ହେଡଲାଇନସ୍:

ଦଳୀୟ ପ୍ରାର୍ଥୀ ଙ୍କର ପାଇଁ ସୁଶାନ୍ତ ସିଂ ଙ୍କର ମାରାଥନ ପ୍ରଚାର

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ସଭା ମାନଙ୍କରେ ଜମୁଛି ମହିଳା ଙ୍କର ଭିଡ଼

ବରଗଡ :- ଉପନିର୍ବାଚନ ପାଇଁ ସରଗରମ ପଦ୍ମପୁର ନିର୍ବାଚନ ମଣ୍ଡଳୀ । ପୁରା ଜୋରରେ ଚାଲିଛି ପ୍ରଚାର। ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପୁରା ଦମ ଲାଗେଇଦେଇଛନ୍ତି ଦଳୀୟ ନେତା ଓ କର୍ମୀ । ଏହିକ୍ରମରେ ଆଜି ପଦମପୁର ନିର୍ବାଚନ ମଣ୍ଡଳୀ ଝାରବନ୍ଧ ବ୍ଲକ ଜଗଦଲ ପୁର ପଂଚାୟତ ଅନ୍ତର୍ଗତ ନୂଆପଡ଼ା ଠାରେ ଏକ ମହିଳା ସମାବେଶ ରେ ମୁଖ୍ୟ ଅତିଥି ଭାବେ ନିର୍ବାଚନ ମଣ୍ଡଳୀ ର ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମନ୍ତ୍ରୀ ,ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂହ ଯୋଗ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ବିଷୟରେ ଅବଗତ କରାଇବା ସହିତ , ବିଜେଡି ପ୍ରାର୍ଥୀନୀ କୁ ବିପୁଳ ସଂଖ୍ୟା ଭୋଟ ବ୍ୟବଧାନ ରେ ବିଜୟୀ କରିବା ପାଇଁ ଉପସ୍ଥିତ ମାଁ ମାନଙ୍କୁ ସାହାଯ୍ୟ ଲୋଡି ଥିଲେ । ଏହି ମହିଳା ସମାବେଶ ରେ ମନ୍ତ୍ରୀ ଶ୍ରୀ ପ୍ରତାପ ଦେବ,ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଏବଂ ପଂଚାୟତ ଦାୟିତ୍ୱରେ ଥିବା youth welfare ଅଧ୍ୟକ୍ଷ ଶ୍ରୀ କୁନା ଦାସ ଯୋଗ ଦେଇ ବିଜେଡି ର ବିଧାୟିକା ପ୍ରାର୍ଥୀନୀ ଶ୍ରୀମତୀ ବର୍ଷା ସିଂ ବରିହା ଙ୍କ ସପକ୍ଷରେ ଭୋଟଦାନ କରିବାକୁ ନିବେଦନ କରିଥିଲେ।
ସେହିଭଳି ନୃସିଂହନାଥ ମନ୍ଦିର ନିକଟରେ ଅୟୋଜିତ ଆଦିବାସୀ ସମାବେଶ ରେ ଆଦିବାସୀ ସମାଜ ର ଉପସ୍ଥିତ ଜନସାଧାରଣ ଙ୍କୁ ସମ୍ମୋଧନ କରି ଶ୍ରୀ ସିଂ ପଦ୍ମପୁର ର ବହୁମୁଖୀ ବିକାଶ କୁ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କର ହାତ ମୁଠା କୁ ଟାଣ କରି ପ୍ରଥମ ଥର ପାଇଁ ପଦ୍ମପୁର ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ୁଥିବା ଜଣେ ଉଚ୍ଚ ଶିକ୍ଷିତା ଆଦିବାସୀ ମହିଳା ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା ଙ୍କର ସୁପୁତ୍ରୀ ବର୍ଷା ସିଂ ବରିହା ଙ୍କୁ ରେକର୍ଡ ଭୋଟ ବ୍ୟବଧାନ ରେ ବିଜୟୀ କରାଇବା ପାଇଁ ନିବେଦନ କରିଥିଲେ । ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଆଦିବାସୀ ନେତା ତଥା ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ପୂଜାରୀ , ବିଧାୟକ ଶ୍ରୀ ମହିଧର ରଣା , ଅନେକ ଆଦିବାସୀ ନେତା ପ୍ରମୁଖ ଉପସ୍ଥିତ ରହି ବର୍ଷା ଙ୍କର ସପକ୍ଷରେ ମତଦାନ କରିବା ପାଇଁ ନିବେଦନ କରିଥିଲେ । ଆଜିକାର ଏହି ସଭା ଅତ୍ୟନ୍ତ ଉତ୍ସାହ ଜନକ ଥିଲା , ବିଜୟ ବାବୁ ଜଣେ ଆଦିବାସୀ ବ୍ୟକ୍ତି ହୋଇ ମଧ୍ୟ ପାଞ୍ଚ ଥର ଏକ ଅଣ ସଂରକ୍ଷିତ ଆସନରୁ ବିଜୟ ଲାଭ କରିବା ଦର୍ଶାଉଛି ଯେ ଆଦିବାସୀ ବହୁଳ ପଦ୍ମପୁର ଅଂଚଳରେ ବିଜୟ ବାବୁ ଙ୍କର ଲୋକପ୍ରିୟତା କେତେ ଥିଲା । ଆଦିବାସୀ ସମ୍ପ୍ରଦାୟ ର ବନ୍ଧୁ ମାନଙ୍କର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ପ୍ରତି ଗଭୀର ବିଶ୍ୱାସ ପଦ୍ମପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ଙ୍କର ବିଜୟ ରେ ନିଶ୍ଚିତ ଭାବରେ ସହଯୋଗ କରିବ ବୋଲି ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ଶ୍ରୀ ସିଂ କହିଛନ୍ତି ।

0
0
0
s2sdefault