ହେଡଲାଇନସ୍:

‘ଡ୍ରିଙ୍କ୍ ଫ୍ରମ ଟ୍ୟାପ ’କୁ ନୋବେଲ ବିଜେତାଙ୍କ ପ୍ରଶଂସା

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଟ୍ୟାପରୁ ସିଧାସଳଖ ପାଣି ପିଇଲେ, ଜଳସାଥୀଙ୍କ ସହ ଆଲୋଚନା କଲେ


ଭୁବନେଶ୍ବର:: ରାଜ୍ୟ ସରକାରଙ୍କ ‘ ଡ୍ରିଙ୍କ ଫ୍ରମ ଟ୍ୟାପ’କୁ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ୨୦୧୯ ନୋବେଲ ବିଜେତା ମାଇକେଲ କ୍ରେମର୍ ପ୍ରଶଂସା କରିଛନ୍ତି । ଓଡ଼ିଶାର ଏହି ଯୋଜନାରେ ଲୋକମାନଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ମିଳୁଛି । ଏହି ସେବା ଯୋଗାଣ ପରେ ସରକାର ଓ ସାଧାରଣ ଲୋକମାନେ କି ପ୍ରକାର ସୁବିଧା ପାଉଛନ୍ତି ଏବଂ ସେମାନଙ୍କ ଆର୍ଥିକ ସ୍ଥିତି ଆଦି ବିଭିନ୍ନ ଦିଗ ଉପରେ ଅଧ୍ୟୟନ କରାଯାଉଛି । ଏହି କ୍ରମରେ କ୍ରେମର ଓଡ଼ିଶାର ପୁରୀ ଓ ଭୁବନେଶ୍ବର ଭଳି ସ୍ଥାନକୁ ଯାଇ ଡ୍ରିଙ୍କ ଫ୍ରମ ଟ୍ୟାପ ସହ ଯଡ଼ିତ ବିଭିନ୍ନ ଦିଗ ଉପରେ ତଥ୍ୟ ସଂଗ୍ରହ କରିବା ସହ ଏଥ୍ଖରେ ଉପକୃତ ହେଉଥ୍ଖବା ହିତାଧ୍ଖକାରୀ ଓ ଜଳସାଥୀଙ୍କ ସହିତ ଆଲୋଚନା କରିଛନ୍ତି । ଆଲୋଚନା ପରେ କ୍ରେମର ଓ ତାଙ୍କ ଟିମ ରାଜ୍ୟ ସରକାରଙ୍କ ଏହି ୨୪ ଘଣ୍ଟିଆ ବିଶୁଦ୍ଧ ଜଳ ଯୋଗାଣ ବ୍ୟବସ୍ଥାକୁ ପ୍ରଶଂସା କରିବା ସହ ଏହାଦ୍ବାରା ସହରାଞ୍ଚଳର ସାମାଜିକ ଓ ଅର୍ଥନୈତିକ ଅନଗ୍ରସର ଲୋକମାନେ ମଧ୍ୟ ପାଣି ପାଇପାରୁଛନ୍ତି ବୋଲି କହିଛନ୍ତି । ଏହି ଅବସରରେ କ୍ରେମର ଟ୍ୟାପରୁ ପାଣି ମଧ୍ୟ ପିଇଛନ୍ତି ।
ପୁରୀ ଓ ଭୁବନେଶ୍ୱରର ବିଭିନ୍ନ ଅଂଚଳ ପରିଦର୍ଶନ କରିସାରି କ୍ରେମର ଓ ତାଙ୍କ ଟିମ୍ ଗୃହ ଓ ନଗରଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥି ଭାତନନ୍‌ଙ୍କ ସହ ଆଲୋଚନା କରିଥିଲେ । ରାଜ୍ୟର ସହରାଚଂଳ ବିକାଶ କ୍ଷେତ୍ରରେ ସହଯୋଗ ନେଇ ବିସ୍ତୃତ ଆଲୋଚନା ହୋଇଥିବା ପ୍ରକାଶ । ଆଲୋଚନା ସମୟରେ ନଗରଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ବର୍ତ୍ତମାନ ପୁରୀ ଓ ଗୋପାଳପୁର ସହରରେ ଶତ ପ୍ରତିଶତ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହୋଇ ସାରିଛି । ସେହିପରି ଗତ ଡିସେମ୍ବର ମାସରେ ଆଉ ୩ ଟି ସହରରେ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାରେ କାର‌୍ୟ୍ୟ ଆରମ୍ଭ କରାଯାଇଛି । ଓଡ଼ିଶା ଏକମାତ୍ର ରାଜ୍ୟ ଭାବେ ୧୧୫ଟି ସହରାଚଂଳରୁ ୮୫ଟିରେ ଶତପ୍ରତିଶତ ପାଇପ ଜଳ ଯୋଗାଣରେ ବ୍ୟବସ୍ଥା କରିସାରି ବାକି ୨୦ଟି ସହରରେ ଡିସେମ୍ବର ୨୦୨୩ ସୁଦ୍ଧା ପାଇପ ଜଳର ବ୍ୟବସ୍ଥା ସମ୍ପୂର୍ଣ୍ଣ ହେବ ବୋଲି ରାଜ୍ୟ ନଗର ଉନ୍ନୟନ ବିଭାଗ ଲକ୍ଷ୍ୟ ରଖ୍ଖଛି ।
୩ ବର୍ଷ ତଳେ ୫ଟି ଉପକ୍ରମରେ ଆରମ୍ଭ ହୋଇଥ୍ଖବା ଏହି କାର୍ଯ୍ୟକ୍ରମରେ ଆଜି ସାରା ଦେଶର ରୋଲ ମଡେଲ ସାଜିଛି । ଏହିଦ୍ବାରା ମିଶନ ଶକ୍ତିର ମହିଳାମାନେ ସହରାଞ୍ଚଳରେ ଜଳସାଥୀ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ରାଜ୍ୟରେ ୭୪୦ ଜଣ ଜଳସାଥୀ ୮.୪୦ ଲକ୍ଷ ଉପଭୋକ୍ତାଙ୍କ ଜଳଯୋଗାଣ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ଏବଂ ଏ ବାବଦରେ ପାଖାପାଖ୍ଖ ୭୦ କୋଟି ଟଙ୍କା ଜଳକର ଆଦାୟ କରିସାରିଛନ୍ତି । ଜାଗା ମିଶନ ଓ ଡ୍ରିଙ୍କ ଫ୍ରମ ଟ୍ୟାପ ପରି କାର‌୍ୟ୍ୟକ୍ରମ ଓଡ଼ିଶାର ସହରାଞ୍ଚଳ ପାଇଁ ଏକ ସଫଳତାର କାହାଣୀ ହୋଇପାରିଛି ।

0
0
0
s2sdefault