ହେଡଲାଇନସ୍:

ଡଭା ଠାରେ ସମବାୟ ସମିତି ର ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଝାରବନ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ଅଧିନସ୍ତ ଡ଼ଭା ସେବା ସମବାୟ ସମିତି ପରିସର ରେ ଅଞ୍ଚଳ ର ଚାଷୀ ଙ୍କୁ ନେଇ ବ୍ୟଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଏହି ଶିବିର ରେ ଏସ ଡି ସି ସି ବ୍ୟାଙ୍କ ପରିଚାଳକ ଶ୍ରୀ ଅମୀୟକାନ୍ତ ରଥ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବେ ସମବାୟ ସମିତି ର ସମ୍ପାଦକ ଲମ୍ବୋଦର ପଟେଲ, ପରିଚାଳନା ସଦସ୍ୟ ସୁନୀଲ ପ୍ରଧାନ, ସୁରେଶ କେଉଟ, ପ୍ରଶାନ୍ତ ବରିହା, ରୁପେନ୍ଦ୍ର ସାହୁ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ l ସାମ୍ପ୍ରତିକ ସ୍ଥିତି ରେ ଚାଷୀ ମାନଙ୍କ ନିମନ୍ତେ ସମବାୟ ବ୍ୟାଙ୍କ ରେ ଉପଲବ୍ଧ ରହିଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କ ରେ ଆଲୋଚନା କରାଯାଇଥିଲା l ମହିଳା ସଶକ୍ତି କରଣ ଦିଗରେ ବ୍ୟାଙ୍କ ର ଭୂମିକା ବିଷୟ ରେ ମୁଖ୍ୟ ଅତିଥି ଶ୍ରୀ ରଥ ଆଲୋକପାତ କରିଥିଲେ l ପଞ୍ଚାୟତ ର ସଂଖ୍ୟାଧିକ ଚାଷୀ ଓ ମହିଳା ସଦଶ୍ୟ ଯୋଗ ଦେଇଥିଲେ l ଶେଷ ରେ ସେବା ସମବାୟ ସମିତି ର ସହ ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ l

0
0
0
s2sdefault