ହେଡଲାଇନସ୍:

ୱାଇଆଇ ପକ୍ଷରୁ ମୋ ଉତ୍କଳ ଦିବସ’ ପାଳନ ଘୋଷଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର:- ରାଜ୍ୟର ପ୍ରତିଷ୍ଠା /ଉତ୍କଳ ଦିବସ ଅବସରରେ କନଫେଡେରେସନ୍ ଅଫ୍ ଇଣ୍ଡିଆ ଇଣ୍ଡଷ୍ଟ୍ରି(ସିଆଇଆଇ) ଭୁବନେଶ୍ୱରର ଏକ ଅବିଚ୍ଛେଦ୍ୟ ଅଙ୍ଗ ୟଙ୍ଗ ଇଣ୍ଡିଆନସ୍ ପକ୍ଷରୁ ଏପ୍ରିଲ ୨ ତାରିଖରେ ‘ମୋ ଉତ୍କଳ ଦିବସ’ ପାଳନ କରିବାକୁ ଘୋଷଣା କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଏବଂ ଇ ଆଣ୍ଡ ଆଇଟି, କ୍ରୀଡା ଓ ୟୁଥ୍ ଆଫେୟାର୍ସ ମନ୍ତ୍ରୀ ତୁଷାରକାନ୍ତି ବେହେରା ସମ୍ମାନିତ ଅତିଥି ସହିତ ଅନ୍ୟ ମାନ୍ୟଗଣ୍ୟ ଅତିଥିମାନେ ମଧ୍ୟ ଯୋଗଦେବେ ।
ଭାରତ ସରକାରଙ୍କ ଦ୍ୱାରା ଜି୨୦ ଏବଂ ୱାଇ୨୦ ପକ୍ଷରୁ ଯୁବ ଉଦ୍ୟୋଗୀଙ୍କୁ ମିଳିତ ମଂଚର ଆନୁଷ୍ଠାନିକ ଆୟୋଜକ ହେଉଛନ୍ତି ‘ୟଙ୍ଗ ଇଣ୍ଡିଆନ୍ସ’ । ଏଥିରେ ୧୦୦ରୁ ଅଧିକ ସଦସ୍ୟ ଅଛନ୍ତି ।
ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରି ୱାଇଆଇ ଭୁବନେଶ୍ୱର ଚାପ୍ଟରର ଅଧ୍ୟକ୍ଷ ବିଶାଲ ଡାଲମିଆ କହିଛନ୍ତି ୧୯୩୬ ମସିହା ଏପ୍ରିଲ ପହିଲାରେ ଓଡିଶା ରାଜ୍ୟ ଗଠନର ସ୍ମୃତିରେ ଉକôଳ ଦିବସ ପାଳନ କରାଯାଏ । ୱାଇଆଇ ଭୁବନେଶ୍ୱର ୨୦୨୩ ଏପ୍ରିଲ ୨ ତାରିଖରେ “ମୋ ଉକôଳ ଦିବସ” ଭାବରେ ପାଳନ କରୁଛି । ଭାରତ କ୍ରୀଡା ଓ ୟୁଥ୍ ଆଫେଆର୍ସ ସହଯୋଗରେ ୱାଇଆଇ ଭୁବନେଶ୍ୱର ପକ୍ଷରୁ ସେହି ଦିନ ଏକ ଯୁବ ସମ୍ମିଳନୀ ଆୟୋଜନ କରାଯିବା ସହ ପ୍ରଗତିଶୀଳ ଓଡିଶା ଦିଗରେ ଅକ୍ଳାନ୍ତ ପରିଶ୍ରମ କରୁଥିବା କେତେକ ପ୍ରମୁଖ ବ୍ୟକ୍ତି ଓ ସଂଗଠନର ସମ୍ବର୍ଦ୍ଧନା ନେଟୱାର୍କି ଓ ଉତ୍ସବ ଅନୁଷ୍ଠିତ ହେଉଛି ।
