ହେଡଲାଇନସ୍:

ଲଖମରା ଅଙ୍ଗନଦୀ ଆମ୍ବତୋଟାରେ ବରଗଡ଼ ଜିଲ୍ଲା ସାମ୍ବାଦିକଙ୍କ ବନ୍ଧୁ ମିଳନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଇକମାଳ: ବରଗଡ଼ ଜିଲ୍ଲାର ସାମ୍ୱାଦିକ ଓ ସାମାଜିକକର୍ମୀମାନଙ୍କ ଏକ ବନ୍ଧୁ ମିଳନ ପଦ୍ମପୁର ନିକଟ ଚର୍ଦାପାଲି ଅଙ୍ଗନଦୀ ଆମ୍ବତୋଟା ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ରମେଶ ବାରିକ ଓ ଅଭୟ ରଣାଙ୍କ ଆବାହନ କ୍ରମେ ଅନୁଷ୍ଠିତ ଏହି ବନ୍ଧୁିମିଳନ କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲା ସାମ୍ବାଦିକ, ସାମାଜିକ କର୍ମୀ ମାନେ ଯୋଗ ଦେଇଥିଲେ । ଏ ଉପଲକ୍ଷେ ବରିଷ୍ଠ ସାମ୍ବାଦିକ ବଡ଼ ଶତପଥୀଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ବନ୍ଧୁ ମିଳନ ଅବସରରେ ବରିଷ୍ଠ ସାମ୍ବାଦିକ , ଅବିଭକ୍ତ ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଂଘର ପୂର୍ବତନ ସଭାପତି ଶ୍ରୀ ଲାଲବିହାରୀ ମିଶ୍ରଙ୍କୁ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ , ଲଖମରା ସରପଂଚ ସୁବାଷ ଝଗରା, ଜିଲ୍ଲା ପରିଷଦ ସଭ୍ୟଙ୍କ ପ୍ରତିନିଧି ଆନନ୍ଦ ବାଲମ, ଚର୍ଦାପାଲି ସରପଂଚ ପ୍ରତିନିଧି ବାଳକୃଷ୍ଣ ନାଏକ ଉପଢୌକନ ଓ ପୁଷ୍ପଗୁଛ ଦେଇ ସମ୍ମାନିତ କରିଥିଲେ । ଏତତ ବ୍ୟତୀତ ଅଙ୍ଗନଦୀ ପୋଲ ନିର୍ମାଣ ପାଇଁ ଗଣମାଧ୍ୟମରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ବରିଷ୍ଠ ସାମ୍ବାଦିକ ରମେଶ ବାରିକଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏଥିରେ ବରଗଡ ଜିଲ୍ଲାର ବହୁତ ସାମ୍ବାଦିକ ଓ ସାମାଜିକ କର୍ମୀ ଯୋଗ ଦେଇଥିଲେ ।ଯୁଧିଷ୍ଠିର ମହାପାତ୍ର, ବ୍ୟୋମକେଶ କର, ରମଣୀ ରଞ୍ଜନ ବେହେରା, ବଦ୍ରିପ୍ରସାଦ ସାହୁ, ବିନାୟକ ଗୁରୁ, ସଞ୍ଜିବ ପୁରୋହିତ,ଗୋପବନ୍ଧୁ ଶିକା, ଝସକେତନ ସାହୁ, ଶିବ ବିଶ୍ବାଲ, ରତ୍ନମଣି ଶତପଥି, ସୁଦାମ ପ୍ରଧାନ,ସୁରଥ ସାହୁ,ଗୌରାଙ୍ଗ ଦାସ,ମନୋହର ଦାସ , ଜୋହନ କୁମ୍ଭାର,ଦେବେନ୍ଦ୍ର ସାହୁ, ମନୋଜ ଭୋଇ, ଅଶ୍ବିନୀ ଧରୁଆ, ଜଗବନ୍ଧୁ ସାହୁ, କୁଞ୍ଜ ସାହୁ, ଝସକେତନ ବରିହା, ସୌଦାଗର ବରିହା, ଆଭାସ ପ୍ରଧାନ ସହିତ ଅନେକ ସାମ୍ବାଦିକ ସାମିଲ ହୋଇଥିଲେ । ପବିତ୍ର ନୃସିଂହନାଥ ଠାରେ ଏକ ସାମ୍ବାଦିକ ଭବନ ନିର୍ମାଣ କରିବାକୁ ସ୍ଥାନୀୟ ବିଧାୟିକାଙ୍କୁ ଅନୁରୋଧ କରିବାକୁ ମତ ପ୍ରକାଶ ପାଇଥିଲା । ବରିଷ୍ଠ ସାମ୍ବାଦିକ ବଡ ଶତପଥୀ ଧନ୍ୟବାଦ ଦେଇଥିଲେ ।

0
0
0
s2sdefault