କାଶୀପୁରରୁ ବୈକୁଣ୍ଠ ଦୁରିଆ : ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ସହାୟକ ସଂସ୍ଥା ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ (ୟୁଏଆଇଏଲ୍) ପକ୍ଷରୁ ଏହାର ଦୋରାଗୁଡ଼ା କାରଖାନାରେ ଏକ ବ୍ୟାପକ ଅନସାଇଟ୍ ଜରୁରୀକାଳୀନ ମକ୍ ଡ୍ରିଲ୍ ଆୟୋଜନ ସହିତ ସୁରକ୍ଷା ପ୍ରତି ଅତୁଟ ଉତ୍ସର୍ଗୀକୃତ ମନୋଭାବକୁ ପ୍ରଦର୍ଶନ କରାଯାଇଛି । ଜୀବନ ଓ ସଂପତିର ସୁରକ୍ଷା ଲାଗି ଜରୁରୀକାଳୀନ ସ୍ଥିତି ବେଳେ ପ୍ରତିକ୍ରିୟା ପ୍ରକାଶ କରିବା ନିମନ୍ତେ ସମସ୍ତ କର୍ମଚାରୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସୁନିଶ୍ଚିତ କରିବା ସହ ଜରୁରୀକାଳୀନ ପ୍ରସ୍ତୁତି ଯୋଜନାର ଅନୁଶୀଳନ କରିବା ଏବଂ ସାଧାରଣ ପରଚାଳନା ପ୍ରୋଟୋକଲ୍ର ଅନୁଧ୍ୟାନ ଏହି ଡ୍ରିଲ୍ର ଲକ୍ଷ୍ୟ ଥିଲା ।
ଏକ ପମ୍ପ୍ ପରିବର୍ତନ ନିର୍ଘଂଟ ସମୟରେ ବିଦ୍ୟୁତ ସ୍ପାର୍କରୁ ଏଲ୍ଡିଓ (ଲାଇଟ୍ ଡିଜେଲ୍ ତୈଳ) ଟାଙ୍କିରେ ଅଗ୍ନିକାଣ୍ଡ ଘଟାଯାଇ ମକ୍ ଡ୍ରିଲ୍ ଆୟୋଜନ କରାଯାଇଥିଲା । ଏହି ଡ୍ରିଲ୍ରେ ସାମିଲ ଥିଲା ଅତିଥି ଓ ପର୍ଯ୍ୟବେକ୍ଷକଙ୍କ ମଧ୍ୟରେ ସାମିଲ ଥିଲେ ଫ୍ୟାକ୍ଟ୍ରିଜ୍ ଆଣ୍ଡ୍ ବଏଲର୍ସ ରାୟଗଡ଼ା ଡିଭିଜନର ଉପ ନିର୍ଦେଶକ ଶ୍ରୀ ଏସ୍ ଏନ୍ ସେଠୀ, ଫ୍ୟାକ୍ଟ୍ରିଜ୍ ଆଣ୍ଡ୍ ବଏଲର୍ସ ରାୟଗଡ଼ା ଜୋନ୍ର ସହକାରୀ ନିର୍ଦେଶକ ଶ୍ରୀ ରଂଜିତ ନାୟକ, ଓଡ଼ିଶା ଅଗ୍ନିଶମ ସେବା, ରାୟଗଡ଼ ଜିଲ୍ଲାର କୈଳାଶ ଚନ୍ଦ୍ର ପ୍ରଧାନ ଓ ଦୋରାଗୁଡ଼ା ପୋଲିସ ଷ୍ଟେସନର ଏଏସଆଇ ଶ୍ରୀ ମଳୟ କୁମାର ମାଝି ।
ସୁରକ୍ଷା, ଅଗ୍ନି ଓ ଓଏସ୍ସିର ମୁଖ୍ୟ ଶ୍ରୀ ଜୟ ତିୱାରୀ, ସିପିପିର ଇଞ୍ଜିନିୟରିଂ ମୁଖ୍ୟ ଶ୍ରୀ ସୁପ୍ରଭାତ ରାୟ ଚୌଧୁରୀ ଓ ରିଫାଇନାରିର ପରିଚାଳନା ମୁଖ୍ୟ ଶ୍ରୀ କୌଶିକସରନ ମିଶ୍ର ମକ୍ ଡ୍ରିଲ୍ର ପ୍ରଭାବୀ ଢଙ୍ଗରେ ଦେଖାଶୁଣା କରିଥିଲେ ।
