ବରଗଡ଼ :- ବରଗଡ ଜିଲ୍ଲା ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଆଜି ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ପାରିସର ରେ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ଯ ର ତଦାରଖ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ କୋଡିଏ କୋଟି ଟଙ୍କାରୁ ଉର୍ଦ୍ବ ବ୍ୟୟ ଅଟକଳ ରେ ଚାଲିଥିବା ଏହି ଉନ୍ନୟନ ମୂଳକ କାର୍ୟ୍ଯ ସମାପ୍ତ ହେବା ପରେ ମନ୍ଦିର ପରିସରର ସୌନ୍ଦର୍ଯ୍ୟ ଅନେକ ମାତ୍ରାରେ ବୃଦ୍ଧି ପାଇବ ଯାହାକି ପର୍ଯଟକ ଓ ତୀର୍ଥଯାତ୍ରୀ ମାନଙ୍କୁ ଆକୃଷ୍ଟ କରିବ । ଆଜି ଉନ୍ନୟନ ମୂଳକ କାମର ଅଗ୍ରଗତି ବାବଦରେ ସମୀକ୍ଷା କରିବା ସମୟରେ ବିଧାୟିକା ତାଙ୍କ ସହିତ ଉପସ୍ଥିତ ମନ୍ଦିର ମଧ୍ୟବର୍ତ୍ତୀ କାଳୀନ ଟ୍ରଷ୍ଟି ତଥା ପାଇକମାଲ ବିଡ଼ିଓ ଶ୍ରୀ ସୁରେନ୍ଦ୍ର କୁମାର ସାହୁ , କାର୍ୟ୍ଯ ନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ , ଉନ୍ନୟନ କାର୍ୟ୍ଯ କେରୁଥିବା ସଂସ୍ଥା ର ଇଞ୍ଜିନିୟର ଙ୍କୁ ପଚାରି ବୁଝିବା ସହିତ ମଦିର ପରିସର ବୁଲି ଅଧିକାରୀ ମାନଙ୍କ ସହିତ ଅନ୍ୟାନ୍ୟ ସମସ୍ୟା ବାବଦରେ ଆଲୋଚନା କରିଥିଲେ । ପର୍ଯଟକ ଓ ତୀର୍ଥଯାତ୍ରୀ ମାନଙ୍କ ଆବଶ୍ୟକତା କୁ ଅଗ୍ରାଧିକାର ପ୍ରଦାନ କରି ନିର୍ଦ୍ଧାରିତ ସମୟ ଭିତରେ ଉନ୍ନୟନ ମୂଳକ କାମ ଗୁଡିକ ସମାପନ କରିବାକୁ ନିର୍ଦେଶ ଦେଇଥିଲେ ବିଧାୟିକା । ଏହା ପରେ ନୃସିଂହନାଥ ମନ୍ଦିର ପରିସର ରେ ରହିଥିବା ତାଙ୍କର କୂଳଦେବୀ ମାଁ ବିନ୍ଧ୍ୟବାସିନୀ ଙ୍କର ମଦିର କୁ ଯାଇ ଦେବୀଙ୍କୁ ମୁଣ୍ଡିଆ ମାରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପାଇକମାଲ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ଭାବନା ସିଂ , ଅତିରିକ୍ତ ବିଡ଼ିଓ ଶ୍ରୀ ଦେବାଶିଷ ଶିନ୍ହା , ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟ
ନୃସିଂହନାଥ ମନ୍ଦିର ପରିଦର୍ଶନ ସହିତ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କଲେ ବିଧାୟିକା ବର୍ଷା ସିଂ
- Hits: 1658









