ହେଡଲାଇନସ୍:

ମହାମାରୀରେ ଜାଭିୟର୍ସ ସ୍କୁଲ ଖଣ୍ଡଗିରି ବେଆଇନ ସ୍କୁଲଫି ଆଦାୟ ମାମଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜବାବ ଦାଖଲ ପାଇଁ ଗଣଶିକ୍ଷା ବିଭାଗକୁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ।

କଟକ: କରୋନା ମହାମାରୀ ସମୟରେ ସ୍କୁଲ ବନ୍ଦ ରହି କେବଳ ଅନଲାଇନ କ୍ଲାସ ହେବା ଓ ଅଭିଭାବକ ମାନଙ୍କ ଆର୍ଥିକ ସମସ୍ୟା ଆଦିକୁ ବିଚାର କରି ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶରେ ସ୍କୁଲ ଫିସ ଆଦାୟ ପାଇଁ ଆର୍ଥିକ ରିହାତି ଦେବା ଉଦ୍ଦେଶ୍ୟରେ ଗଣଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତା ରେ ଏକ ଏମ୍ଓୟୁ କରାଯାଇଥିଲା l ସେହି ଏମ୍ ଓ ୟୁ ରେ ଖଣ୍ଡଗିରି ଜାଭିୟର୍ସ ସ୍କୁଲ ମଧ୍ୟ ଏକ ସଦସ୍ୟ ଥିଲା,ହେଲେ ଉଚ୍ଚ ନ୍ୟାୟାଳୟ ଓ ସରକାରୀ ନିର୍ଦେଶକୁ ଅମାନ୍ୟ ଓ ବେଖାତିର କରି ବେଆଇନ ଭାବରେ ସ୍କୁଲ ଫିସ ଆଦାୟ କଲା l ଏହି ବେଆଇନ କାର୍ଯ୍ୟ ବିରୁଦ୍ଧରେ ଖଣ୍ଡଗିରି ଜାଭିୟର୍ସ ସ୍କୁଲ ଅଭିଭାବକ ସଙ୍ଘ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଅଭିଯୋଗ କରିବା ପରେ ସ୍କୁଲ ବିରୁଦ୍ଧରେ ଏହି ସମସ୍ୟାର ଅନେକ ଥର ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯାଇଥିଲା l ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ବାଧ୍ୟ ହୋଇ ସ୍କୁଲ ଅଭିଭାବକ ସଙ୍ଘ ତରଫରୁ ସମ୍ପାଦକ ଭୁମୋହନ ବେବର୍ତ୍ତା ପଟ୍ଟନାୟକ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ଆଡ଼ଭୋକେଟ ଆଦିଶା ମହାନ୍ତିଙ୍କ ସହଯୋଗରେ ମାମଲା ରୁଜୁ କରିଥିଲେ l ମାନ୍ୟବର କୋର୍ଟ ଏହି ମାମଲାରେ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଏ ସମ୍ପର୍କ ରେ କଣ ପଦକ୍ଷେପ ନେଇଛନ୍ତି ତାର ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେବା ସହ ସ୍କୁଲ୍ କର୍ତ୍ତୃପକ୍ଷ ଙ୍କୁ ଜବାବ ଦାଖଲ ପାଇଁ ନୋଟିସ୍ ଜାରି କରିଛନ୍ତି।

0
0
0
s2sdefault