ କିମ୍ବା ପାଓ-ଭାଜି କିମ୍ବା ମସଲା ଦୋସା ର ମୂଲ୍ୟ ସମସ୍ତ ଦେୟ ସହିତ ଟ.50 /- ଧାର୍ଯ୍ୟ କରାଯାଇଅଛି |

ଏ ପର୍ଯ୍ୟନ୍ତ 51 ଟି ଷ୍ଟେସନ୍ ମାନଙ୍କରେ ଏହି ସୁବିଧା କାର୍ଯ୍ୟକାରୀ ହୋଇସାରିଛି | ଆହୁରି 13 ଟି ଷ୍ଟେସନଗୁଡିକ ପାଇଁ ଏହି ସବା କାର୍ଯ୍ୟକାରୀ ହେଉଅଛି ଏବଂ ଆସନ୍ତାକାଲି ସୁଦ୍ଧା ଏହା ସମ୍ପୂର୍ଣ୍ଣ ହେବ | 200 ମିଲି ପ୍ୟାକେଜ୍ ପାନୀୟର ଗ୍ଲାସ୍ ସମ୍ବନ୍ଧରେ ଯେଉଁଠାରେ ସମ୍ଭବ ଷ୍ଟେସନରେ ଉପଲବ୍ଧ କରାଇବାକୁ ପ୍ରୟାସ କରାଯାଉଛି ଏବଂ ସେହି ସମୟ ପର୍ଯ୍ୟନ୍ତ 01 ଲିଟର ବୋତଲ ଉପଲବ୍ଧ ହେବ |

ଏହା ବ୍ୟତୀତ ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନ ସହିତ ଆହୁରି ଅନେକ ଷ୍ଟେସନଗୁଡିକ ଚିହ୍ନଟ କରାଯାଉଛି ଏବଂ ସ୍ୱଳ୍ପ ମୂଲ୍ୟ ଭୋଜନ ଏବଂ ଜଳର ଉପଲବ୍ଧତା ପାଇଁ ଧୀରେ ଧୀରେ ବର୍ଦ୍ଧିତ ସେବା କାଉଣ୍ଟର ଯୋଗାଣ ପାଇଁ ଆବୃତ କରାଯିବାକୁ ପ୍ରୟାସ କରାଯାଉ ଅଛି |

0
0
0
s2sdefault