ହେଡଲାଇନସ୍:

ତୁମ୍ଭାଅଣ୍ଡେଇ ସାହିର ସରସ୍ବତୀ ବୁଡ ମେଳଣ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଜଗତସିଂହପୁର/ସୁମନ୍ତକୁମାରଦାସ: ବାରମାସରେ ତେର ଯାତ୍ରାର ସମାହାର ରେ ଓଡ଼ିଆ ପରମ୍ପରା l କେତେ କଣ ଯାନୀ ଯାତ୍ରାକୁ ଜଗତସିଂହପୁର ଜିଲ୍ଲା ର ପଂଚାୟତ ବାସୀ ଉପଭୋଗ କରିଥାନ୍ତି l ଏମିତି ଏକ ଯାତ୍ରା ମଧ୍ୟରୁ ସରସ୍ବତୀ ବୁଡ ନାମରେ ପରିଚିତ ଏକ ଯାତ୍ରା ଜଗତସିଂହପୁର ଜିଲ୍ଲାର ତୁମ୍ଭାଅଣ୍ଡେଇ ସାହି ଗ୍ରାମ ପଂଚାୟତ ର ସରସ୍ବତୀ ହାଟ ପଡ଼ିଆରେ ଠାରେ ଅନୁଷ୍ଠିତ ହୋଇଥାଏ l ଏହି ଯାତ୍ରାଟି ଦୁଇ ଏକର ବିଶିଷ୍ଟ ପଡିଆ ଭିତରେ ହୋଇଥାଏ l ଏହି ମେଲଣ ବିଶେଷତ୍ୟ ହେଉଛି -ଏହି ପଂଚାୟତର ପ୍ରତି ସାହି ବା କ୍ଲବ ର ସରସ୍ବତୀ ଠାକୁର ଓ ମେଢ଼ ଭସାଣି ପ୍ରତିଯୋଗିତା l କେଉଁ କ୍ଲବ କେମିତି ପ୍ରୋସେସନ କରିଛି, କେଉଁ ଭଳି ମେଢ଼ ଓସରସ୍ବତୀ ଠାକୁରାଣୀ ଙ୍କ ପ୍ରତିମାର ପ୍ରତିଯୋଗିତା ଦେଖିବାକୁ ବେଶ ଆକର୍ଷଣୀୟ ହୋଇଥାଏ ମେଢ଼ ଠାକୁର ଦେଖିବା ପାଇଁ କେତେ କୁଆଡୁ ଲୋକ ଆସିଥାନ୍ତି l ଏହି ମେଲାଣରେ ଭାଗ ନେଇଥିବା କ୍ଲବ ମାନେ ହେଉଛନ୍ତି -ମା ମଙ୍ଗଳା ପୂଜା କମେଟି (ରାହୁରା ),ବିଶ୍ୱନାଥ କ୍ଲବ, ରାଧାବିନୋଦ କ୍ଲବ, ନେତାଜୀ କ୍ଲବ, ଚଢେଇ ଗାଁ କ୍ଲବ, ମା ମଙ୍ଗଳା କ୍ଲବ (ଖର୍ଦ୍ଧା ସାହି ),ନବାପଟ୍ଟଣା କ୍ଲବ, ସାଇଁଟୋ କ୍ଲବ ଓ ପଂଚାୟତ ସମସ୍ତ ବିଦ୍ୟାଳୟର ସରସ୍ବତୀ ମା ମୂର୍ତ୍ତି ସହିତ ଓ ମେଢ଼ ମାନେ ମେଳା ପଡିଆର ଶୋଭା ବଢ଼େଇ ଥାନ୍ତି l ପ୍ରଥମ ପୁରଷ୍କାର ପାଇଁ ଆକର୍ଷିତ ଠାକୁର ମେଢ଼ କୁ ଚୟନ କରାଯାଏ l ଏହି ମେଳରେ ତୁମ୍ଭାଅଣ୍ଡେଇ ସାହି ଗ୍ରାମ ପଂଚାୟତ ର ପ୍ରତି ଗାଁ ର କଳାକାର ଦ୍ଵାରା ଅନୁଷ୍ଠିତ ଡ୍ରାମା ପରିବେଷଣ ହୋଇଥାଏ ଯାତ୍ରା କଳାକାର ଙ୍କ ଯାତ୍ରା ଦେଖିବାକୁ ମିଳି ଥାଏ ବିଭିନ୍ନ ପ୍ରକାର ଦୋକାନ ର ଭରପୁର ପଡିଆରେ ଲୋକମାନଙ୍କର ଗହଳି ବେଶ ଜମି ଥାଏ l ଏହି ମେଳା କେଜାଣି କେବେଠୁ ହେଉଛି ଜଣା ନାହିଁ କିନ୍ତୁ ଲୋକମାନେ ବେଶ ମଜା ଉଠାଇ ଥାନ୍ତି l

0
0
0
s2sdefault