କାର୍ଯ୍ୟସୂଚୀ ଉପରେ ଅଧିକ ବିସ୍ତୃତ ଭାବରେ ୱାଇଆଇ ଭୁବନେଶ୍ୱର ଚାପ୍ଟର ସହ ଅଧ୍ୟକ୍ଷ ସୋନାଲ ମୋର କହିଛନ୍ତି, ୟୁଥ୍ କନକ୍ଳେଭରେ ଇନ୍ଟରକଲେଜ ଭଳି ଓଡିଶା ସ୍କୁଲ ଡ୍ୟାନ୍ସ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଓଡିଶା ସାଂସ୍କୃତିକ ନୃତ୍ୟ ପରିବେଷଣ କାର୍ଯ୍ୟକ୍ରମ ବିଶିଷ୍ଟ ଅତିଥି ବକ୍ତାମାନଙ୍କ ଦ୍ୱାରା ଓଡିଶାର ଇତିହାସ ଉପରେ ପ୍ୟାନେଲ ଆଲୋଚନା ଅନୁଷ୍ଠିତ ହେବ । ଶିଳ୍ପ ଲିଡରଙ୍କ ଦ୍ୱାରା ଓଡିଆ ୨୦୪୭ ଉପରେ ଚିନ୍ତାଧାରା ଲିଡରସିପ୍ ପ୍ୟାନେଲ୍ ଆଲୋଚନା ଓଡିଆ ଖାଦ୍ୟ ମହୋତ୍ସବ “ଉତ୍କଳ ରୋଷେଇ”, ଗର୍ବର ଓଡିଶା “ଉତ୍କଳ ସମ୍ମାନ”, ଇନ୍ଟରକଲେଜ ଆଇଡିଆଥନ-ଆଇଡିଆଜ୍ ଆଣ୍ଡ ଜଷ୍ଟ ପିଚ୍ ଭଳି ବିଭିନ୍ନ ପ୍ରତିଯୋଗିତା ଯେଉଁଥିରେ ଛାତ୍ରଛାତ୍ରୀମାନେ ନୂତନ ଉଦ୍ଭାବନ ଏବଂ ୧୭ଟି ନିରନ୍ତର ବିକାଶ ଲକ୍ଷ୍ୟ(ଏସଡିଜି) କ୍ଷେତ୍ରରେ ବିଜନେସ ଆଇଡିଆ ମେଡଲ ଉପସ୍ଥାପନା କରିବେ ।
ବକୁଲ ଫାଉଣ୍ଡେସନ ସମ୍ପାଦକ ସୁଜିତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରାଇଜିଂ ଓଡିଶାର ଇତିହାସ ଶୀର୍ଷକ ଆଲୋଚନାଚକ୍ରରେ ଓଡିଶା ନୃତ୍ୟ ଏକାଡେମୀର ସଚିବ ପ୍ରଫେସର ସସ୍ମିତା ସାମନ୍ତ, କିଟ୍ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଯତୀନ ଦାସ ପ୍ରମୁଖ ଯୋଗଦେ ।
‘ଓଡିଶା ୨୦୪୭ ପୁନଃକଳ୍ପନା’ ଶୀର୍ଷକ ଆଲୋଚନାଚକ୍ରକୁ ୱାଇଆଇ ଭୁବନେଶ୍ୱର ପାଷ୍ଟ ଚେୟାର ପରିଚାଳନା କରିବେ ଏବଂ ପ୍ୟାନେଲଲିଷ୍ଟ ଭାବେ ଡ. ଅରବିନ୍ଦ ପାଢୀ କୃଷି ପ୍ରମୁଖ ଶାସନ ସଚିବ, ସାଇ ପ୍ରସାଦ ମହାପାତ୍ର ପ୍ରସାରଣ କ୍ରୀଡା ସାମ୍ବାଦିକ, ନାନୁ ପ୍ରିୟଦର୍ଶୀ ପାଣି ସିଏସଏମ ଟେକ୍ନୋଲୋଜି ପ୍ରତିଷ୍ଠାତା, ଆକାଶ ଦାସ ନାୟକ ମୋ କଲେଜ ଅଧ୍ୟକ୍ଷ ଉପସ୍ଥିତ ରହିବେ ।

0
0
0
s2sdefault