ହେଡଲାଇନସ୍:

ଅଧ୍ୟକ୍ଷା ସ୍ବର୍ଗତ ଭାନୁପ୍ରଭା ମିଶ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏନଏସି ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ: ଅଭୁଲା ସ୍ମୃତିକୁ ମନେ ପକାଇ କାନ୍ଦିଲେ ସହକର୍ମୀ ଓ କର୍ମଚାରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଏନଏସି ପକ୍ଷରୁ ଏନଏସି ଅଧ୍ୟକ୍ଷା ସ୍ବର୍ଗତ ଭାନୁପ୍ରଭା ମିଶ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏନଏସି କଲ୍ୟାଣ ମଣ୍ଡପ ଠାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି I ଏହି ଶ୍ରଦ୍ଧାଞ୍ଜଳି ସଭାରେ କାର୍ଯ୍ୟନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ, ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, ବରିଷ୍ଠ ସାମ୍ବାଦିକ ଶିଶିର ପଟ୍ଟନାୟକ, ସାମ୍ବାଦିକ ଅରୁଣ କୁମାର ଷଡ଼ଙ୍ଗୀ, ସାମ୍ବାଦିକ ଗଗନ କୁମାର ପ୍ରଧାନ, ସମସ୍ତ କାଉନସିଲର, ଏନଏସି କର୍ମଚାରୀ ସତ୍ୟପ୍ରକାଶ ମହାପାତ୍ର, ପ୍ରଦୀପ ସତପଥୀ, ସସ୍ମିତା ବେହେରା, ଶୁସାନ୍ତ କୁମାର ସାହୁ, ପଙ୍କଜ କୁମାର ବେହେରା, କେ ଜୀବନଜ୍ୟୋତି ପାତ୍ର, ମୁକେଶ ରଞ୍ଜନ ନାୟକ, ଭବାନୀ ପ୍ରସାଦ ବେହେରା, ଗଣେଶ ଜେନା, କେ ବିଜୟ କୁମାର ପାତ୍ର, ପ୍ରଭାତ ରଞ୍ଜନ ସାହୁ, ବାବୁଲା କୁମାର ଦାସ, ଯୋଗେଶ ପାସ୍ପୁ ରେଡ୍ଡୀ, ସୁନ୍ଦର ସରେନ, ଶ୍ୱେତତ୍ରଞ୍ଜନ ପ୍ରଧାନ, କେତନ ନାୟକ, ସ୍ବର୍ଣ୍ଣପ୍ରଭା ଦାସ, ସୁଦୟ ବେହେରା, ବି ପ୍ରଦୀପ, ବିବେକାନନ୍ଦ ସାମଲ, ବୀରେନ୍ଦ୍ର ମୁଖୀ, ମୌସୁମୀ ବେହେରା, ଶ୍ରୀମତୀ ମୋନାଲିସା ପ୍ରଧାନ, ଆଶିଷ କୁମାର ସେଠୀ ପ୍ରମୁଖଙ୍କ ସହ ସ୍ଵଚ୍ଚ ସାଥି, ବୁଦ୍ଧିଜୀବୀ ଯୋଗ ଦେଇଥିଲେ I ସ୍ବର୍ଗତ ଭାନୁପ୍ରଭା ମିଶ୍ରଙ୍କ ସ୍ୱପ୍ନ କୁ ସାକାର କରିବା ପାଇଁ ସମସ୍ତ କାଉନସିଲର, କର୍ମଚାରୀ ପ୍ରତିଜ୍ଞା କରିବା ସହ ନୀରବ ପ୍ରାର୍ଥନା କରି ଥିଲେ I ସ୍ବର୍ଗତ ଭାନୁପ୍ରଭା ମିଶ୍ର ଜଣେ ମିଷ୍ଠାଭାସି, ମେଳାପୀ, ଦକ୍ଷ, କୋମଳ ହୃଦୟୀ, ଦରଦୀ, ଦକ୍ଷ ନାରୀନେତ୍ରୀ, କର୍ମଠ, ଅଭିଜ୍ଞ ରାଜନୀତିଜ୍ଞ ବ୍ୟକ୍ତିତ୍ୱ ଥିଲେ I ସେ ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦର ସର୍ବାଙ୍ଗୀନ ବିକାଶ ପାଇଁ ଅହରହ ଚେଷ୍ଟା କରୁଥିଲେ I ତାଙ୍କର ଅକାଳ ବିୟୋଗ ଵିଜ୍ଞାପିତ ଅଞ୍ଚଳ ବାସୀଙ୍କ ପାଇଁ ବହୁତ ବଡ଼କ୍ଷତି ହୋଇଛି ବୋଲି ଉପସ୍ଥିତ ସାମ୍ବାଦିକ, ଏନଏସି କର୍ମଚାରୀ ଓ ବୁଦ୍ଧିଜୀବୀ ମତପ୍ରକାଶ କରିବା ସହ ତାଙ୍କ ସହ ଥିବା ବ୍ୟକ୍ତିଗତ ସମ୍ପର୍କର ଅଭୂଲା ସ୍ମୃତିକୁ ମନେପକାଇ କାନ୍ଦି ଥିଲେ ସହକର୍ମୀ I ଏହା ସହ ସେ ଆମ ସହ ପ୍ରତ୍ୟେକ ମୁହୂର୍ତ୍ତରେ ମାଁ ସଦୃଶ୍ୟ ଥିଲେ ବୋଲି ଉପସ୍ଥିତ କାଉନସିଲର ମତବ୍ୟକ୍ତ କରିଥିଲେ I ଯାହା ପାଇଁ କଲ୍ୟାଣ ମଣ୍ଡପ ଭିତରେ ଏକ ଲୁହର ବନ୍ୟା ବୋହିବା ସହ ଦୁଃଖର ବାତାବରଣ ସୃଷ୍ଟି ହୋଇଥିଲା I ଏହି କାର୍ଯ୍ୟକ୍ରମକୁ ପ୍ରଭାତ ରଞ୍ଜନ ସାହୁ ପରିଚାଳନା କରିଥିଲେ I

0
0
0
s2sdefault