ସେମାନଙ୍କ ଉପସ୍ଥିତି ଡ୍ରିଲ୍ର ନିରବଚ୍ଛିନ୍ନ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିଥିଲା । ମଲ୍ ଡ୍ରିଲ୍ ଟିମ୍ର ଉତ୍ସାହଜନକ ଅଂଶଗ୍ରହଣ ସୁରକ୍ଷା ପ୍ରତି ସେମାନଙ୍କ ଉତ୍ସର୍ଗୀକୃତ ମନୋଭାବ ଓ ଅତୁଟ ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରିଥିଲା । କ୍ଷେତ୍ରର ଘଟଣା ନିୟନ୍ତ୍ରକଙ୍କ ସମନ୍ୱୟରେ ନିର୍ଧାରିତ ପଦ୍ଧିକୁ ପାଳନ କରି ଲଢ଼େଇ ଟମ୍, ଉଦ୍ଧାର ଟିମ୍ ଓ ସହାୟକ ଟିମ୍ ସୁଚାରୁ ରୂପେ କାର୍ଯ୍ୟ ସମାପନ କରିଥିଲେ । ଡ୍ରିଲ୍ ସମୟରେ ପ୍ରଦର୍ଶିତ ଅଗ୍ନିଶମ ଓ ଉଦ୍ଧାର ବ୍ୟବସ୍ଥାକୁ ରାୟଗଡ଼ା ସରକାରୀ ଅଧିକାରୀମାନେ ପ୍ରଶଂସା କରିଥିଲେ । ଆହ୍ୱାନପୂର୍ଣ୍ଣ ପାଣିପାଗ ସ୍ଥିତି ସତେ୍ବ ମକ୍ ଡ୍ରିଲ୍ ସଫଳତାର ସହ ଆୟୋଜିତ ହୋଇଥିଲା ଯ।।ହା ସଂସ୍ଥାର ଜରୁରୀକାଳୀନ ପ୍ରତିକ୍ରିୟା ଦକ୍ଷତାରେ ଉନ୍ନତି ଆଣିପାରିଛି ।
ଏକ ଦୃଢ଼ ସୁରକ୍ଷା ବ୍ୟବସ୍ଥା ସନ୍ଧାନରେ ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ଏବଂ ଉଚ୍ଚ ମାନର ସୁରକ୍ଷା ଓ ପ୍ରସ୍ତୁତି ବଜାୟ ରଖିବା ଲାଗି କଂପାନି ଏଭଳି କାର୍ଯ୍ୟକ୍ରମ ଆୟୋଜନ ଜାରି ରଖିବ ।
ସୁରକ୍ଷା ଶୃଙ୍ଖଳାକୁ ପ୍ରାଥମିକତା ପ୍ରଦାନ କରି କର୍ମଚାରୀମାନଙ୍କ ଲାଗି ଏକ ସୁରକ୍ଷିତ କର୍ମ ପରିବେଶ ସୃଷ୍ଟି କରିବା ଏବଂ ଆଖପାଖ ଗୋଷ୍ଠୀର କଲ୍ୟାଣକୁ ସୁନିଶ୍ଚିତ କରିବାକୁ କଂପାନି ଲକ୍ଷ୍ୟ ରଖିଛି ।
ରାଜ୍ୟ
ଉତ୍କଳ ଆଲୁମିନା ପକ୍ଷରୁ ସଫଳତାର ସହ “ଅନସାଇଟ୍ ଜରୁରୀକାଳୀନ ମକ୍ ଡ୍ରିଲ୍’ ଆୟୋଜନ ସହ ସୁରକ୍ଷା ପ୍ରତି ପ୍ରତିବଦ୍ଧତା ପ୍ରଦର୍ଶିତ
- Hits: 267