ହେଡଲାଇନସ୍:

ଖଣି ଅଞ୍ଚଳରେ ଜେଏସ୍‌ଡବ୍ଲ୍ୟୁ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଡ଼ବିଲ: ଜେଏସ୍‌ଡବ୍ଲ୍ୟୁ ଫାଉଣ୍ଡେଶନ ପକ୍ଷରୁ ଡିସେମ୍ବର ୭ (ବୁଧବାର)ରେ କେନ୍ଦୁଝର ଜିଲା ନୂଆଗାଁ ଡିସ୍‌ପେନ୍‌ସାରୀ ପରିସରରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଛି । ଫାଉଣ୍ଡେଶନ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ମେଗା ଚକ୍ଷୁ ପରୀକ୍ଷା କ୍ୟାମ୍ପ୍ ମଧ୍ୟରୁ ଏହା ପ୍ରଥମ ଶିବିର । ସ୍ଥାନୀୟ ଗ୍ରାମବାସୀଙ୍କ ଚକ୍ଷୁର ଯତ୍ନ ଏବଂ ଉନ୍ନତ ଦୃଷ୍ଟି ଶକ୍ତି ନିମନ୍ତେ ଭିଜନ ସ୍ପ୍ରିଙ୍ଗ୍ ସହଯୋଗରେ ଏହି ଶିବିର କାର୍ଯ୍ୟକାରୀ ହୋଇଥିଲା ।
୧୫୦ରୁ ଅଧିକ ଲୋକ ଏହି କ୍ୟାମ୍ପ୍‌ରେ ସେମାନଙ୍କ ଚକ୍ଷୁ ପରୀକ୍ଷା କରାଇଥିଲେ । କେତେଜଣଙ୍କଠାରେ ଗୁରୁତର ଦୃଷ୍ଟି ସମସ୍ୟା ଚିହ୍ନଟ କରାଯାଇଥିଲା । ଚକ୍ଷୁ ବିଶେଷଜ୍ଞଙ୍କ ନିକଟରେ ରୋଗୀମାନେ ମାଗଣାରେ ଆଖି ଯାଞ୍ଚ କରାଇଥିଲେ । ଆବଶ୍ୟକ କରୁଥିବା ଲୋକଙ୍କୁ ଚଷମା ମଧ୍ୟ ପ୍ରଦାନ କରାଯାଇଛି । ସେହିପରି ନିର୍ଦ୍ଦିଷ୍ଟ ଧରଣର ଚଷମା ତଥା ଆଇ ଗ୍ଲାସ୍ ଆବଶ୍ୟକ କରୁଥିବା ରୋଗୀଙ୍କ ନିମନ୍ତେ ତାହାକୁ ପ୍ରସ୍ତୁତ କରାଯିବା ସହ ୧୫ ଦିନ ମଧ୍ୟରେ ସେମାନଙ୍କ ଘରେ ପହଞ୍ଚାଯିବ ।
ରୋଗୀଙ୍କ ମଧ୍ୟରୁ ଅଧିକାଂଶ ଦାରଦ୍ର‌୍ୟ ସୀମାରେଖା ତଳେ ଥିବାବେଳେ ଅନେକେ ଦୁର୍ବଳ ଶ୍ରେଣୀର । ଫଳରେ ସେମାନେ ନିଜ ଅଞ୍ଚଳରେ ଉପଯୁକ୍ତ ଚକ୍ଷୁ ଚିିକିତ୍ସା ସେବା ପାଇପାରୁନାହାନ୍ତି ।
ଜେଏସ୍‌ଡବ୍ଲ୍ୟୁ ଫାଉଣ୍ଡେଶନ ପକ୍ଷରୁ ଏହାର ୫୬ ପ୍ରତ୍ୟକ୍ଷ ପ୍ରଭାବିତ ଜୋନ୍ (ଡିଆଇଜେଡ୍‌)ରେ ୩ ମାସ ପର୍ଯ୍ୟନ୍ତ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରିବ । ଏହି ସମୟରେ ପିଲା ଏବଂ ବୟସ୍କ ଲୋକଙ୍କ ସମେତ ପ୍ରାୟ ୨୦ ହଜାର ଜଣଙ୍କୁ ମାଗଣା ଚକ୍ଷୁ ପରୀକ୍ଷା ଏବଂ ଚିକିତ୍ସା ସେବା ଯୋଗାଯିବ ବୋଲି ଅଧିକାରୀମାନେ କହିଛନ୍ତି ।
ନିକଟରେ ଜେଏସ୍‌ଡବ୍ଲ୍ୟୁ ଫାଉଣ୍ଡେଶନ ପାରାଦୀପରେ ୧୦ ହଜାର ଲୋକଙ୍କୁ ଅନୁରୂପ ସେବା ଯୋଗାଇଛି । ସେହିପରି ଝାରସୁଗୁଡ଼ାରେ ୧୦ ହଜାର ଏବଂ ସୁନ୍ଦରଗଡ଼ର କୁତ୍ରା ଅଞ୍ଚଳରେ ୫ ହଜାର ଲୋକଙ୍କ ଚକ୍ଷୁ ପରୀକ୍ଷା କରାଯାଉଛି । ଏହାକୁ ମିଶାଇ ଚଳିତ ଆର୍ଥିକ ବର୍ଷରେ ସାରା ଓଡ଼ିଶାରେ ୪୫ ହଜାର ଜଣଙ୍କ ଚକ୍ଷୁ ପରକ୍ଷା କରାଯାଇଛି ।
ଜେଏସ୍‌ଡବ୍ଲ୍ୟୁ ଏହାର ସାମାଜିକ ଦାୟିତ୍ୱବୋଧ ଯୋଜନା (ସିଏସ୍‌ଆର୍‌)ରେ ବିଶେଷ କରି ଗ୍ରାମାଞ୍ଚଳରେ ପ୍ରଦାନ କରୁଥିôବା ଏହି ସେବାକୁ ସ୍ଥାନୀୟ ପ୍ରଶାସନ ଏବଂ ଜନସାଧାରଣ ବେଶ୍ ପ୍ରଶଂସା କରିଛନ୍ତି ।

0
0
0
s2sdefault