ହେଡଲାଇନସ୍:

ଓମଫେଡ୍ କ୍ଷୀର ହାଫ୍ ଲିଟର ପିଛା ୨ ଟଙ୍କା ବୃଦ୍ଧି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଭୁବନେଶ୍ୱର/ରାଉରକେଲା :-ଦିନ କୁ ଦିନ ବଢ଼ିବାରେ ଲାଗିଛି ସମସ୍ତ ଅତ୍ୟାବଶ୍ୟକ ଜିନିଷର ଚାହିଦା ତା ସହ ପୁଣି ବଢ଼ିଛି ଓମଫେଡ୍ କ୍ଷୀର ଦର। ୫୦୦ ମିଲି ଲିଟର ଗ୍ରାମ ଅର୍ଥାତ୍‌ ହାଫ୍ ଲିଟର କ୍ଷୀର ପ୍ୟାକେଟ୍ ପିଛା ୨ ଟଙ୍କା ବୃଦ୍ଧି ଘଟିଛି । ଏନେଇ ଓମଫେଡ୍ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଛି। ଦର ବଢ଼ିବା ପରେ ପ୍ରତି ହାଫ୍ ଲିଟର ଟୋନଡ କ୍ଷୀର ୨୧ ଟଙ୍କାରୁ ୨୩ ଟଙ୍କାକୁ ବୃଦ୍ଧି ପାଇଛି।

ପ୍ରିମିୟମ୍ ଓ ଗୋଲ୍ଡ କ୍ଷୀର ୨୪ ଟଙ୍କାରୁ ୨୬ ଟଙ୍କାକୁ ବୃଦ୍ଧି ହୋଇଛିା ଚା’ ସ୍ପେସିଆଲ୍ ୨୩ ଟଙ୍କାରୁ ୨୫ ଟଙ୍କାକୁ ବୃଦ୍ଧି ପାଇଛିା ଏସବୁ ଆସନ୍ତା ୧ ତାରିଖରୁ ଲାଗୁ ହେବା, କୃଷକଙ୍କ ଖର୍ଚ୍ଚ ବୃଦ୍ଧିକୁ ଦୃଷ୍ଟିରେ ରଖି ଯଥା ଗୋଖାଦ୍ୟ ଓ ଗୋଚାରାର ମୂଲ୍ୟ, ଔଷଧ ଏବଂ ଇନ୍ଧନ ମୂଲ୍ୟ ଏବଂ ପ୍ୟାକେଜିଂ ସାମଗ୍ରୀର ମୂଲ୍ୟ ଅହେତୁକ ବୃଦ୍ଧି ଯୋଗୁ ଓମଫେଡ୍‌ ଏହାର କ୍ଷୀର ଦର ବୃଦ୍ଧି କରିଛି।

0
0
0
s2sdefault